ସୁବର୍ଣ୍ଣପୁର ରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା – ୨୦୨୫ ଅନୁଷ୍ଠିତ
ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ରୟାଲ ପଡିଆ ଠାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା – ୨୦୨୫ ଜିଲ୍ଲାପାଳ, ସୁବର୍ଣ୍ଣପୁର ଡ. ନୃପରାଜ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ମାନ୍ୟବର ବିଧାୟକ ବୀରମହାରାଜପୁର ଇଂ.ରଘୁନାଥ ଜଗଦଲା ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁର ନାରାୟଣ ନାୟକ ଓ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ଦୂର୍ଗାଦତ୍ତ ଦାଶ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ମୁଖ୍ୟ ଜିଲ୍ଲା ପ୍ରାଣୀସମ୍ପଦ ଅଧିକାରୀ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରିଥିବା ବେଳେ ସଭା ଶେଷରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜୟ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଆଜି ସଭାରେ ଅନିବାର୍ଯ୍ୟ କାରଣରୁ ଯୋଗଦେଇ ପାରିନଥିବା ମାନ୍ୟବର ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଓ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଓଡ଼ିଶା ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ଵାରା ପ୍ରେରିତ ଭିଡିଓ ଶୁଭେଚ୍ଛା ବାର୍ତ୍ତା ଓ ଅଭିଭାଷଣକୁ ଜନସାଧାରଣ ଅବଗତି ନିମନ୍ତେ ଏଲ୍.ଇ.ଡି ସ୍କ୍ରିନ ମାଧ୍ୟମରେ ପରିବେଷଣ କରାଯାଇଥିଲା । ଏହି ମେଳାରେ ଅତିଥି ମାନେ ପ୍ରକାଶ କରିଥିଲେ ଯେ ସୁବର୍ଣ୍ଣପୁର ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି। ତେଣୁ ଏହି ବିକାଶ ଧାରାକୁ ଜାରି ଓ ବଜାୟ ରଖିବା ପାଇଁ ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀ ପାଳନ କରୁଥିବା ଚାଷି ମାନଙ୍କୁ ପରାମର୍ଶ ଦେଇ ପ୍ରୋତ୍ସାହିତ କରିଥିଲେ। ଏହି ମେଳାରେ ସର୍ବମୋଟ ୩୦ ଗୋଟି ଷ୍ଟଲ ନିର୍ମାଣ କରାଯାଇଛି। ତନ୍ମଧ୍ୟରୁ ୦୮ ଗୋଟି ପ୍ରାଣୀସମ୍ପଦ ବିଭାଗ ଦ୍ଵାରା ବିଭିନ୍ନ ପ୍ରକାରର ଯନ୍ତ୍ରପାତି ଓ ବିଭିନ୍ନ ପ୍ରକାରର ଗାଈ, ମହିଷି, କୁକୁଡ଼ା,ଅନ୍ୟ ପ୍ରାଣୀସମ୍ପଦ ପ୍ରଦର୍ଶନ କରାଯାଇଥିବାବେଳେ ମତ୍ସ୍ୟ ବିଭାଗ ଦ୍ଵାରା ୦୬ଟି ଷ୍ଟଲ ଗୁଡ଼ିକ ତାଙ୍କ ବିଭାଗର ବିଭିନ୍ନ କାର୍ଯ୍ୟ କଲାପ ଉପରେ ପ୍ରଦର୍ଶିନୀ ପାଇଁ ବ୍ୟବହୃତ ହୋଇଛି। ଅବଶିଷ୍ଟ ଷ୍ଟଲ ଗୁଡ଼ିକ ବିଭିନ୍ନ ବିଭାଗ ଦ୍ଵାରା ସଂପୃକ୍ତ ବିଭାଗର ଯୋଜନା ଓ କାର୍ଯ୍ୟକଳାପ ର ପ୍ରଦର୍ଶନ ନିମନ୍ତେ ବ୍ୟବହାର କରାଯାଇଛି। ଏହି ମେଳା ଆରମ୍ଭ ପୂର୍ବରୁ ଅତିଥିମାନେ ବିଭିନ୍ନ ଷ୍ଟଲ ଗୁଡ଼ିକ ପରିଦର୍ଶନ କରିଥିଲେ। ଏହି ଅବସରରେ ସଭାପତି ଓ ଅତିଥିମାନଙ୍କ ଦ୍ଵାରା ସଫଳ ଚାଷୀ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଗୋପାଳନ ଜନାରେ -ମୁକେଶ ପ୍ରଧାନ ବୀରମହାରାଜପୁର, ଘୁଷୁରୀ ପାଳନ ପାଇଁ ଗୀତାଞ୍ଜଳି ପାଣିଗ୍ରାହୀ ବିନିକାଙ୍କୁ ଏବଂ ମତ୍ସ୍ୟ ବିଭାଗର ମତ୍ସ୍ୟ ପୋଖରୀ ଯୋଜନା ପାଇଁ ତରଭାର ବିଲେଇ ନନ୍ଦ ଓ ସୋନପୁର ବ୍ଲକର ମା ଜଗତ ଜନନୀ ମହିଳା ସ୍ଵୟଂ ସହାୟକ ଦଳକୁ ପଞ୍ଚାୟତ ପୋଖରୀ ରେ ମତ୍ସ୍ୟ ଚାଷ ପାଇଁ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା। ସଭାକାର୍ଯ୍ୟ ଶେଷ ହେବାପରେ ବିନିକା ବ୍ଲକର ମା ମାହେଶ୍ୱରୀ ସାଂସ୍କୃତିକ ସଂସଦ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପିପିଲିପାଲି ଓ ଅନ୍ୟାନ୍ୟ ଅନୁଷ୍ଠାନ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ ଜିଲ୍ଲା ୦୬ ଗୋଟି ପଞ୍ଚାୟତ ସମିତିରୁ ବହୁ ସଂଖ୍ୟାରେ ମତ୍ସ୍ୟ ଚାଷୀ ଓ ପ୍ରାଣୀସମ୍ପଦ ଚାଷୀମାନଙ୍କ ସହିତ ଜନସାଧାରଣ ଓ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅର୍ଜୁନ ମାଝୀ, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ, ସୋନପୁର ସୁଶ୍ରୀ ପ୍ରୀତି ସୁନାଙ୍କ ସହିତ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଏହି ମେଳା ଆୟୋଜନ ଓ ଅନୁଷ୍ଠିତ କରିବା ପାଇଁ ଉଭୟ ମୁଖ୍ୟ ଜିଲ୍ଲା ପ୍ରାଣୀ ସମ୍ପଦ, କାର୍ଯ୍ୟାଳୟ ଓ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
