July 27, 2025
Home » ସୁବର୍ଣ୍ଣପୁର ଜିଲ୍ଲା ରେ ଧାନ କିଣାରେ ଅବ୍ୟବସ୍ଥା ଯୋଗୁଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ

ସୁବର୍ଣ୍ଣପୁର ଜିଲ୍ଲା ରେ ଧାନ କିଣାରେ ଅବ୍ୟବସ୍ଥା ଯୋଗୁଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ

0
WhatsApp Image 2025-06-27 at 10.39.06 AM

ସୁବର୍ଣ୍ଣପୁର: ଧାନ ଟୋକନ ଟାର୍ଗେଟ ର ଅଭାବ ଓ ବୈଦ୍ୟନାଥ ସେବା ସମବାୟ ସମିତି ରେ ଧାନ ରଖିବା ଅବ୍ୟବସ୍ଥା ନେଇ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ବୈଦ୍ୟନାଥ ପ୍ୟlକ୍ସ ଚାଷୀ ସଂଗଠନ ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ଓ ଧାରଣା ଦେଇଥିବା ବେଳେ ଟୋକନ୍ ଟାର୍ଗେଟ କମ୍ ଥିବାରୁ କଟନି ଛଟନି ହୋଇ ଧାନ କିଣା ଯିବ ବୋଲି ପେକ୍ସ କର୍ମଚାରୀ କହୁଥିବା ଓ ସିଧା ସଳଖ ରାଇସ ମିଲ କୁ ଧାନ ଦିଅ ବୋଲି କହିବା ବିଷୟ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀ ଙ୍କୁ ଅଭିଯୋଗ କରିଛନ୍ତି l ସେହିପରି ସୋନପୁର ବ୍ଳକ୍ ର ବାଲପୁର ସେବା ସମବାୟ ସମିତି ର ଚାଷୀ ସଂଗଠନ ଧାନ ଉଠାଣ ଦାବୀ ନେଇ ଆଜି ସମାନ ଢଙ୍ଗ ରେ ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ l ଗତ ୧୯ ତାରିଖ ରୁ ଏ ଅଞ୍ଚଳ ର ଧାନ ଉଠାଣ ଦାବୀ ନେଇ ବିଭାଗୀୟ ଅଧିକାରୀ ଙ୍କୁ ସାକ୍ଷାତ କରି ଆଲୋଚନା କରିଥିବା ଓ ୩୦ ତାରିଖ ସୁଦ୍ଧା ଧାନ ଉଠାଇବାକୁ ପ୍ରତିଶୁତି ଦେଇ ମଧ୍ୟ ପ୍ରତିଶୁତି ଫେଲ ମାରିଥିବା ଓ ଆଜି ସୁଦ୍ଧା ୧୦୦ ବସ୍ତା ଧାନ ବି ଉଠି ନ ଥିବା ଅଭିଯୋଗ କରିଛନ୍ତି ଚାଷୀ l ତା ସହିତ ମଣ୍ଡି ମାନଙ୍କ ରେ ସେଡ ର ବ୍ୟବସ୍ତା ନ ଥିବାରୁ ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ ପଡି ରହିଥିବା ବିଷୟ ମଧ୍ଯ ଜିଲ୍ଲାପାଳ ଙ୍କୁ ଲିଖିତ ଆକାର ରେ ଚାଷୀ ସଂଗଠନ ଜଣାଇଛନ୍ତି l ଜିଲ୍ଲା ର ବିଭିନ୍ନ ଅଞ୍ଚଳ ର ମଣ୍ଡି ମାନଙ୍କ ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ଆଜି ବୀରମହାରାଜପୁର ବିଧାୟକ ଇଂ.ରଘୁନାଥ ଜଗଦଲା ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ସହ ଆଲୋଚନା କରି ଜିଲ୍ଲା ରେ ଦେଖା ଦେଇଥିବା ଚାଷୀ ଙ୍କ ଧାନ ବିକ୍ରୟ ସମସ୍ୟା, ଟୋକନ ସମସ୍ୟା, ଓ ମଣ୍ଡି ମାନଙ୍କ ର ଭିତ୍ତିଭୂମି ର ବିକାଶ ଉପରେ ଅବଗତ କରାଇଥିଲେ ଓ ଜିଲ୍ଲା ର ସମସ୍ତ ବ୍ଲକ ଅଞ୍ଚଳ ରେ ତୁରନ୍ତ ଧାନ ଉଠାଇବାକୁ ବିଭାଗ କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *