ସାମାନ୍ୟ ବର୍ଷାରେ କଲଭର୍ଟ ଭାଙ୍ଗି ଧୋବାବାହାଲି ଗ୍ରାମକୁ ରାସ୍ତା ବନ୍ଦ , ସ୍ଥାନୀୟ ବାସିନ୍ଦା ଘୋର ଅସୁବିଧାର ସମ୍ମୁଖୀନ

ସୁବର୍ଣ୍ଣପୁର ଧୋବାବାହାଲି ହେଉଛି ସୁବର୍ଣ୍ଣପୁର ସହରକୁ ଲାଗି ପ୍ରଥମ ଗ୍ରାମ I ଉକ୍ତ ଗ୍ରାମକୁ ଯାତାୟତ ପାଇଁ ଗ୍ରୀଡକୋ କଲୋନୀ ଦେଇ ଏକ ରାସ୍ତା ସୋନପୁର ପୌର ସଂସ୍ଥା ଦ୍ବାରା ନିର୍ମିତ ହୋଇଛି I ଉକ୍ତ ରାସ୍ତା ସ୍ବର୍ଗତ ପିତବାସ ସାହୁଙ୍କ ପରିବାର ଲୋକେ ନିଜର ଘରୋଇ ଜମି ପୌରସଂସ୍ଥାକୁ ଦାନ ସୂତ୍ରରେ ହସ୍ତାନ୍ତର କରିଛନ୍ତି I ପ୍ରକାଶ ଥାଉକି ତାହା ପୂର୍ବରୁ ଧୋବାବାହାଲି ଗ୍ରାମକୁ ଯାତାୟତ ପାଇଁ ରାସ୍ତା ମୋଟେ ନ ଥିଲା I ଗ୍ରାମବାସୀ କ୍ଷେତ ଆଡି ଉପରେ ଯିବା ଆସିବା କରୁଥିଲେ I
ଉକ୍ତ ରାସ୍ତାର ମଧ୍ୟ ଭାଗରେ ବର୍ଷା ପାଣି ଯିବା ଆସିବା ପାଇଁ ଏକ କଲଭର୍ଟ ନିର୍ମାଣ ହୋଇଥିଲା ଯାହା ଅନେକ ଦିନ ଆଗରୁ ନିମ୍ନ ମାନର କାମ ଯୋଗୁଁ ଅର୍ଦ୍ଧଭଗ୍ନ ଅବସ୍ଥାରେ ଥିଲା I ଉକ୍ତ କଲଭର୍ଟ ର ପୁନଃନିର୍ମାଣ ସକାଶେ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ବାରମ୍ବାର ଆକର୍ଷଣ କରାଯାଇଥିଲେ ମଧ୍ୟ ପୌର କର୍ତ୍ତୁପକ୍ଷ ସେଥିପ୍ରତି କର୍ଣ୍ଣପାତ କରୁ ନ ଥିଲେ I ଆଜି ରେଲଓ୍ବେ କର୍ତ୍ତୁପକ୍ଷଙ୍କ ନିର୍ମାଣ କାର୍ଯ୍ୟପାଇଁ ଏକ ଗେଟି ବୋଝେଇ ହାଇଓ୍ବା ଉକ୍ତ କଲଭର୍ଟ ଉପରେ ଗଲା ବେଳକୁ ରାସ୍ତାଟି ସଂପୂର୍ଣ୍ଣ ଦବି ଯାଇ ଲୋକଙ୍କ ଯାତାୟତ ବନ୍ଦ ହୋଇ ଯାଇଛି ଯାହାର ଶୀଘ୍ର ପୁନଃନିର୍ମାଣ ସକାଶେ ଗ୍ରାମବାସୀ ତଥା ଗ୍ରୀଡ କଲୋନୀବାସୀଙ୍କ ତରଫରୁ ଦୃଢ ଦାବି ହେଉଛି I
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର