ସୁବର୍ଣ୍ଣପୁର ଜିଲ୍ଲାପାଳ ପାଇବେ ପ୍ରଶାସନିକ ସେବା ରତ୍ନ ସମ୍ମାନ
ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଙ୍କୁ ମିଳିବ ପ୍ରଶାସନିକ ସେବା ରତ୍ନ ସମ୍ମାନ l ଆସନ୍ତା ଡିସେମ୍ବର ମାସ 25 ତାରିଖ ରେ ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ର ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଙ୍କୁ ଚଳିତ ବର୍ଷ ର ପ୍ରଶାସନିକ ସେବା ରତ୍ନ ସମ୍ମାନ -2025 ପ୍ରଦାନ କରାଯିବ l ପ୍ରକାଶ ଯେ, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଲୋକ ସେବକ ମଣ୍ଡଳ ଜାତୀୟ ଉପାଧ୍ୟକ୍ଷ ( ଦିଲ୍ଲୀ ) ଡ. ପ୍ରଭାସଚନ୍ଦ୍ର ଆଚାର୍ଯ୍ୟ, ଉତ୍କଳ ସାହିତ୍ୟ ସମାଜ ର ନବ ନିର୍ବାଚିତ ସମ୍ପାଦକ ତଥା ଓଡିଶା ହାଇକୋର୍ଟ ଆଡଭୋକେଟ ରାଜୀବ କୁମାର ଷଡ଼ଙ୍ଗୀ ତଥା କୋଷାଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଦାସ ଅତିଥି ଭାବରେ ଯୋଗଦେବେ l ରାଜ୍ୟ ତଥା ଜାତୀୟ ସ୍ତରର ଅତିଥି ମାନେ ତିନିଟି ଅଧିବେଶନ ରେ ମଞ୍ଚାସୀନ ହୋଇ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ମିଳିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
