ସୁବର୍ଣ୍ଣପୁର ଜିଲ୍ଲା ସ୍ବାଧୀନତା ସଂଗ୍ରାମୀ ସ୍ମୃତି କମିଟି ଗଠିତ l
ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ରବିବାର ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ସଂଗ୍ରାମୀ ସ୍ମୃତି କମିଟି ଗଠିତ ହୋଇ ଯାଇଛି। ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସାଧାରଣ ବୈଠକରେ ଡ. ପ୍ରଫୁଲ୍ଲ କୁମାର ରଥ, ପ୍ରଶାନ୍ତ କୁମାର ଶତପଥୀ, ବ୍ରଜମୋହନ ଦାନୀ,ସ୍ବୟମ୍ଭୂନାଥ ଖଣ୍ଡଗିରି ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ଶ୍ରୀ ସାହୁ ସମସ୍ତ ଙ୍କୁ ସ୍ଵାଗତ କରିବା ସହିତ ଭାରତୀୟ ସ୍ବାଧୀନତା ସଂଗ୍ରାମରେ ନିଜକୁ ଉତ୍ସର୍ଗୀକୃତ କରିଥିବା ସୁବର୍ଣ୍ଣପୁର ଜିଲ୍ଲାର ମହାପୁରୁଷ ମାନଙ୍କ ପାଇଁ ଏକ ଜିଲ୍ଲା ସ୍ତରୀୟ ସ୍ମୃତି କମିଟି ଗଠନ ନିମନ୍ତେ ପ୍ରସ୍ତାବ ଆଗତ କରିଥିଲେ। ସର୍ବସମ୍ମତିକ୍ରମେ ଏହି କମିଟି ଗଠନ କରା ଯାଇଥିଲା। ଏଥିରେ ସଭାପତି ଭାବେ ଡ. ପ୍ରଫୁଲ୍ଲ କୁମାର ରଥ,ଉପ ସଭାପତି ଡ. ଆର୍ତ୍ତତ୍ରାଣ ବାବୁ, ସଂପାଦକ ଯୁଗଳ କିଶୋର ମିଶ୍ର, ଯୁଗ୍ମ ସଂପାଦକ ଯୁଧିଷ୍ଠିର ଖମାରୀ, କୋଷାଧ୍ୟକ୍ଷ ଭାବେ ଦିଲ୍ଲିପ କୁମାର ରଥଙ୍କୁ ମନୋନୀତ କରାଯାଇଥିଲା। ଉପଦେଷ୍ଟା ମଣ୍ଡଳୀରେ ଯଥାକ୍ରମେ ଗୋରେଖନାଥ ସାହୁ, ବ୍ରଜମୋହନ ଦାନୀ,ସ୍ବୟମ୍ଭୂନାଥ ଖଣ୍ଡଗିରି ପ୍ରମୁଖ ରହିଛନ୍ତି। କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବରେ ପ୍ରଶାନ୍ତ କୁମାର ଶତପଥୀ, ମାଧବ ଚନ୍ଦ୍ର ପଧାନ,ଡ.ଅନିରୁଦ୍ଧ କୁରୁକୁରିଆ, ଦୟାନିଧି ହୋତା,ଡ. ଦ୍ବିତୀକୃଷ୍ଣ ପଣ୍ଡା, ପଙ୍କଜ ଖମାରୀ, ଅଶୋକ କୁମାର ସାହୁ, ପବିତ୍ର ମୋହନ ପାଣ୍ଡିଆ,ପ୍ର.ମୀନା ମହାରଣା,ରାମ ଗୋପାଳ ବାଘ,ଡ. ଦେବାଶିଷ ପାଣ୍ଡିଆ, ପ୍ରଦୀପ କୁମାର ଶତପଥୀ, ରାଜେଶ କୁମାର ମେହେର, ଅକ୍ଷୟ କୁମାର ବାଘ ପ୍ରମୁଖ ରହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ମୂର୍ତ୍ତି ସ୍ଥାପନ ତଥା ସ୍ମାରକୀ ନିମନ୍ତେ ଦିଲ୍ବାହାଲ୍ପୁର ସ୍ଥିତ ପକ୍କା ଗୃହକୁ ଅଧିଗ୍ରହଣ କରିବା ସକାଶେ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ଠାରେ ଦାବି ଉପସ୍ଥାପିତ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥିଙ୍କ ସହିତ ପରିଷଦର ସମସ୍ତ ସଦସ୍ୟ ଏବଂ ପ୍ରଦୀପ ପୁରୋହିତ, ସୁବାସ ଶତପଥୀ, ପ୍ରମୁଖ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ବ୍ୟୋମକେଶ ଦାଶ, ବାସୁଦେବ ପଣ୍ଡା, ହୃଷିକେଶ ରଥ, ଶ୍ୟାମସୁନ୍ଦର ସେଠି, ସତ୍ୟନାରାୟଣ ନାୟକ, ବଳରାମ କାଣ୍ଡ,ବାସୁଦେବ ରଥ, ଜୀତେନ୍ଦ୍ର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଡ. ଦ୍ବିତୀକୃଷ୍ଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
