June 5, 2026
Home » ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ବିଭାଗ ର ଚଢ଼ାଉ : ୪୦୭ ମିନିଟ୍ରକ ସହ ୫୮ କ୍ୟୁଣ୍ଟାଲ ୨୮କେଜି ଧାନ ଜବତ l

ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ବିଭାଗ ର ଚଢ଼ାଉ : ୪୦୭ ମିନିଟ୍ରକ ସହ ୫୮ କ୍ୟୁଣ୍ଟାଲ ୨୮କେଜି ଧାନ ଜବତ l

0
WhatsApp Image 2026-06-05 at 3.52.43 PM

ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ବିଭାଗ ଦ୍ଵାରା ଡୁଙ୍ଗୁରିପାଲି ୨୬ ନଂ. ଜାତୀୟ ରାଜପଥ ଖୁଣ୍ଟପାଲି ପେଟ୍ରୋଲ ପମ୍ପ ମଙ୍ଗଳରାମ ଏଣ୍ଡ କୋ. ସମ୍ମୁଖ ରେ ଚଢ଼ାଉ କରି ୪୦୭ ଟ୍ରକ ସମେତ ୫୮ କ୍ୟୁଣ୍ଟାଲ ୨୮ କିଲୋଗ୍ରାମ ଧାନ ଜବତ କରିଛି l ଏହି ଘଟଣାରେ ୪୦୭ଗାଡିର ଡ୍ରାଇଭର ତଥା ବରଗଡ ଜିଲ୍ଲା ବରପାଲି ଥାନା ସତଲମା ଗ୍ରାମର ହିମାଂଶୁ ଷାଣ୍ଢ ଙ୍କୁ ଲିଖିତ ଭାବରେ ଜଣାଇଲା ପରେ ଯୋଗାଣ ବିଭାଗ ଛାଡିଦେଇଛି | ପ୍ରାପ୍ତ ସୂଚନା ଅନୁଯାୟୀ ବୁଧବାର ସକାଳ ୬ ଟା ସମୟରେ ଡୁଙ୍ଗୁରିପାଲି ବ୍ଲକ ଯୋଗାଣ ନିରୀକ୍ଷକ ସୂର୍ଯ୍ୟକାନ୍ତ ପରିଡା ବରଗଡ ଯିବା ସମୟରେ ଖୁଣ୍ଟପାଲି ପେଟ୍ରୋଲ ପମ୍ପ ସମ୍ଭୁଖରେ ଛିଡା ହୋଇଥିବା ଏକ ଧାନ ବୋଝେଇ ୪୦୭ ଟ୍ରକ OD-17 G 2085 ଗାଡି କୁ ସନ୍ଦେହ କରି ଡ୍ରାଇଭର ଙ୍କୁ କେଉଁ ଆଡେ ଯାଉଛି ବୋଲି ପଚାରି ଥିଲେ l ହେଲେ ଡ୍ରାଇଭର ସଠିକ ଉତ୍ତର ଦେଇନ ପାରି ଧାନର କାଗଜ ପତ୍ର ମଧ୍ୟ ଦେଖାଇ ପାରି ନ ଥିଲା |ପରେ ଯୋଗାଣ ବିଭାଗ ଟିମ OD- 17 G2085 କୁ ଅଟକ ରଖି ତନଖି କରିବା ସମୟରେ ୧୭୪ ବସ୍ତା ଧାନ ମିଳିଥିଲା l ଓଜନ ପରେ ଏହାର ଓଜନ ୫୮ କ୍ୟୁଣ୍ଟାଲ ୨୮କିଲୋ ଜଣାପଡିଥିଲା l ବରଗଡ ଜିଲ୍ଲା ରୁ ଉକ୍ତ ଧାନ ବେଆଇନ ଭାବେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି କୁ ଆସୁଥିବା ଜଣାପଡିବା ପରେ ବିଭାଗ ପକ୍ଷରୁ ଡ୍ରାଇଭର ଙ୍କ ନିକଟରୁ ୪୦୭ ଗାଡି ଓ ଧାନକୁ ଜବତ କରାଯାଇଛି |ଜବତ ଧାନ ଓ୪୦୭ ଗାଡିକୁ ଡୁଙ୍ଗୁରିପାଲି ବ୍ଲକର ଉମାଶଙ୍କର ରାଇସ ମିଲକୁ ଜିମା ଦିଆଯାଇଛି |ଜିଲା ଯୋଗାଣ ବିଭାଗ ପକ୍ଷରୁ ଏକ ମାମଲା ୠଜୁ କରାଯାଇଛି l ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ନିରଦ ରଞ୍ଜନ ଦାସ ଙ୍କ ନିର୍ଦ୍ଦେଶ କ୍ରମେ ବିଭାଗର ଚଢ଼ାଉରେ ଜିଲ୍ଲା ଯୋଗାଣ ଅଧିକାରୀ କେଦାରନାଥ ନାୟକ,ଡୁଙ୍ଗୁରିପାଲି ବ୍ଲକ ଯୋଗାଣ ନିରୀକ୍ଷକ ସୂର୍ଯ୍ୟକାନ୍ତ ପରିଡା, ବିନିକା ବ୍ଲକ ଯୋଗାଣ ନିରୀକ୍ଷକ ପ୍ରମୋଦ କୁମାର ପଣ୍ଡା ସାମିଲ ଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *