ସୁବର୍ଣ୍ଣପୁର ଜିଲ୍ଲା ରେ ମୋଟ 4,62,384 ଜଣ ଭୋଟର : SIR-2026 ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ l
ସୁବର୍ଣ୍ଣପୁର ଜିଲ୍ଲାରେ SIR-2026 ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ଙ୍କ ସଭାପତିତ୍ଵରେ ପ୍ରକାଶ କରାଯାଇଛି । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ( ସାଧାରଣ )ଅଞ୍ଜଳିନା ପ୍ରଧାନ, ଡେପୁଟି ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ କ୍ଲିଣ୍ଟନ ସାହୁ, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଯମୁନା ପ୍ରଧାନ, ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଓ ସୁବର୍ଣ୍ଣପୁର ଜିଲ୍ଲାର ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।
ଜିଲ୍ଲାର ୬୪-ବୀରମହାରାଜପୁର ନିର୍ବାଚନମଣ୍ଡଳୀର ୩୦୭ଟି ବୁଥ୍ରେ ମହିଳା ୧,୧୦,୧୦୮ ଜଣ , ପୁରୁଷ ୧,୦୧,୦୬୯ ଜଣ ଓ ତୃତୀୟ ଲିଙ୍ଗୀ ୩ ଜଣ ମୋଟ ଭୋଟର ୨,୧୧,୧୮୦ ଜଣ ଅଛନ୍ତି ।୬୫-ସୋନପୁର ନିର୍ବାଚନମଣ୍ଡଳୀର ୩୫୫ଟି ବୁଥ୍ରେ ମହିଳା ୧,୨୯,୬୯୩ ଜଣ, ପୁରୁଷ ୧,୨୧,୫୦୯ ଜଣ ଓ ତୃତୀୟ ଲିଙ୍ଗୀ ୨ ଜଣ ମୋଟ ଭୋଟର ୨,୫୦,୨୦୪ ଜଣ ଅଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୬୬୨ଟି ବୁଥ୍ରେ ମହିଳା ୨,୩୯,୮୦୧ ଜଣ , ପୁରୁଷ ୨,୨୨,୫୭୮ ଜଣ ଓ ତୃତୀୟ ଲିଙ୍ଗୀ ୫ ଜଣ ମୋଟ ଭୋଟର ୪,୬୨,୩୮୪ ଜଣ ଅଛନ୍ତି । ଏହି ପୁନଃ ନିରୀକ୍ଷଣ ପ୍ରକ୍ରିୟା ସମ୍ପାଦିତ ହୋଇଛି। ଏହି ପ୍ରକ୍ରିୟାରେ ପ୍ରାପ୍ତ ଦାବି ଓ ଆପତ୍ତିଗୁଡ଼ିକୁ ନିୟମାନୁସାରେ ଯାଞ୍ଚ କରି ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି।

ଅପିଲ୍ ବ୍ୟବସ୍ଥା: ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଆଦେଶରେ କୌଣସି ବ୍ୟକ୍ତି ଅସନ୍ତୁଷ୍ଟ ହେଲେ, Representation of the People Act, 1950 ର ଧାରା 24 ଅନୁଯାୟୀ 15 ଦିନ ମଧ୍ୟରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ପ୍ରଥମ ଅପିଲ୍ କରିପାରିବେ। ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଆଦେଶରେ ଅସନ୍ତୁଷ୍ଟ ହେଲେ, 30 ଦିନ ମଧ୍ୟରେ Chief Electoral Officer ଙ୍କ ନିକଟରେ ଦ୍ୱିତୀୟ ଅପିଲ୍ କରିପାରିବେ। ଅପିଲ୍ ଦାଖଲ ହେବା ଦ୍ୱାରା ଚୂଡ଼ାନ୍ତ ଭୋଟର ତାଲିକାର ପ୍ରକାଶନ ସ୍ଥଗିତ ହେବ ନାହିଁ।
ଏହି ସମଗ୍ର ପ୍ରକ୍ରିୟାରେ ସହଯୋଗ କରିଥିବା ସମସ୍ତ ରାଜନୈତିକ ଦଳ ଓ ସେମାନଙ୍କ ପ୍ରତିନିଧି, BLO, ସୁପରଭାଇଜର, ଅଧିକାରୀ, କର୍ମଚାରୀ ଏବଂ ସାଧାରଣ ଜନସାଧାରଣଙ୍କୁ ଜିଲ୍ଲାପାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ହାର୍ଦ୍ଦିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ । ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ଆମର ମୁଖ୍ୟ ଲକ୍ଷ୍ୟ। ଏହି କାର୍ଯ୍ୟରେ ସମସ୍ତଙ୍କ ସହଯୋଗ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଆଶା କରୁଛୁ l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
