July 5, 2025
Home » ସୁବର୍ଣ୍ଣପୁର ସ୍ୱାସ୍ଥ୍ୟ ବିଭାଗ ଓ ଟିପିଡବ୍ଲୁଓଡିଏଲ ସହାୟତାରେ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ l

ସୁବର୍ଣ୍ଣପୁର ସ୍ୱାସ୍ଥ୍ୟ ବିଭାଗ ଓ ଟିପିଡବ୍ଲୁଓଡିଏଲ ସହାୟତାରେ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ l

0
WhatsApp Image 2025-01-20 at 2.51.12 PM

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳ୍ଳନୀ କକ୍ଷରେ ଜିଲ୍ଲାର ସମସ୍ତ ଚି଼ହ୍ନଟ ଯକ୍ଷ୍ମା ରୋଗୀଙ୍କୁ ଟିପିଡବ୍ଲୁଓଡିଏଲ ସହାୟତାରେ ପୁଷ୍ଟିକର ଖାଦ୍ୟ ବଣ୍ଟନ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଯୋଗଦାନ କରି ଯକ୍ଷ୍ମା ରୋଗୀମାନଙ୍କୁ ପୁଷ୍ଟିକର ଖାଦ୍ୟ ବାସ୍କେଟ ପ୍ରଦାନ କରିଥିଲେ। ଜିଲ୍ଲାପାଳ ଏହି ଅବସରରେ ଆବଶ୍ୟକ ସଚେତନତା ସହ ଯକ୍ଷ୍ମାର ଭୟକୁ ସାଧାରଣରେ ଦୂର କରିବା ତଥା ତତ ସମ୍ୱନ୍ଧୀୟ ବିଦ୍ବେଷ ଓ ଭେଦଭାବକୁ ଦୂର କରି ଏକ ଯକ୍ଷ୍ମା ମୁକ୍ତ ଜିଲ୍ଲା ତଥା ଭାରତ ଗଠନ କରିବାକୁ ଆହ୍ୱାନ କରିଛନ୍ତି। ସେ ଏହି ଅବସରରେ ସମସ୍ତେ ଯତ୍ନବାନ ତଥା ବ୍ୟବସ୍ଥିତ ଓ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଦୀପ କୁମାର ଗୁରୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ I


ଅନ୍ୟମାନଙ୍କମଧ୍ୟରେ ଡାକ୍ତର ପଦ୍ମହନସI ଦୋରା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା ) , ଡାକ୍ତର ଦୁର୍ଗା ଦତ୍ତ ଦାସ ,ଅଧ୍ୟକ୍ଷ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ,ଶ୍ରୀ ଆଶିଷ କୁମାର ପାଟ୍ଟଯୋଶୀ, ଅପରେସନ ମୁଖ୍ୟ ଟିପିଡବ୍ଲୁଓଡିଏଲ, ଶ୍ରୀମତୀ ଅରୁଣା ମାରାଣ୍ଡି,ଟିମ ଲିଡ଼ର ସି. ଏସ. ଆର., ଶ୍ରୀ ବିବେକାନନ୍ଦ ଦୀକ୍ଷିତ , ଏସ.ଡି . ଓ , ଇଲେକ୍ଟ୍ରିକାଲ ସୋନପୁର , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ଭୋଇ , ନିର୍ବାହୀ ଅଧିକାରୀ ସୋନପୁର ମୁନିସିପାଲିଟି ଶ୍ରୀ ଯୁକ୍ତ ରୁଷି ମାଝୀ , ଶ୍ରୀ ବିଶ୍ୱମ୍ବର ବେହେରା , ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ , ଜାତୀୟ ସ୍ୱାସ୍ଥ୍ୟ ମିଶନ , ଶ୍ରୀମତୀ ସାଗରିକ ସ୍ୱାଇଁ , ସୋନପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ,ଜିଲ୍ଲା ଯକ୍ଷ୍ମା ସଂଯୋଜକ ସମୀର କୁମାର ସାହୁ , ଜିଲ୍ଲା ପିପିଏମ ସଂଯୋଜକ ଜ୍ଞାନଜିତ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ତରଫରୁ ଯକ୍ଷ୍ମା ଦୂରୀକରଣ ନିମନ୍ତେ ଜିଲ୍ଲା ମୁଖ୍ୟ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ଗୁରୁ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଆଜି କାର୍ଯ୍ୟକ୍ରମରେ ୧୨ ଜଣ ଯକ୍ଷ୍ମା ରୋଗୀଙ୍କୁ ସିଧା ସଳଖ ଗୋଟିଏ ମାସର ପୁଷ୍ଟିକର ଖାଦ୍ୟ ବଣ୍ଟନ କରାଯାଇଥିଲା I ଏହି ପ୍ରକ୍ରିୟାରେ ଜିଲ୍ଲାର ୨୩୪ ଜଣ ରୋଗୀଙ୍କୁ ଟିପିଡବ୍ଲୁଓଡିଏଲ ସହାୟତାରେ ପୁଷ୍ଟିକର ଖାଦ୍ୟ ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇଛି i ପ୍ରତ୍ୟକ ରୋଗୀଙ୍କୁ ଛମାସ ପର୍ଯ୍ୟନ୍ତ ଏହି ସହାୟତା ପ୍ରତ୍ୟକ ମାସରେ ପ୍ରଦାନ କରାଯିବ I ଶେଷରେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ବିଶ୍ୱମ୍ବର ବେହେରା ଧନ୍ୟବାଦ ଅର୍ପଣ ସହିତ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।ଏଥିରେ ଜିଲ୍ଲା ଯକ୍ଷ୍ମା ବିଭାଗର କର୍ମକର୍ତ୍ତା ତଥା ସମସ୍ତ ଜିଲ୍ଲା ସ୍ତରୀୟ କନ୍ସଲଟାଣ୍ଟ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *