ସୁବର୍ଣ୍ଣପୁର ଗୃହରକ୍ଷୀ ପଦବୀ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ
।
ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ଅନୁଷ୍ଠିତ ହୋଇଛି ଗୃହରକ୍ଷୀ ପଦବୀ ପାଇଁ ଲିଖିତ ପରୀକ୍ଷା। ମୋଟ ୯୨ ଟି ଗୃହରକ୍ଷୀ ପଦବୀ ପାଇଁ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାରେ ମୋଟ ୪ ହଜାର ୨ ଶହ ୭୭ ଜଣ ପରୀକ୍ଷାର୍ଥୀ ସାମିଲ ପାଇଁ ଆବେଦନ କରିଥିଲେ । ସହରର ରାମେଶ୍ବର ଷ୍ଟାଡିୟମ୍ ରେ ସକାଳ ୫ ଟାରୁ ପଡିଆକୁ ପରୀକ୍ଷାର୍ଥୀ ଙ୍କୁ ଛଡା ଯାଇଥିଲା । ୭ ରୁ ୮ ଟା ସମୟ ଭିତରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ପରୀକ୍ଷା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିବା ସହ ସିସି କ୍ୟାମେରା ଓ ଡ୍ରୋନ ନଜରରେ ରଖଯାଇଥିଲା ପରୀକ୍ଷା ପଡିଆ । ପରୀକ୍ଷା ପଡିଆକୁ ମୋବାଇଲ, ସ୍ମାର୍ଟ ୱାଚ ଆଦି ବୈଦ୍ୟୁତିକ ସାମଗ୍ରୀ ସବୁ ବାରଣ କରାଯାଇଥିଲା । ତା ସହିତ ସକାଳୁ ସକାଳୁ ପିଲା ଙ୍କ ଲମ୍ବା ଲାଇନ ଲାଗିଥିଲା l ପରୀକ୍ଷାକୁ ନେଇ ପଡିଆ ଭିତରକୁ ପ୍ରବେଶ କରୁଥିବା ବେଳେ ପରୀକ୍ଷାର୍ଥୀ ଖୁସି ଥିବା ଦେଖାଯାଇଛି । ଅନ୍ୟ ପକ୍ଷ ରେ କେତେକ ଆଶାୟୀ ବିଳମ୍ବ ରେ ଆସିଥିବା ବେଳେ ନିରାଶ ହୋଇ ଫେରିବାକୁ ପଡ଼ିଛି। ନିରାଶ ଆଶାୟୀ ସମୟ ପୂର୍ବରୁ ଆସି ଲାଇନ ରେ ଛିଡ଼ା ହୋଇଥିଲେ ମଧ୍ୟ ଫେରେଇ ଦେଇଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରୁଥିବା ସୂଚନା ମିଳିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
