December 18, 2025
Home » ସୁଯୋଗ ମିଳିଲେ ଯାଜପୂରର ବରୀରୁ ନିର୍ବାଚନ ଲଢ଼ିବି: ଦୌଡା ରାଣୀ ଦୂତି

ସୁଯୋଗ ମିଳିଲେ ଯାଜପୂରର ବରୀରୁ ନିର୍ବାଚନ ଲଢ଼ିବି: ଦୌଡା ରାଣୀ ଦୂତି

0
WhatsApp Image 2025-12-17 at 2.40.47 PM

ଯାଜପୁର:ଓଡିଶାର ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମହିଳା ଆଥଲେଟ ଦୂତି ଚାନ୍ଦ ପରୋକ୍ଷରେ ରାଜନୀତି ପ୍ରତି ଆଗ୍ରହ ଥିବା କଥା କହିଛନ୍ତି । ଯାହା ପରେ ସେ ରାଜନୀତିରେ ପାଦ ଦେବେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି । ଓଡିଶାର ଦୌଡା ରାଣୀ ଓ ଅଲିମ୍ପିଆନ କମ୍ପିଟେଟିଭ ଆଥଲେଟିକ୍ସରୁ ଅବସର ନେଇସାରିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି କ୍ରୀଡାର ବିକାଶ ଓ ସମାଜସେବା କରିବା ସର୍ବଦା ମୋର ସ୍ୱପ୍ନ ହୋଇ ରହି ଆସିଛି । ଟ୍ରାକ ଆଉ ଫିଲ୍ମ ସର୍ବଦା ମୋର ପ୍ରଥମ ପସନ୍ଦ । ଏହାକୁ ଛାଡି ମୁଁ ଚଳି ପାରିବିନି ।

କ୍ରୀଡା କ୍ଷେତ୍ରରେ ସବୁ ଦିନ ପାଇଁ କ୍ୟାରିୟର କରିହେବନି ବୋଲି ସେ କହିଛନ୍ତି । ରାଜନୀତି ମାଧ୍ୟମରେ ଏହାକୁ ସାକାର କରିହେବ । ଦୂତି କହିଛନ୍ତି ମୋ ମାଆ ଦୁଇ ଥର ସରପଂଚ ଥିଲେ । ସେ ବିଧାୟିକା ହେବା ପାଇଁ ଆଗ୍ରହୀ ଥିଲେ । ମାତ୍ର ଏହା ସମ୍ଭବପର ହୋଇ ନ ଥିଲା । ମୁଁ ତାଙ୍କ ସ୍ୱପ୍ନ ସାକାର କରିବି । ଯଦି ମୋତେ ସୁଯୋଗ ମିଳିବ ତେବେ ଯାଜପୂରର ବରୀରୁ ନିର୍ବାଚନ ଲଢ଼ିବେ ।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *