February 10, 2026
Home » ସୁଦୂର ଭୁବନେଶ୍ୱରରୁ ମାନସିକ ପୂରଣ ନେଇ ଶ୍ରୀ ରାମଚନ୍ଦ୍ର ବେଶଧାରୀ

ସୁଦୂର ଭୁବନେଶ୍ୱରରୁ ମାନସିକ ପୂରଣ ନେଇ ଶ୍ରୀ ରାମଚନ୍ଦ୍ର ବେଶଧାରୀ

0
WhatsApp Image 2025-04-08 at 12.12.17 PM

ବ୍ରହ୍ମପୁର, : ପବିତ୍ର ଶ୍ରୀ ରାମ ନବମୀ ଅବସରରେ ସ୍ଥାନୀୟ ଦେଶୀ ବେହେରା ସାହି ଠାରେ ଚାଲିଥିବା ବିଶ୍ୱ ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପ ଯାତ୍ରା ଠାରେ ରବିବାର ମଧ୍ୟ ବହୁ ମାନସିକ ଧାରୀ ମାନଙ୍କ ସମୂହ ଦେଖିବାକୁ ମିଳିଛି। ସେଥି ମଧ୍ୟରୁ ଆଜି ସୁଦୂର ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରରୁ ଏକ ପରିବାର ନିଜ ପୁତ୍ରର ମାନସିକ ପୂରଣ ନେଇ ବ୍ରହ୍ମପୁରରେ ମାଁ ଙ୍କ ଠାରେ ନିଜ ମାନସିକ ଶ୍ରୀ ରାମଚନ୍ଦ୍ର ବେଶ ପୁରା କରି ଦର୍ଶନ କରିଛନ୍ତି । ସୂଚନା ଅନୁସାରେ ଶ୍ରୀ ରାମଚନ୍ଦ୍ରଙ୍କ ବେଶଧାରି ଆରୀୟାନ ତ୍ରିପାଠୀଙ୍କ ଗତ ୨୦୨୩ ମସିହାରେ ହୃଦରୋଗ ଜନିତ ସ୍ବାସ୍ଥ୍ୟ ଚିକିତ୍ସାର ଅସ୍ତ୍ରାପ୍ରଚାର ବେଳେ, ପିୟୁସି ନାନୀ ଅନିତା ଶବରଙ୍କ ଦ୍ଵାରା ମାନସିକ ପାଇଁ ଆଜି ଜେଜେ ମାଁ ଶୁଭଶ୍ରୀ ତ୍ରିପାଠୀ, ବାପା ଦେବାଶିଷ ତ୍ରିପାଠୀ, ମାମା ପୁଷ୍ପାଞ୍ଜଳି ତ୍ରିପାଠୀ ପ୍ରମୁଖ ସୁଦୂର ରାଜ୍ୟ ରାଜଧାନୀ ଭୁବନେଶ୍ଵର ଠାରୁ ମାଁ ଙ୍କ ଅସ୍ଥାୟୀ ମଣ୍ଡପରେ ପହଞ୍ଚି ସୁପୁତ୍ରର ମାନସିକ ପୂରଣ ପାଇଁ ପୂଜାର୍ଚ୍ଚନା କରିବା ସହ ମାନଙ୍କ ଆଶିଷ କାମନା କରିଥିଲେ। ଏନେଇ ଜେଜେ ମାଁ ଶ୍ରୀମତୀ ତ୍ରିପାଠୀ ମାଁ ବୁଢୀ ଠାକୁରାଣୀଙ୍କ ମହିମାକୁ ବଖାଣିବା ସହ ଭାବବିହ୍ୱଳ ହୋଇ ଅନୁଭୂତି ଓ କଷ୍ଟକୁ କହିବା ସହ ମାଁ ଙ୍କ ଆଶୀର୍ବାଦରେ ତାଙ୍କ ନାତି ନୂଆ ଜୀବନ ପାଇଥିବା ସେ କହିଛନ୍ତି। ଏଥିରେ ପରିବାର ବର୍ଗଙ୍କ ସମେତ ବଡ଼ ଭାଇ, ସାନ ଭାଇ, ଭଉଣୀ ମାନେ ଆସିଥିଲେ ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *