May 23, 2026
Home » ସୁବର୍ଣ୍ଣପୁର ଜିଲ୍ଲାରେ ରବି ଋତୁ ପାଇଁ ଧାନ କିଣା ଆରମ୍ଭ

ସୁବର୍ଣ୍ଣପୁର ଜିଲ୍ଲାରେ ରବି ଋତୁ ପାଇଁ ଧାନ କିଣା ଆରମ୍ଭ

0
WhatsApp Image 2026-05-23 at 12.07.49 PM

ଅଧିକାଂଶ ଚାଷୀଙ୍କ ପାଖକୁ ଟୋକନ ଆସି ନ ଥିବାରୁ ଚାଷୀ ମାନଙ୍କ ମହଳରେ ତୀବ୍ର ଅସନ୍ତୋଷ l

ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଚରଦା ପେକ୍ସ (ପ୍ରାଥମିକ କୃଷି ସେବା ସମବାୟ ସମିତି) ରେ ଚଳିତ ରବି (ଡାଲୁଅ) ଋତୁ ର ଧାନ କିଣା ଆରମ୍ଭ ହୋଇଛି l ସମ୍ପାଦକ ରବିନାରାୟଣ ଥନାପତି ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ( ସାଧାରଣ )ଅଞ୍ଜଲିନା ପ୍ରଧାନ ଏହାକୁ ଉଦଘାଟନ କରିଥିଲେ l ଏଥିରେ ସମ୍ମାନିତ ଅତିଥି ଭାବେ ଚିଫ୍ ସିଏସଓ ନିରଜ୍ ରଞ୍ଜନ ଦାଶ , ଡିଆରସିଏସ ଭବାନୀ ଶଙ୍କର ଦାଶ , ଆରଏମସି ସମ୍ପାଦକ ଅବକାଶ ବେହେରା ,ସି ଏସ ଓ କେଦାରନାଥ ନାୟକ, ଏସିଏସଓ ରେବତୀ ସିଂ ନାଏକ, ଯୋଗାଣ ଅଧିକାରୀ ପ୍ରମୋଦ ପଣ୍ଡା, ପେସ୍କ ସଭାପତି ଚତୁର୍ଭୁଜ ଥନାପତି, ସରପଞ୍ଚ ବୃନ୍ଦାବତୀ ନାଏକ , ଭୀମ ସେନ ସିଂଦେଓ, ଡିଓଏଲପିସି ସଭ୍ୟ ଶିବରାଜ ବେହେରା ପ୍ରମୁଖ ଯୋଗ ଦେଇଥିଲେ l

ପ୍ରଥମ ଦିନରେ ୨ ଜଣ ଚାଷୀ ଙ୍କ ଠାରୁ ୧୧୧ କୁଇଣ୍ଟାଲ ୧୪ କେଜି ଧାନ କିଣି ପାର୍ବତୀ ଓ ବ୍ରଜଭୂମୀ ରାଇସ ମିଲ କୁ ପଠାଯାଇଥିଲା l ଏଥିରେ ସମସ୍ତ ପେକ୍ସ ସମ୍ପାଦକ ଓ କର୍ମଚାରୀ ସହଯୋଗ କରିଥିଲେ l ଅପରେ ପକ୍ଷରେ ସୁବର୍ଣ୍ଣପୁର ଜିଲ୍ଲାର ଅଧିକାଂଶ ଚାଷୀଙ୍କ ପାଖକୁ ଟୋକନ ଆସି ନ ଥିବାରୁ ଚାଷୀ ମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଚାଷୀ ମାନଙ୍କ ମୋବାଇଲକୁ ମେସେଜ ମାଧ୍ୟମରେ ଟୋକନ ପଠାଇବା ଦାୟିତ୍ଵ ରାଜ୍ୟ ସରକାରଙ୍କ ହାତରେ ରହିଛି । ଯାହା ଫଳରେ ଚାଷୀ କିଛି କରି ପାରୁ ନାହିଁ। ରବି ଋତୁ ରେ ଧାନ କିଣା ଅବଧି ତଥା କମ ଦିନ ରହୁ ଥିବାରୁ ଶୀଘ୍ର ଟୋକନ ପଠାଇବାକୁ ଦାବି ହେଉଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *