February 10, 2026
Home » ସୁବର୍ଣ୍ଣପୁର ରେ ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ

ସୁବର୍ଣ୍ଣପୁର ରେ ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ

0
WhatsApp Image 2025-05-08 at 5.30.07 PM

ସୁବର୍ଣ୍ଣପୁର–ରେଡକ୍ରସ ପ୍ରତିଷ୍ଠାତା ଜନ ହେନେରୀ ଡୁନାଣ୍ଟଙ୍କ ଜନ୍ମ ବାର୍ଷିକୀ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଜରୁରୀ ଶାଖା ପକ୍ଷରୁ ବିଶ୍ୱ ରେଡ଼କ୍ରସ ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତକେନ୍ଦ୍ର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିବା ବେଳେ ଶିବିରକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଉଦଘାଟନ କରି ରକ୍ତ ଦାତା , ଜିଲ୍ଲା ରେଡକ୍ରସ ସଂସ୍ଥା ସଦସ୍ୟ, ସଦସ୍ୟା, କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ l ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ. ପ୍ରଦୀପ କୁମାର ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ା.ଦୁର୍ଗା ଦତ୍ତ ଦାଶ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ, ଜିଲ୍ଲା ରେଡକ୍ରସ୍ ସଂପାଦକ ସଂଗ୍ରାମ କିଶୋର ଜେନା, ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ମାନସ ରଞ୍ଜନ ଦାଶ ଯୋଗଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ l ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜରୁରୀ ଶାଖା ବିଶ୍ଵନାଥ ନାୟକ, ଏସ ବି ଆଇ ଆର୍ ଟି ସି ନିର୍ଦ୍ଦେଶିକା ତୁଳେଶ୍ୱରୀ ଦାଶ, ସ୍ଵାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ସ୍ବେଛାସେବୀ ଶ୍ରୀବତ୍ସ ମଲ୍ଲିକ, ମନୋରଞ୍ଜନ ତ୍ରୀପାଠୀ,ମନୋଜ ପଣ୍ଡା, ପ୍ରମୂଖ ରେଡ କ୍ରସ ସଦସ୍ୟ , ସ୍ବଚ୍ଛ ଭାରତ ସଙ୍ଗଠନ ସହ ବିଭିନ୍ନ ସଂଗଠନ କର୍ମକର୍ତ୍ତା ପ୍ରମୁଖ ସାମିଲ୍ ପୂର୍ବକ ସକ୍ରିୟ ସହଯୋଗ କରିଥିଲେ। ରକ୍ତ ଭଣ୍ଡାର ଟେକ୍ନିସିଅlନ୍ ଜଗତ ଦରୱାନ , ଟିଟୁ ଭୋଇ, ସୁଶାନ୍ତ ନାୟକ, ରେବତୀ ମହାପାତ୍ର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଆୟୋଜିତ ରକ୍ତ ଦାନ ଶିବିର ଅବସରରେ ୪୧ ୟୁନିଟ ରକ୍ତସଂଗ୍ରହ କରାଯାଇଥିବା ବେଳେ ଏମ.ଭି.ଆଇ. ବିଶ୍ୱ ରଞ୍ଜନ ସାହୁ, ଛାତ୍ରୀ ଶ୍ଵେତାପ୍ରଜ୍ଞା ପଣ୍ଡାଙ୍କୁ ଜିଲ୍ଲାପାଳ ରକ୍ତଦାତା ପ୍ରମାଣପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *