July 1, 2025
Home » ସୁବର୍ଣ୍ଣପୁରରେ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ l

ସୁବର୍ଣ୍ଣପୁରରେ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ l

0
WhatsApp Image 2025-05-11 at 3.39.05 PM

ସୁବର୍ଣ୍ଣପୁର–ସୁବର୍ଣ୍ଣପୁରରେ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ମେ ୨୮ରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥି ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଶତାଧିକ ବର୍ଷ ଧରି ମନ୍ଦିରମାଳିନୀ ଏହି ସହରରେ ଧୁମଧାମରେ ଶୀତଳଷଷ୍ଠୀ ଉତ୍ସବ ପାଳିତ ହୋଇଆସୁଛି। ଚଳିତଥର ମାତା ପାର୍ବତୀଙ୍କ ମାତାପିତା ଭାବେ ଘୋଡାଘାଟପଡା (ହିମାଦ୍ରି ନଗର)ର ଲତିଶ୍ରୀ ଓ ପ୍ରକାଶ ବିଦ୍ୟାଧର ଏବଂ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାପ୍ରଭୁଙ୍କ ମାତାପିତା ଭାବେ ଉଦୟ ନଗର(କୈଳାଶନଗର) ଜ୍ୟୋତିର୍ମୟୀ ଶ୍ରୀକାନ୍ତ କୁମାର ମିଶ୍ର ଚୟନ ହୋଇଛନ୍ତି l ଥନାପତିପଡା ସ୍ଥିତ ଚନ୍ଦ୍ରଶେଖର ମନ୍ଦିରରେ ଶୀତଳ ଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ ନଡିଆ ଚଢା ଥାଳ ଉଠା ନୀତି ସମ୍ପନ୍ନ ହୋଇଛି। ଏଥିପାଇଁ ମନ୍ଦିରରେ ସ୍ବତନ୍ତ୍ର ପୂଜା ଆୟୋଜିତ ହୋଇଥିଲା। କନ୍ୟା ମାତାପିତା ଓ ବର ମାତାପିତା ପାଇଁ ଦମ୍ପତିଙ୍କୁ ବିଧବଦ୍ଧ ଭାବେ ଚୟନ କରା ଯାଇଥିଲା। ମାତା ପାର୍ବତୀ ଓ ଚନ୍ଦ୍ରଶେଖରଙ୍କୁ ବରଣ କରାଯାଇଛି।
ସେବାୟତମାନେ ଵିଧି ଅନୁଯାୟୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଶୀତଳଷଷ୍ଠୀ ଯାତ୍ରା କମିଟିର ସଭାପତି କିଷନଲାଲ ଅଗ୍ରୱାଲ, ସମ୍ପାଦକ ଗିରି ଗୋବର୍ଦ୍ଧନ ଥନାପତି, ଲକ୍ଷ୍ମୀ ଥନାପତି, ରାମ ଶଙ୍କର ସାହୁ ଓ ଶୋଭା ପ୍ରକାଶ ମିଶ୍ରଙ୍କ ସମେତ ମନ୍ଦିର ପୂଜକ ଓ ଯାତ୍ରା କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏଠାରେ ଶୀତଳ ଷଷ୍ଠୀ ଯାତ୍ରାର ବୈଶିଷ୍ଟ୍ୟ ହେଲା ମାତା ପାର୍ବତୀଙ୍କ ସହ ବିବାହ ପାଇଁ ବର ବେଶରେ ବାହାରନ୍ତି କନ୍ୟା ମାତାପିତା ଓ ବର ମାତାପିତା ଯୋଗଦେଇ ଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ନିକଟରେ ଶ୍ରୀଫଳ ଲଗାଇଥିଲେ। ଉଭୟ ଦମ୍ପତି ସଂକଳ୍ପ କରିବା ସହ ମାତା ପାର୍ବତୀ ଓ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଙ୍କୁ ନିଜ ଘରକୁ ନେବା ପାଇଁ ବରଣ କରିଛନ୍ତି।ସରିଲା ମାତାପିତା ଚୟନ l ଶୀତଳଷଷ୍ଠୀ ଯାତ୍ରାକୁ ସୂଚାରୁ ରୂପେ ଆୟୋଜନ ପାଇଁ କମିଟି ତରଫରୁ ଜିଲ୍ଲା ପ୍ରଶାସନ ବିଭାଗ, ପୋଲିସ ଓ ଜନସାଧାରଣଙ୍କ ସହ‌ଯୋଗ କାମନା କରାଯାଇଛି। ଏହି ଅବସରରେ ଆୟୋଜିତ ବୈଠକରେ କମିଟିର ସଭାପତି ଭାବେ କିଶନ ଲାଲ , ଉପସଭାପତି ସୁକାନ୍ତ କୁମାର ସାହୁ, ସମ୍ପାଦକ ଗିରିଗୋବର୍ଦ୍ଧନ ଥନାପତି, ସହସମ୍ପାଦକ ଲକ୍ଷ୍ମୀ ନାରାୟଣ ଥନାପତି, କୋଷାଧ୍ୟକ୍ଷ ଜୟନାରାୟଣ ସାହୁ, ପ୍ରମୋଦ ମହାପାତ୍ର, ସୋନପୁର ର ଶୀତଳ ଷଷ୍ଠୀ ମୁଖ୍ୟ ଆକର୍ଷଣ ହେଲା 108 ଭରି ଓଜନର ସୁନା ନାଗ। ଯାତ୍ରାରେ ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖରଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୁଏ । ସୁନା ନାଗଙ୍କ ସହ ଦେବଦମ୍ପତିଙ୍କ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ମଧ୍ୟ ବେଶ ଆକର୍ଷଣୀୟ ହୋଇଥାଏ। ଚଳିତ ବର୍ଷ କନ୍ୟା ମାତାପିତା ବର ମାତାପିତା ସତ୍ଯ ଶଙ୍କର ସାହୁ, ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥୀ, ମନୋରଞ୍ଜନ ତ୍ରିପାଠୀ, ସୁଦାମ ଥନାପତି, ରାଜୁ ରାଓ, ସୁରେଶ ଚନ୍ଦ୍ର ବିଶ୍ୱାଳ, ବାଙ୍କା ବିହାରୀ ମହଲା, ଉମେଶ ଥନାପତି, ସମରେଶ ଥନାପତି, କେଦାରନାଥ ପୂଜାହାରୀ, ସତ୍ୟ ନାରାୟଣ ରାଓ, ଅଚ୍ୟୁତ ଚ୍ଯୁତ ପୂଜାହାରୀ, ଅର୍ଜୁନ ରଥ ଓ ଗୋପାଳ ଭୁତ ପ୍ରମୁଖଙ୍କ ସ‌ହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଚଳିତବର୍ଷ ଶୀତଳ ଷଷ୍ଠୀକୁ ଅତି ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି l ରିପୋର୍ଟ– ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *