July 5, 2025
Home » ସୁବର୍ଣ୍ଣପୁର ଦିଶା ବୈଠକ ରେ ଏମପି ଓ ବିଧାୟକ କଥା କଟା କଟି l

ସୁବର୍ଣ୍ଣପୁର ଦିଶା ବୈଠକ ରେ ଏମପି ଓ ବିଧାୟକ କଥା କଟା କଟି l

0
WhatsApp Image 2024-11-15 at 9.53.59 AM

ସୁବର୍ଣ୍ଣପୁର — ରାଜ୍ୟରେ ନୂଆ ସରକାର ଗଠନ ପରେ ପ୍ରଥମ (ଦିଶା) ଜିଲ୍ଲା ଉନ୍ନୟନ ସମନ୍ଵୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁବର୍ଣ୍ଣପୁର ବୈଠକ ର ଦିଶାର ସେକ୍ରେଟାରୀ ତଥା ଜିଲ୍ଲାପାଳ ଅନ୍ୟା ଦାସ ପ୍ରଥମେ ସୂଚନା ପ୍ରଦାନ କରିଥିଲେ। ବୈଠକ ରେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ବୀର ମହାରାଜପୁର ବିଧାୟକ ଇଂ.ରଘୁନାଥ ଜଗଦଲା ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ବଲାଙ୍ଗିର ଏମ୍‌ପି ସଙ୍ଗୀତା ସିଂଦେଓ ବକ୍ତବ୍ୟ ପ୍ରଦାନ କରିବା ପରେ ସମୀକ୍ଷା ବୈଠକ ଆରମ୍ଭ ହେବା କ୍ଷଣି ବିଧାୟକ ନିରଞ୍ଜନ ପୂଜାରୀ ଦିଶା ବୈଠକର ଗାଇଡ୍‌ ଲାଇନ ବିଷୟରେ ଅଡି ବସି ତଥ୍ଯ ରଖିବା ସହ ପ୍ରତି ୩ ମାସରେ ଥରେ ବୈଠକ କରିବାକୁ ଓ କମିଟି ସଭ୍ୟମାନଙ୍କୁ ଯଥେଷ୍ଟ ପୂର୍ବରୁ ସୂଚନା ମିଳୁ ନ ଥିବା ବିଷୟ କହିଥିଲେ। ଏଥିରେ ଏମ୍‌ପି ସିଂଦେଓ ଅଯଥା ସମୟ ନଷ୍ଟ ନ କରି ବିକାଶ ବିଷୟ କୁ ଆସିବା ପାଇଁ କହିବାରୁ ଏମ୍‌ପି ଓ ବିଧାୟକଙ୍କ ମଧ୍ୟରେ ବେଶ କିଛି ସମୟ ଧରି କଥା କଟା କଟି ହେବା ସହ ଉଭୟ ଙ୍କ ମଧ୍ୟରେ ଆକ୍ଷେପ ପପ୍ରତି ଆକ୍ଷେପ ହୋଇଥିଲା। ଏମପି ସିଂଦେଓ କହିଥିଲେ ବେକାର ରାଜନୀତି କଥା ନ କହି କେମିତି ସୁବର୍ଣ୍ଣପୁର ଜିଲ୍ଲାର ବିକାଶ ହେବ ବିଧାୟକ କୁହନ୍ତୁ। ଆଉ ୨୪ ବର୍ଷ ଶାସନରେ ସୁବର୍ଣ୍ଣପୁର ଜିଲ୍ଲାର କଣ ବିକାଶ ହୋଇଛି ତାହା ସମସ୍ତେ ଜାଣନ୍ତି ବୋଲି କହିବା ସହ ଆଗରୁ ଗାଇଡ ଲାଇନ କୁଆଡେ ଯାଇ ଥିଲା ବୋଲି କହିଥିଲେ। ପରେ ଏମ୍‌ପି ଓ ବିଧାୟକଙ୍କ ସମର୍ଥକ ମାନେ ଛିଡ଼ାହୋଇ ନିଜ ନିଜର ନେତାଙ୍କୁ ସମର୍ଥନ ଜଣାଇଥିଲେ। ପରେ ଜିଲ୍ଲା ପରିଷଦ ସିଡ଼ିଓ ତଥା ଇଓ ଅଶ୍ଵିନୀ କୁମାର ମେହେର ଏଣୁ ଏଣିକି ଯଥେଷ୍ଟ ପୂର୍ବରୁ ବୈଠକ ବିଷୟ ରେ ସୂଚନା ଦିଆଯିବ ବୋଲି ବିଧାୟକଙ୍କୁ କହିଥିଲେ। ପ୍ରାୟ ୨୦/୨୫ ମିନିଟ ଏଭଳି ଚାଲିବା ପରେ ବୈଠକ ସ୍ବାଭାବିକ ହୋଇଥିଲା। ବୀରମହାରାଜପୁର ବିଧାୟକ ଇଂ.ରଘୁନାଥ ଜଗଦଲା ଧାନ ସଂଗ୍ରହ ପ୍ରକ୍ରିୟା, ବୀରମହାରାଜପୁର ରେ ହସ୍ପିଟାଲ ଷ୍ଟାଫ କ୍ୱାର୍ଟର ତଥା ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ। ୱାର୍କସ ବିଭାଗକୁ ସମସ୍ତ କାମ ର ରୂପ ରେଖ ପ୍ରସ୍ତୁତ କଲା ବେଳେ ନିଜେ ନିଜେ ନ କରିବାକୁ ଏମପି ପରାମର୍ଶ ଦେବା ସହ ଜିଲ୍ଲା ପ୍ରଶାସନ ଛତୁଆ ସ୍କାମ ରେ ଲିପ୍ତ ଗୋଷ୍ଠୀଙ୍କୁ କାର୍ଯ୍ୟରୁ ଅନ୍ତର ନ କରି ଅନୁକମ୍ପା ପ୍ରଦର୍ଶନ କରୁଥିବା ଅଭିଯୋଗ ଆଣିଥିଲେ। ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଜଳସେଚନ ଯୋଗାଣ, ରାଜସ୍ବ ଏପରି ସମସ୍ତ ୨୨ ଟି ବିଭାଗର ସମୀକ୍ଷା ହୋଇଥିଲା। ବୈଠକରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ସୋନପୁର ଉପଜିଲ୍ଲାପାଳ ଡ.ସୌମ୍ୟରୂପା ରଥ, ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସି ତଥା ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *