December 24, 2025
Home » ସୁବର୍ଣ୍ଣପୁର ରେ ଜାତୀୟ ଖାଉଟି ଅଧିକାର ଦିବସ ପାଳିତ

ସୁବର୍ଣ୍ଣପୁର ରେ ଜାତୀୟ ଖାଉଟି ଅଧିକାର ଦିବସ ପାଳିତ

0
WhatsApp Image 2025-12-24 at 4.26.50 PM

ସୁବର୍ଣ୍ଣପୁର ଜିଲ୍ଲା ସଦର ଏନ ଜି ଓ ସି ସି ସମ୍ମିଳନୀ କକ୍ଷ ରେ ରେଆର ସୋନପୁର ଓ ଉପ ନିୟନ୍ତ୍ରକ ବୈଧ ମାପ, ଓଜନ ବିଭାଗ ର ମିଳିତ ଆନୁକୂଲ୍ୟରେ ତଥା ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ବିଭାଗ ସହାୟତା ରେ ଜାତୀୟ ଖାଉଟି ଅଧିକାର ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମାଝୀ ଯୋଗ ଦେଇ ଉଦଘାଟନ କରିବା ସହ ଖାଉଟି ସଚେତନ ହେଲେ ଠକେଇ ବନ୍ଦ ହେବ ବୋଲି ପ୍ରକାଶ କରିଥିଲେ l ସଭା ପ୍ରାରମ୍ଭ ରେ ରେଆର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା ଖାଉଟି ସୁରକ୍ଷା ଆଇନ 2019 ବିଷୟରେ ଆଲୋଚନା କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥିଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ଉଷାରାଣି ଦାସ,ଜିଲ୍ଲା ଖାଉଟି ବିବାଦ ପ୍ରତିକାର ଆୟୋଗ ର ସଭାପତି ଉପାନନ୍ଦ ପୁରୋହିତ, ଜିଲ୍ଲା ବେସାମାରିକ ଯୋଗାଣ ଅଧିକାରୀ, କେଦାର ନାଥ ନାୟକ, ଅତିରିକ୍ତ ବେସାମାରିକ ଯୋଗାଣ ଅଧିକାରୀ ପ୍ରଭାତ କୁମାର ଦାସ, ଉପ ନିୟନ୍ତ୍ରକ ଓଜନ ଓ ମାପ, ସୁବର୍ଣ୍ଣପୁର ବାଗରାଇ ସୋରେନ ଯୋଗ ଦେଇ ନିଜ ନିଜ ବିଭାଗ ର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବା ସହ ଖାଉଟି ସଚେତନ ହେବାକୁ ଆହ୍ୱାନ ଦେଇଥିଲେ, l କାର୍ଯ୍ୟକ୍ରମ କୁ ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମ ସଂଯୋଯକ ସୁଦାମ ଗାଈଗରିଆ ଧନ୍ୟବାଦ ଅର୍ପଣ କରିଥିଲେ l ମୋନଜ ସ୍ୱାଇଁ, ଟିକେଶ୍ୱର ବନଛୋର, ସତ୍ୟ ନାରାୟଣ ବିଶି, ଶତ୍ରୁଘନ ବିଭାର ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…..

Leave a Reply

Your email address will not be published. Required fields are marked *