ସୁବର୍ଣ୍ଣପୁର ରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l
ସୁବର୍ଣ୍ଣପୁର : ବୁଧବାର ଦିନ ଅପରାହ୍ନ ୪.୦୦ ଘଟିକାରୁ ସନ୍ଧ୍ୟା ୬.୦୦ ଘଟିକା ପର୍ଯ୍ୟନ୍ତ ବ୍ଲକ ଛକ, ସୋନପୁର ଠାରେ ପଶ୍ଚିମ ଓଡିଶା ଟ୍ରାଫିକ ସଚେତନତା ସଂସ୍ଥା ର ସଂଯୋଜକ ଶ୍ରୀ ପଦ୍ମଲୋଚନ ଭୋସାଗର ଙ୍କ ସହଯୋଗରେ ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଉକ୍ତ କାର୍ଯ୍ୟକ୍ରମ ରେ ଆଞ୍ଚଳିକ ପରିବହନ ଅଧିକାରୀ ସୁବର୍ଣ୍ଣପୁର, ମୋଟର ଯାନ ନିରୀକ୍ଷକ, ସୁବର୍ଣ୍ଣପୁର ଓ ପରିବହନ ବିଭାଗ ର ସମସ୍ତ କର୍ମଚାରୀଙ୍କ ସମେତ ପୋଲିସ ବିଭାଗ ର ଡେପୁଟି ପୋଲିସ ଅଧିକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଶବର , ସହାୟକ ସବ ଇନିସପେକଟର ଶ୍ରୀ ସୁଶୀଲ ବିଶି ଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ଅମାନିଆ ଗାଡି ଚାଳକଙ୍କୁ ଅଟକାଇ କଡାକଡି ଭାବରେ କାଗଜ ପତ୍ର ଯାଞ୍ଚ କରାଯାଇଥିଲା ।
ଏଥିରେ ବିନା ହେଲମେଟ ଓ ଲାଇସେନ୍ସ ନଥାଇ ଗାଡି ଚଳାଉଥିବା ୧୫ ଜଣଙ୍କ ବିରୋଧରେ ଚାଲାଣ କଟା ଯାଇଥିଲା l ଦୁଇ ଜଣ ମଦ୍ୟପ ଚାଳକ ଙ୍କ ଗାଡି କୁ ଜବତ କରିବା ସଂଗେ ସଂଗେ ଏକ ନାବାଳକ ଗାଡି ଚାଳକ ର ଗାଡିକୁ ଜୋରିମାନା ମଧ୍ୟ କରାଯାଇଥିଲା । ଆଗକୁ ଏହି କାର୍ଯ୍ୟକ୍ରମ ରେ ବ୍ୟାପକ ଭାବରେ ଯାଞ୍ଚ କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ଅକ୍ଷୟ କୁମାର ଜେନା ଜଣ ସାଧାରଣଙ୍କୁ ଅବଗତ କରାଇଥିଲେ ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
