ସାରସ୍ଵତ ପରିକ୍ରମାର ହେମନ୍ତ କବିତା ଆସର ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ
ପାରାଦ୍ଵୀପ – ପାରାଦ୍ଵୀପ ଉପକଣ୍ଠ ଚୂନ ପ୍ରାଥମିକ ବିଦ୍ୟାଳୟ ପରିସରରେ ସାରସ୍ଵତ ପରିକ୍ରମା ସାହିତ୍ୟ ଅନୁଷ୍ଠାନର ହେମନ୍ତ କବିତା ଆସର ଅନୁଷ୍ଠାନର ସଭାନେତ୍ରୀ ଗୋଲାପ ରାଣୀ ସାହୁଙ୍କ ଅଧ୍ୟକ୍ଷତାରେ ଗତ ରବିବାର ଦିନ ଅନୁଷ୍ଟିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ରମେଶ ଚନ୍ଦ୍ର ତ୍ରିପାଠୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । କବି ରଞ୍ଜିତା ସାହୁ, ତୁଳସୀ ବରାଳ, ଅଳକାବତୀ ରଥ,ରୀନା ବେହେରା, ଆରତୀ ଦାଶ,ଦେବ ଦୁର୍ଲଭ କର,ଚିତ୍ରସେନ ମହାନ୍ତି, ଯଶୋବନ୍ତୀ ନାୟକ, ନିମାଇଁ ଚରଣ ମହାପାତ୍ର, ଗୋଲାପ ରାଣୀ ସାହୁ , ସୁବାସ ସେନାପତି, ପ୍ରେମଲତା ବାରିକ, ରମେଶ ଚନ୍ଦ୍ର ତ୍ରିପାଠୀ, ପ୍ରଣତୀ ପଣ୍ଡା,ଡା.ଶୁରେଶ ଚନ୍ଦ୍ର ପ୍ରଧାନ , କଳ୍ପନା ବେହେରା , ବିଦ୍ୟୁତ୍ ପ୍ରଭା ରଥ ଓ ଅନ୍ୟମାନେ କବିତା ପାଠ କରିଥିଲେ । ଏହି ଅବସରରେ ସାରସ୍ଵତ ପରିକ୍ରମା ଅନୁଷ୍ଠାନରେ ନୂତନ କରି ସଦସ୍ୟତା ଗ୍ରହଣ କରିଥିବା କଵି,ଡା.ଶୁରେଶ ଚନ୍ଦ୍ର ପ୍ରଧାନ,କଳ୍ପନା ବେହେରା ଓ ପ୍ରଣତୀ ପଣ୍ଡାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସମସ୍ତ କବିତାକୁ ସମୀକ୍ଷା କରିଥିଲେ କବି ଡା.ଶୁରେଶ ଚନ୍ଦ୍ର ପ୍ରଧାନ। ଅନୁଷ୍ଠାନର ଆଗାମୀ ଜାନୁଆରୀ ୨୬ ରେ ଅନୁଷ୍ଠିତ ହେବାକୁ ଥିବା ୨୯ତମ ସ୍ଵନକ୍ଷେତ୍ର ଦିବସ ସମ୍ପର୍କରେ ଵିଷଦ ଭାବରେ ଆଲୋଚନା କରାଯାଇଥିଲା। ଶେଷରେ ଅନୁଷ୍ଠାନର ସହ ସମ୍ପାଦକ ସୁବାସ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କବିତା ଆସରକୁ ପରିଚାଳନା କରିଥିଲେ କୋଷାଧ୍ୟକ୍ଷା ଆରତୀ ଦାଶ ଏବଂ ସଦସ୍ୟା ଯଶୋବନ୍ତୀ ନାୟକ ।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ
