October 23, 2025
Home » ସୁବର୍ଣ୍ଣପୁରରେ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା

ସୁବର୍ଣ୍ଣପୁରରେ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା

0
WhatsApp Image 2025-10-16 at 1.14.45 PM

 

ସୁବର୍ଣ୍ଣପୁର –ଆର୍ଟସ୍ ଟେମ୍ପଲ୍-ସୁବର୍ଣ୍ଣପୁର ଶାଖା, ସୁବର୍ଣ୍ଣପୁର ତାଇକୋଣ୍ଡୋ ଏବଂ ଓଡ଼ିଶା ତାଇକୋଣ୍ଡୋ (ଇଣ୍ଡିଆ ତାଇକୋଣ୍ଡୋ ଦ୍ଵାରା ଅନୁବନ୍ଧିତ ଓଡ଼ିଶା ର ଏକମାତ୍ର ସଂସ୍ଥା ଏଵଂ “ଇଣ୍ଡିଆ ତାଇକୋଣ୍ଡୋ” ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଦ୍ଵାରା ସ୍ଵିକୃତି ପ୍ରାପ୍ତ ଏକ ମାତ୍ର ସଂସ୍ଥା) ର ମିଳିତ ଆନୁକୁଲ୍ୟରେ ବିଭିନ୍ନ ତାଇକୋଣ୍ଡୋ କ୍ରୀଡା କୁ ନେଇ ସୁବର୍ଣ୍ଣପୁରରେ ତା – ୧୨-୧୦-୨୦୨୫ ରିଖ ଦିନ ଏକ ଐତିହାସିକ କଲର୍ ବେଲ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ତାଇ କୋଣ୍ଡୋ ର ସମ୍ପାଦକ ଚିନ୍ମୟ ବେହେରା ଙ୍କ ସହଯୋଗରେ ମୁଖ୍ୟ ପରୀକ୍ଷକ ଭାବେ ମାଷ୍ଟର ଜ୍ଞାନ ରଞ୍ଜନ ମହାନ୍ତି ଯୋଗଦେଇ ପିଲାମାନଙ୍କର କଳା ନୌପୁଣ୍ୟତା ପରୀକ୍ଷା କରିଥିଲେ । ସୁବର୍ଣ୍ଣପୁର ତାଇକୋଣ୍ଡୋ ଶାଖା ସମ୍ପାଦକ ଓ ଆର୍ଟସ୍ ଟେମ୍ପଲ୍ ସୁବର୍ଣ୍ଣପୁରର ମୁଖ୍ୟ କୋଚ୍ ମାଷ୍ଟର ସୁଶାନ୍ତ କୁମ୍ଭାର ଉକ୍ତ ପରୀକ୍ଷାରେ ସହଯୋଗ କରିଥିଲେ ।ଏଥିରେ ୭ ଜଣ ଗ୍ରୀନ୍ ବେଲ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ସୃତି କୁମ୍ଭାର . ସୁହାନା ଜଗଦଲା . ସାହୁଲ ଖୁରା,. ସୋମସାଇ ବାଦି ,ଓମ୍ ସୃତି ରଞ୍ଜନ ନାୟକ , କାବ୍ୟ ମେହେର , ଅନ୍ମୋଲ ମିଶ୍ର । ବେଳେ ୮ ଜଣ ୟେଲୋ ବେଲ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନେ ହେଲେ ସୋନାୟ ଖଟୁଆ , ସାଇ ସ୍ୱରୂପ ମିଶ୍ର . ଶୃତିଶ୍ରୀ ମିଶ୍ର , ରିଶନ୍ତ ନନ୍ଦ , ଜାଗୃତି ନାୟକ ,. ସଗୁନ ଜଗତ୍ , ସିଦ୍ଧି ପ୍ରଦୟନି ପୁରୋହିତ । ଓଡ଼ିଶା ତାଇକୋଣ୍ଡୋ ତରଫରୁ ଵେଲ୍ଟ ଓ ପ୍ରମାଣ ପତ୍ର ଅଭିଭାବକ ଓ ପୁରାତନ ଛାତ୍ର ଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା ଶେଷରେ ସୁବର୍ଣ୍ଣପୁର ତାଇକୋଣ୍ଡୋ ସଭାପତି ଅଭିଷେକ ନାୟକ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *