December 28, 2025
Home » ସୁପର ସ୍ପେସିଆଲିଷ୍ଟ କ୍ଲିନିକ ଉଦ୍ଘାଟିତ

ସୁପର ସ୍ପେସିଆଲିଷ୍ଟ କ୍ଲିନିକ ଉଦ୍ଘାଟିତ

0
WhatsApp Image 2025-05-18 at 8.09.17 AM

କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସପିଟାଲରେ ସୁପର ସ୍ପେସିଆଲିଷ୍ଟ କ୍ଲିନିକ ଉଦ୍ଘାଟିତ ହୋଇ ଯାଇଛି।କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। କଲେଜ ଡିନ ତଥା ହସପିଟାଲ ଅଧିକ୍ଷକ ଡାକ୍ତର ପ୍ରଫେସର ସୁଶାନ୍ତ କୁମାର ସାହୁ, ହସପିଟାଲ ପ୍ରଶାସନିକ ରେଜିଷ୍ଟ୍ରାର ରଞ୍ଜିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ଉଦଘାଟନୀ ହେବା ପରେ ନ୍ୟୁରୋଲୋଜି ଡାକ୍ତର ଅଭିନାଶ ଜାଡ଼ା କ୍ଲିନିକରେ ରୋଗୀମାନଙ୍କର ଚିକିତ୍ସା କରିଥିଲେ ।
ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସପିଟାଲର ଅଧୀକ୍ଷକଙ୍କ ଦ୍ଵାରା ଦିଆଯାଇଥିବା ସୂଚନା ଅନୁଯାୟୀ,ଡକ୍ଟର ଅବିନାଶ ଜଡା, ସ୍ନାୟୁବିଜ୍ଞାନୀ ଚଳିତ ମେ ୨୦୨୫ରୁ ପ୍ରତ୍ୟେକ ମାସର ତୃତୀୟ ଶନିବାର ., ଡାକ୍ତର ଅଶ୍ୱିନ୍ କୁମାର ପଣ୍ଡା, ହୃଦରୋଗ ବିଶେଷଜ୍ଞ ଆସନ୍ତା ଜୁନ୍ ୨୦୨୫ରୁ ପ୍ରତ୍ୟେକ ମାସର ପ୍ରଥମ ଗୁରୁବାରରେ., ଡକ୍ଟର ଚିନ୍ମୟାନନ୍ଦ ଦାଶ, ନେଫ୍ରୋଲୋଜିଷ୍ଟ ଚଳିତ ମାସ ମଇ ୨୦୨୫ ରୁ ପ୍ରତ୍ୟେକ ମାସର ତୃତୀୟ ରବିବାର ଦିନରେ ଆସି ରୋଗୀଙ୍କୁ ବିଶେଷ ପରାମର୍ଶ ସେବା ଯୋଗାଇବା ପାଇଁ ଏମସିହେଚ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ମାସିକ ପରିଦର୍ଶନ ପାଇଁ ସମ୍ମତି ପ୍ରଦାନ କରିଛନ୍ତି।
କାର୍ଡିଆଲୋଜୀ, ନ୍ୟୁରୋଲୋଜି ଏବଂ ନେଫ୍ରୋଲୋଜି ବିଭାଗର ବିଶେଷଙ୍କ ଡାକ୍ତରମାନେ କ୍ଲିନିକକୁ ଆସି ରୋଗୀ ସେବା କରିବେ ବୋଲି ଜଣାପଡିଛି।ଅନ୍ୟ ମାନଙ୍କ ମଧ୍ୟରେ ଭେଷଜ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ସ୍ବପ୍ନଶରିତ ସାହୁ, ହସପିଟାଲ ମ୍ୟାନେଜର ଶୁଭେନ୍ଦୁ ଶେଖର ପଣ୍ଡା, ପ୍ରଭାତ ନଳିନୀ ସ୍ୱାଇଁ ଓ ସଙ୍ଗୀତା ସାମଲ, ଫାର୍ମାସିଷ୍ଟ ଶେଖର ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମସ୍ତ ସମ୍ପୃକ୍ତ ବିଭାଗ ଏବଂ କର୍ମଚାରୀମାନଙ୍କୁ ସେମାନଙ୍କର ସହଯୋଗକୁ ସୁଗମ କରିବା ପାଇଁ ପୂର୍ଣ୍ଣ ସହଯୋଗ ବୃଦ୍ଧି କରିବାକୁ ଏବଂ ଆବଶ୍ୟକ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *