ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ
ସୁବର୍ଣ୍ଣପୁର — ସୋନପୁର ର ଅଗ୍ରଣୀ ସାହିତ୍ୟ-ସଂସ୍କୃତି ଅନଷ୍ଠାନ ମହାନଦୀ ସାହିତ୍ୟ ସଂସଦ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ବଭାବ କବି ଗଂଗାଧର ମେହେରଙ୍କ ଜୟନ୍ତୀ ପାଳନୋତ୍ସବ-୨୦୨୬ ସୋନପୁର ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ମହାନଦୀ ସାହିତ୍ୟ ସଂସଦର ସଭାପତି ଡ଼. ସୌରଭ ରଞ୍ଜନ ଖମାରୀ ସଭାପତିତ୍ୱ କରିଥିବା ବେଳେ ସଂସଦର ସାଧାରଣ ସମ୍ପାଦକ ଲକ୍ଷ୍ମୀନାରାୟଣ ସାହୁ ସ୍ବାଗତ ଭାଷଣ ରଖିଥିଲେ। ଅନୁଷ୍ଠିତ ସାରସ୍ବତ ସମାରୋହରେ ବିଶିଷ୍ଟ ଲେଖକ ତଥା ଜିଲ୍ଲାପାଳ ଡ଼.ନୃପରାଜ ସାହୁ ମୁଖ୍ୟ ଅତିଥି ଓ ଆଲୋଚକ ଭାବେ ଯୋଗଦେଇ କବି ଗଂଗାଧର ମେହେରଙ୍କ ସାରସ୍ବତ ସୃଜନ,ପ୍ରକୃତି ଚିତ୍ରଣ ସହ ମା’ମାଟି ଓ ମାତୃଭାଷାକୁ ନେଇ ଆଲୋଚନା କରିଥିଲେ । ଜିଲ୍ଲାପାଳ ଡ଼.ନୃପରାଜ ସାହୁ ଗଂଗାଧର ସାହିତ୍ୟରେ ରହିଥିବା ସ୍ବାଭାବିକତା,ସାଂଗୀତିକତା ତଥା ବିଶ୍ବ ମାନବୀୟ ଆବେଦନ ସଂପର୍କରେ ଆଲୋକପାତ କରି ଓଡ଼ିଆ ଭାଷା ସାହିତ୍ୟର ଅମର କବିଙ୍କୁ ଶ୍ରଦ୍ଧାଞଳି ଦେଇଥିଲେ । ନାଟ୍ୟ ଶ୍ରୀ ଗଦାଧର ବାରିକ,ଗୋବିନ୍ଦ ମହା
ରଣା,ଡ. ଜ୍ୟୋତି ରଂଜନ ବହିଦାର, ପ୍ରଦ୍ୟୁମ୍ନ କୁମାର ସାହୁ ,ଅମ୍ବୁଜ ବିହାରୀ ଶତପଥୀ ,ଗତି କୃଷ୍ଣ ମିଶ୍ର ,କ୍ଷୀରୋଦ ବିଶ୍ଵାଳ,ପ୍ଲାବନ ମହାପାତ୍ର ,ଅଦ୍ଵୈତ କୁମାର ପଣ୍ଡା ,ବନମାଳୀ ପଣ୍ଡା ,ଗତି କୃଷ୍ଣ ବଣିଆ ,ମନୋଜ ବାରିକ , ଚୌଧୁରୀ ବିଭାର,ସଂସଦର ଉପସଭାପତି ବେଣୁଧର ପ୍ରଧାନ ପ୍ରମୁଖ ସାହିତ୍ୟିକ,ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଗଂଗାଧର ସାହିତ୍ୟ ଆଲୋଚନାକୁ ଉପଭୋଗ କରିଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ଏକ ମନୋଜ୍ଞ ମେହେର କବିଙ୍କ କବିତା ଆବୃତ୍ତି ପର୍ବ ଅନୁଷ୍ଠିତ ହୋଇଥିଲା l ଏଥିରେ କବି ସସ୍ମିତା ମେହେର, ଡ. ପୁରୁଷୋତ୍ତମ ମିଶ୍ର, ରଂଜୁ ଅମାତ, ମଦନ ସୁନ୍ଦର ଖେତି, ଡ. ଦେବାଶିଷ ପାଣ୍ଡିଆ, ଜଳଦେବ ବେରିହା ଓ ସନ୍ତୋଷ ଭୋଇ କବିତା ଆବୃତ୍ତି କରିଥିଲେ। ଏହି ଅବସରରେ ମହାନଦୀ ସାହିତ୍ୟ ସଂସଦ ତରଫରୁ ମୁଖ୍ୟ ଅତିଥି ଡ.ନୃପରାଜ ସାହୁଙ୍କୁ ସ୍ବର୍ଣ୍ଣଶ୍ରୀ ସଂସ୍କୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରିଶେଷରେ ସଂସଦର ସହ ସମ୍ପାଦକ ବ୍ରତାନନ୍ଦ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
