ସୁବର୍ଣ୍ଣପୁର ଜିଲ୍ଲା ରେ ଦୀର୍ଘ ଦିନ ଧରି ଚୌକି ମାଡ଼ି ବସିଥିବା କର୍ମଚାରୀଙ୍କ ବଦଳି ଦାବି

ଦୀର୍ଘ ଦିନ ଧରି ଗୋଟିଏ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଆଜି ଜିଲ୍ଲାପାଳ ଙ୍କ ଜରିଆରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର , ସମ୍ବଲପୁରଙ୍କୁ ସୁବର୍ଣ୍ଣପୁର ସଚେତନ ଯୁବକମାନଙ୍କ ଦ୍ୱାରା ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।
ସରକାରଙ୍କ ନିୟମ ଅନୁସାରେ ଜଣେ ସରକାରୀ କର୍ମଚାରୀ ୩ ବର୍ଷରେ ଅତିକମ ରେ ଥରେ ବଦଳି ହେବାର ନିୟମ ରହିଛି କିନ୍ତୁ ଏହି ନିୟମର ଖୋଲା ଖୋଲି ଉଲଂଘନ ହେଉଥିବା ବା ସିଧାସିଧା ସରକାରଙ୍କ ନିୟମକୁ ଖୋଲା ଚ୍ୟାଲେଞ୍ଜ ଦେଲାଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରେ l ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଏବଂ ଜିଲ୍ଲାର ଅନ୍ୟାନ୍ୟ କିଛି କର୍ମଚାରୀ ଦୀର୍ଘବର୍ଷ ଧରି ଚୌକି ମାଡିବସି ଗୋଟିଏ ସ୍ଥାନରେ କାର୍ଯ୍ୟ କରିଆସୁଛନ୍ତି ବୋଲି ଦାବି ପତ୍ର ରେ ଦର୍ଶାଇଛନ୍ତି I ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଶହ ଶହ କର୍ମଚାରୀ ଅଛନ୍ତି ଯେଉଁମାନେ କି ଦୀର୍ଘବର୍ଷ ଧରି ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି I ଏଣୁ ଉପଯୁକ୍ତ ତଦନ୍ତ କରି ଦୀର୍ଘବର୍ଷ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟରତ ଥିବା କର୍ମଚାରୀ ଏବଂ ଦୀର୍ଘବର୍ଷ ଧରି କେବଳ ଜିଲ୍ଲା ମୁଖ୍ୟାଳୟରେ କାର୍ଯ୍ୟରତ ଥିବା କର୍ମଚାରୀ ମାନଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଦାବି କରିଛନ୍ତି ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..