ସି ପି ଆର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁବର୍ଣ୍ଣପୁର— ଶୁକ୍ରବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ସି ପି ଆର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ସତ୍ୟସାଇ ସେବା ସଂଗଠନ ଓଡିଶା ଆନୁକୂଲ୍ୟରେ CPR ତାଲିମ ଶିବିର ତରଫରୁ ଆସିଥିବା ସୁବର୍ଣ୍ଣପୁର ଜିଲ୍ଲା ଶ୍ରୀ ସତ୍ୟସାଇ ସେବା ସଂଗଠନରୁ ଜିଲ୍ଲା ସଭାପତି ଶ୍ରୀ ଗୁଣନିଧି ପାତ୍ର ଜିଲ୍ଲା ସଂଯୋଜକ ଶ୍ରୀ ରାଧାଦତ୍ତ ମହାପାତ୍ର , ବୀରମହାରାଜପୁର ସତ୍ୟସାଇ ସମିତି ଆବାହକ ସନ୍ତୋଷ ବେହେରା ଏବଂ ଶିକ୍ଷା ସଂଯୋଜକ ବିରଞ୍ଚି ମେହେର ଭୁବନେଶ୍ଵରରୁ ଆସିଥିବା ତାଲିମ ଶିବିରର ପ୍ରଶିକ୍ଷକ ଶ୍ରୀ ଆଶୁତୋଷ ସାହୁ ଓ ଶ୍ରୀ ମାନସ ପାତ୍ର ଏହି କଲେଜର ବରିଷ୍ଠା ରାଜନୀତି ବିଜ୍ଞାନ ଅଧ୍ୟାପିକା ସଂଧ୍ୟାରାଣୀ ରାଉତ ଏବଂ କଲେଜର ସମସ୍ତ କର୍ମଚାରୀ ଏବଂ ସମସ୍ତ ଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ । ଏହି ସଭାର ପରିଚାଳନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ସଂସ୍କୃତ ଅଧ୍ୟାପିକା ସନ୍ତୋଷିନୀ ନାୟକ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
