February 21, 2026
Home »  ସୁପରିଚିତ ଜିଲ୍ଲା ସାମ୍ବାଦିକଙ୍କ ସନ୍ତୋଷ ଷଡ଼ଙ୍ଗୀଙ୍କ ମାତୃ ବିୟୋଗ

 ସୁପରିଚିତ ଜିଲ୍ଲା ସାମ୍ବାଦିକଙ୍କ ସନ୍ତୋଷ ଷଡ଼ଙ୍ଗୀଙ୍କ ମାତୃ ବିୟୋଗ

0
unnamed
ନୟାଗଡ଼: ନୟାଗଡ଼ ପୁରୁଣା ସହର ଦାଣ୍ଡ ସାହିର ସୁପରିଚିତ ଜିଲ୍ଲା ସାମ୍ବାଦିକ ସନ୍ତୋଷ କୁମାର ଷଡ଼ଙ୍ଗୀ ( ବୁଢ଼ା )ଙ୍କ ମାତା ରତନୀ ଷଡ଼ଙ୍ଗୀଙ୍କର ୯୨ ବର୍ଷ ବୟସରେ ୨୯ ତାରିଖ ମଧ୍ୟରାତ୍ର ପରମୁର୍ହୂରେ ନିଜ ବାସଭବନରେ ପରଲୋକ ଗମନ କରିଛନ୍ତି ।ମୃତ୍ୟୁ ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ନିଜ ବାସଭବନକୁ ଫେରିଥିଲେ । ସ୍ବର୍ଗତ ଷଡ଼ଙ୍ଗୀ ମିଷ୍ଟଭାଷୀ ସୁପରିଚିତା ଓ ପରୋପକାରୀ ମହିଳା ଥିଲେ ।ଦୁଃଖଦ ମୃତ୍ୟୁ ଖବର ପାଇ ୪ ଝିଅ ଭାଗ୍ୟଲତା, ସ୍ୱର୍ଣଲତା, ସ୍ନେହଲତା ଚାରୁଲତା ଓ ୪ ଜୁଆଇଁ ବ୍ରଜବନ୍ଧୁ, ଗୋଦାବରୀ, ନୀଳମାଧବ ଓ ଜଗମୋହନ,ନାତି,ନାତୁଣୀ, ବନ୍ଧୁବାନ୍ଧବ, ସାମ୍ବାଦିକ ଓ ସାହି ସମାଜର ଜନସାଧାରଣ ଶ୍ରୀ ଷଡ଼ଙ୍ଗୀଙ୍କ ବାସଭବନ ଠାରେ ରୁଣ୍ଡ ହୋଇଯାଇଥିଲେ । ସ୍ବର୍ଗତ ଷଡ଼ଙ୍ଗୀଙ୍କର ଅତି ପ୍ରିୟ ସାନ ଭଉଣୀ ତିଳୋତ୍ତମାଙ୍କୁ ପୁତୁରା ଜିଲ୍ଲା ସାମ୍ବାଦିକ ଗୋକୁଳ କୁମାର ଷଡ଼ଙ୍ଗୀ ସପରିବାର ପହଂଚି ଅମର ଆତ୍ମାର ଶଦ୍ଗତି କାମନା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୃତ୍ୟୁ ସମୟରେ ପାଖରେ ଏକମାତ୍ର ପୁତ୍ର ସନ୍ତୋଷ,ପୁତ୍ରବଧୂ ସୁକାନ୍ତି, ନାତି ଦେବାଶିଷ, ନାତୁଣୀ ଦେବସ୍ମିତା ଝିଅ ସ୍ନେହଲତା ଓ ପୁତୁରା ଗୋକୁଳ କୁମାର ଷଡ଼ଙ୍ଗୀ ଉପସ୍ଥିତ ଥିଲେ । ସେ ଜଣେ ଧର୍ମପରାୟଣ, ପରୋପକାରୀ, ମେଳାପୀ ଏବଂ ସ୍ନେହୀ ମହିଳା ଥିଲେ ।ବନ୍ଧୁ ବିରାଦର ସମସ୍ତଙ୍କର ଶେଷ ଦର୍ଶନ ପରେ ନାମ ସଂକୀର୍ତ୍ତନ, ରାମ ନାମ ସତ୍ୟହେ ଧ୍ବନିରେ ଶବ ଶୋଭାଯାତ୍ରା ବାହାରିଥିଲା ଗାଆଁ ଶ୍ମଶାନ ଅଭିମୁଖେ । ସେଠାରେ ଏକମାତ୍ର ପୁତ୍ର ସନ୍ତୋଷ କୁମାର ଷଡଙ୍ଗୀ ମୁଖାଗ୍ନି ଦେଇଥିଲେ ।ପ୍ରଭୁ ଜଗନ୍ନାଥ ଅମର ଆତ୍ମାର ଶଦ୍ଗତି ସହିତ ଶୋକ ସନ୍ତପ୍ତ ପରିବାରକୁ ସହାୟ ପାଇଁ ଉପସ୍ଥିତ ସମସ୍ତେ ମାନସିକ ପ୍ରାର୍ଥନା କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *