July 5, 2025
Home » ସୁପରଭାଇଜ ରାଜକୁମାରୀ ପାତ୍ରଙ୍କୁ ବିନା ପଦବୀରେ ବାଲିଗୁଡା ବ୍ଲକ ମୁଖ୍ୟାଳୟ ବଦଳିପରେ ଅଙ୍ଗନବାଡି କର୍ମୀଙ୍କ ଧାରଣା ସ୍ଥଗିତ

ସୁପରଭାଇଜ ରାଜକୁମାରୀ ପାତ୍ରଙ୍କୁ ବିନା ପଦବୀରେ ବାଲିଗୁଡା ବ୍ଲକ ମୁଖ୍ୟାଳୟ ବଦଳିପରେ ଅଙ୍ଗନବାଡି କର୍ମୀଙ୍କ ଧାରଣା ସ୍ଥଗିତ

0
WhatsApp Image 2025-01-19 at 1.34.06 PM

ବାଲିଗୁଡା ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଜାନୁୟାରୀ ୧୬ତାରିଖରୁ ଅନୁଷ୍ଠିତ ହୋଇଥିବା ୩ଦିନିଆ ଧାରଣା ସିଡିପିଓ ସହ ଆଲୋଚନା ପରେ ୧୮ତାରିଖ ସଂନ୍ଧ୍ୟାରେ ସ୍ଥଗିତ ରଖାଯାଇଛି। ଅଙ୍ଗନବାଡି କର୍ମୀରୁ ସୁପରଭାଇଜର ହୋଇଥିବା ରାଜକୁମାରୀ ପାତ୍ର ଅଙ୍ଗନବାଡି କର୍ମୀଙ୍କୁ ଅସମ୍ମାନ ଓ ଅପମାନିତ କରୁଥିବାରୁ ବ୍ଲକର ସମସ୍ତ କର୍ମୀ ଓ ସହାୟିକା ଗତ ୧୫ଦିନ ତଳେ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ ସହ ଆଲୋଚନା ସହ ଜିଲାପାଳଙ୍କୁ ପତ୍ର ଦ୍ୱାରା ଅବଗତ କରାଇଥିଲେ।କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଜାନୁୟାରୀ ୧୬ତାରିଖରୁ ବାଲିଗୁଡା ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଆନ୍ଦୋଳନ କରିଥିଲେ। ଆନ୍ଦୋଳନ ଯୋଗୁଁ ବାଲିଗୁଡା ସଡିପିଓ କ୍ରିଷ୍ନା ପଣ୍ଡା ଉକ୍ତ ସୁପରଭାଇଜର ରାଜକୁମାରୀ ପାତ୍ରଙ୍କୁ ବିନା କୌଣସି ପଦବୀରେ ବ୍ଲକ କାର୍ଯ୍ୟାଳୟକୁ ବଦଳି କରିଥିଲେ।


ଏଥିରେ କର୍ମୀମାନେ ସନ୍ତୁଷ୍ଟ ନହୋଇ ବ୍ଲକରୁ ବଦଳି କରିବାକୁ ଧାରଣାରେ ଅଡି ବସିଥିଲେ।ଜିଲା ସମାଜ ମଙ୍ଗଳ ଅଧିକାରୀ ଜିଲା ସଭାନେତ୍ରୀ ଓ ସଂମ୍ପାଦିକାଙ୍କୁ ଜିଲାପାଳଙ୍କ ସହ ଆଲୋଚନା ତୁରନ୍ତ କରି ବଦଳି କରିବାକୁ କହିଥିଲେ।ଉପଜିଲ୍ଲାପାଳ ବାଲିଗୁଡା ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଥାନା ଅଧିକାରୀ ମଧ୍ୟ କର୍ମୀ ମାନଙ୍କୁ ବୁଝାଇଥିଲେ।ଜଣେ କର୍ମଚାରୀକୁ ବିନା ପଦବୀରେ ବଦଳି ଏକ ଅପମାନ ସୂଚକ କାର୍ଯ୍ୟ ବୋଲି ଥାନାଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଥିଲେ।ଏହି ଅବସରରେ ଭାରତୀୟ ମଜଦୂର ସଂଘର ଜିଲା ସଭାପତି ଅଶୋକ ପରିଡା ଧାରଣାରେ ଯୋଗଦେଇଥିଲେ।ବିଏମଏସ ଜିଲା ସଭାପତି ଓ ସିଡିପିଓଙ୍କ ସହ ଏକ କମିଟିର ଆଲୋଚନା ହୋଇଥିଲା।ସିଡିପିଓଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନ ସହ କାହାକୁ ଅସମ୍ମାନ ନ କରିବାକୁ ନୋଟିସ କରିବାକୁ ସଡିପିଓ କହିଥିଲେ।

ରାଜକୁମାରୀ ପାତ୍ରକୁ ବ୍ଲକରୁ ବଦଳି ପାଇଁ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଅବଗତ କରିଥିବା କହିଥିଲେ। ଜିଲାପାଳଙ୍କ ପକ୍ଷରୁ ସାତ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ପୁନର୍ବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ସୂଚନା ଦେଇ ଧାରଣାକୁ ସ୍ଥଗିତ ଘୋଷଣା କରିଥିଲେ।ଏହି ଅବସରରେ ଜିଲା ସଭାନେତ୍ରୀ ଶର୍ମିଷ୍ଠା ନାୟକ, ସଂମ୍ପାଦିକା ସାରଦା ପରିଛା,ଆରତୀ ବେହେରା,ଗୀତାଞଳି ପାଳ, ସରୋଜିନୀ କହଁର, ସିଲି ନାୟକ, ନଳିନୀ ପ୍ରଭା ସାହାଣୀ,ରେଖା ମଲିକ, ଗାୟତ୍ରୀ ମଲ୍ଲିକ , ସରୋଜିନୀ ବିଷୋଇ ବ୍ଲକ ସଭାନେତ୍ରୀ ନିଳିମା ସିଂଦେଓ, ବ୍ଲକ ସମ୍ପାଦିକା ପ୍ରଭାତି ପ୍ରଧାନଙ୍କ ସମେତ ବ୍ଲକର ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକା ଉପସ୍ଥିତ ରହି ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *