June 12, 2026
Home » ସୁବର୍ଣ୍ଣପୁର ରେ ଡ୍ରାଇଭର ସଂଘ ତରଫରୁ ଜିଲ୍ଲାପାଳ ଓ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ

ସୁବର୍ଣ୍ଣପୁର ରେ ଡ୍ରାଇଭର ସଂଘ ତରଫରୁ ଜିଲ୍ଲାପାଳ ଓ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ

0
WhatsApp Image 2026-06-11 at 5.04.00 PM

 

ସୁବର୍ଣ୍ଣପୁର— ଡ୍ରାଇଭର ସଂଘ ତରଫରୁ ଗୁରୁବାର ଦିନ ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ଡ୍ରାଇଭର ସଂଘ ର ହଜାର ହଜାର ସଦସ୍ୟ ସୋନପୁର ସୁରେଶ୍ଵରୀ ମନ୍ଦିର ପ୍ରାଙ୍ଗଣ ରୁ ବାହାରି ଜିଲ୍ଲାପାଳ ଓ ଜିଲ୍ଲା ପରିବହନ ଅଧିକାରୀ ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ଜରିଆରେ ସଂଘ ବିଗତ ଦିନମାନଙ୍କରେ ଓଡ଼ିଶା ମଟର ପରିବହନ ଡ୍ରାଇଭର କଲ୍ୟାଣ ବୋର୍ଡ଼, ପରିବହନ ମନ୍ତ୍ରୀ, ପରିବହନ କମିଶନର ଏବଂ ଆପଣଙ୍କୁ ଅଟୋ ଓ ବୃତ୍ତିଗତ ପ୍ରାଇଭେଟ୍ ଗାଡ଼ି ଡ୍ରାଇଭରମାନଙ୍କୁ ଡ୍ରାଇଭର କଲ୍ୟାଣ ବୋର୍ଡ଼ରେ ସାମିଲ୍ କରିବା ସହିତ ସମସ୍ତ ଡ୍ରାଇଭରମାନଙ୍କ ସୋସିଆଲ ସିକ୍ୟୁରିଟି ପ୍ରଦାନ କରିବା ଓ ଇଲେକ୍ସନ ଡ୍ୟୁଟି ସମୟ ରେ ନିୟୋଜିତ ଡ୍ରାଇଭର ଙ୍କୁ ନିର୍ବାଚନରେ ଭୋଟ ଦେବାଭଳି ସାମ୍ବିଧାନିକ ଅଧିକାର ରେ ସାମିଲ କରିବା ପାଇଁ ଦାବିପତ୍ର ରେ ଉଲ୍ଲେଖ ରହିଛି । ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ର ନିଷ୍ପତ୍ତି ଅନୁଯାୟୀ ଆଗାମୀ 90 ଦିନ ମଧ୍ୟରେ ଡ୍ରାଇଭର ମାନଙ୍କର ସମସ୍ୟାର ସ୍ଥାୟୀ ସମାଧାନ ନହୁଏ ବାଧ୍ୟହୋଇ ସମସ୍ତ ଡ୍ରାଇଭର ସମାଜ ଅସନ୍ତୋଷ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ବାଧ୍ୟ ହେବୁ କହି ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟ ରେ ଜିଲ୍ଲା ଡ୍ରାଇଭର ସଂଘ ସଭାପତି ଓ ସମ୍ପାଦକ ଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲାର 6 ଟି ବ୍ଲକ୍ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *