July 6, 2025
Home » ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ଓ ମହିଳା ।

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ଓ ମହିଳା ।

0
WhatsApp Image 2025-04-25 at 10.54.45 AM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ଓ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ଭାଇ ପ୍ରକାଶ ଲୁହାଙ୍କୁ ରଥପୁର ରାସ୍ତାରେ ଅଟକାଇ ବିଜେପି ନେତା ସାନନ୍ଦ ମେହେର, ବିନିକା କୁଇବାହାଲର ନୀତିଶ ଷାଣ୍ଢ ଓ ୩/୪ ଜଣ ଅଜଣା ଯୁବକ ଜାତିଆଣ ଆକ୍ଷେପ କରି ବନ୍ଧୁକ ମୁନରେ ଆକ୍ରମଣ କରିବା ସହିତ ତାଙ୍କ ପାଖରୁ ଗୋଟିଏ ସୁନା ଚେନ୍ ଓ ୩୦୦୦ଟଙ୍କା ଲୁଟି ନେଇଥିବା ଅଭିଯୋଗ ବୀରମହାରାଜପୁର ଥାନାରେ ହୋଇଥିଲା। କିନ୍ତୁ ଅଦ୍ୟାବଧି ଆକ୍ରମଣକାରୀ ସାନନ୍ଦ ମେହେର, ନୀତିଶ ଷାଣ୍ଢ ଓ ଅନ୍ୟ ଯୁବକ ମାନଙ୍କୁ ଗିରଫ କରାଯାଇ ନ ଥିବାରୁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଯାହାଫଳରେ ଗୁରୁବାର ଦିନ ହଜାର ହଜାର ପୁରୁଷ ଓ ମହିଳା ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବୀରମହାରାଜପୁର ଥାନାରେ ପହଞ୍ଚିଥିଲେ ଏବଂ ସୁବର୍ଣ୍ଣପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଆକ୍ରମଣକାରୀ ମାନଙ୍କୁ ଗିରଫ ଦାବିରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହାପରେ ତଦନ୍ତକାରୀ ଅଧିକାରୀ ତଥା ବୀରମହାରାଜପୁର ଉପଖଣ୍ଡିୟ ପୁଲିସ ଅଧିକାରୀ ହେମନ୍ତ ରାଓ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଭାବରେ ଗ୍ରହଣ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି

।ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *