February 5, 2026
Home » ସୀମାନ୍ତ ରାଇପାହଡ ଗାଁରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ

ସୀମାନ୍ତ ରାଇପାହଡ ଗାଁରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ

0
WhatsApp Image 2026-02-04 at 9.43.49 PM

କୋରାପୁଟ,: କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ ରହିଥିବା ସୀମାନ୍ତ ଗାଁ ଗୁଡିକରେ ସରକାରଙ୍କ ବିଭିନ୍ନ ଯୋଜନାରେ ଲୋକମାନେ ଉପକୃତ ହେଉଛନ୍ତି କି ନାହିଁ ତାହା ତଦାରଖ କରି ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଗ୍ରାମ ଗୁଡ଼ିକ ପରିଦର୍ଶନ କରିବେ ଏବଂ ଘଟଣାସ୍ଥଳରେ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କହିଛନ୍ତି।ଆଜି ନନ୍ଦପୁର ବ୍ଲକ ଅନ୍ତର୍ଗତ ସୀମାନ୍ତ ରାଇପାହଡ ଗ୍ରାମ ପରିଦର୍ଶନ କରି ଲୋକମାନଙ୍କ ସହ ଆଲୋଚନା କରିଛନ୍ତି।ଉକ୍ତ ଗ୍ରାମରେ ବିଦ୍ୟୁତ୍,ପାନୀୟ ଜଳ ଯୋଗାଣ, ପେନସନ ଏବଂ ଚାଉଳ କାର୍ଡ ପାଉଛନ୍ତି କି ନାହିଁ ତାହା ପଚାରି ବୁଝିଥିଲେ।ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର,କୋରାପୁଟ ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ, ତହସିଲଦାର ଦେବବ୍ରତ ମହାରଣା, ବିଡିଓ ଦୁର୍ଗା ପ୍ରସାଦ ଦୋରା ପ୍ରମୁଖ ଙ୍କ ସହ ଅନ୍ୟାନ୍ୟ କ୍ଷେତ୍ର ଅଧିକାରୀ ମାନେ ଉପସ୍ଥିତ ଥିଲେ।ଲୋକମାନଙ୍କ ଜୀବନଜୀବିକା ପାଇଁ କଫି ଚାରା ରୋପଣ କରାଯାଇ ହିତାଧିକାରୀ ମାନଙ୍କୁ କଫି ପଟ୍ଟା ପ୍ରଦାନ କରାଯିବ ବୋଲି ଉପ ଜିଲ୍ଲାପାଳ ଶ୍ରୀ ହିଆଲ କହିଛନ୍ତି।ପ୍ରଶାସନ ତରଫରୁ ଜମି ଚିହ୍ନଟ କରାଯାଇ କ୍ଲଷ୍ଟର ଗୃହ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। ଯେଉଁମାନେ ଆଧାର କାର୍ଡ ପାଇ ନାହାଁନ୍ତି ସେମାନଙ୍କୁ ଆଧାର କାର୍ଡ ଦେବା ପାଇଁ ବନ୍ଦୋବସ୍ତ କରାଯିବ। ଡୁମୁରୀଗୁଡା ଆରଡି ରାସ୍ତା ଠାରୁ ରାଇପାହାଡ ଗ୍ରାମ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।ଗ୍ରାମରେ ୮୨ ଜଣ ଲୋକ ବସବାସ କରୁଛନ୍ତି।ଯେଉଁଥିରେ ପୁରୁଷ ୪୦ ଏବଂ ମହିଳା ୪୨ ରହିଥିବା ବେଳେ ସେମାନଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ ଦିଆଯାଉଥିବା ଯୋଜନାରେ ସେମାନଙ୍କୁ ସାମିଲ କରିବାକୁ ସମସ୍ତ ବନ୍ଦୋବସ୍ତ କରାଯାଉଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *