December 21, 2025
Home » ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

0
WhatsApp Image 2025-09-03 at 10.55.24 AM

 

 

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ଅଞ୍ଜଳିନା ପ୍ରଧାନଙ୍କ ସଭାପତିତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମିନି କନଫରେନ୍ସ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ, ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟିର ସମସ୍ତ ସଦସ୍ୟ/ ସଦସ୍ୟାମାନଙ୍କୁ ସ୍ୱାଗତ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା ଉପରେ ଉପସ୍ଥିତ ସଦସ୍ୟ/ସଦସ୍ୟାମାନେ ସେମାନଙ୍କର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମାଇବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ସାଙ୍ଗେ ସାଙ୍ଗେ ଜିଲ୍ଲାର ଜନସାଧାରଣଙ୍କୁ ସଚେତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା lଏତଦ୍ ବ୍ୟତୀତ ସୋନପୁର ସହରର ଲିଟିଲ୍ ଫ୍ଲାୱାର ବିଦ୍ୟାଳୟ, ବୁଢ଼ାରାଜା (ଜିଲ୍ଲା ଡାକ୍ତରଖାନା ରାସ୍ତା), କଚେରି ଛକ(କୋର୍ଟ ପରିସର ପାଖ), ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ଓ କୁଞ୍ଜ ଛକ ନିକଟରେ ସ୍ପିଡ ବ୍ରେକର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତତ୍ ସହିତ ଅନ୍ୟ ଆବଶ୍ୟକ ସ୍ଥାନ ମାନଙ୍କରେ ସ୍ପିଡ ବ୍ରେକର ନିର୍ମାଣ କରିବା ପାଇଁ ଆଲୋଚନା ହୋଇଥିଲା। ସୋନପୁର ସହରରେ ବୁଲା ଗାଈଗୋରୁଙ୍କ ଯୋଗୁଁ ଟ୍ରାଫିକ ସମସ୍ୟା ଓ ଅଧିକ ଦୁର୍ଘଟଣା ଘଟୁଥିବା କମିଟିର ସଦସ୍ୟ ଓ ସଦସ୍ୟା ମାନେ ଅବଗତ କରାଇ ବୁଲା ଗାଈଗୋରୁ ମାନଙ୍କୁ ସୋନପୁର ପୌର ପରିଷଦ ଦ୍ବାରା କାଞ୍ଜିଆ ହୋଦା କିମ୍ବା ଗୋଶାଳା ରେ ରଖିବାର ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ସଡ଼କ ଦୁର୍ଘଟଣା ଓ ତତ୍ ଜନିତ ମୃତ୍ୟୁ କମାଇବା ଓ ରୋକିବା ପାଇଁ କମିଟିର ସଦସ୍ୟ ସଦସ୍ୟା ମାନେ ସେମାନଙ୍କର ସୁଚିତିନ୍ତ ମତାମତ ପ୍ରଦାନ କରିଥିଲେ। ଶେଷରେ ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ ଅଧିକାରୀ, ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *