February 5, 2026
Home » ସୁରକ୍ଷିତ ଜୀବିକା ଓ ଗ୍ରାମାଞ୍ଚଳରେ ସୁରକ୍ଷିତ ପରିବେଶ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ସୁରକ୍ଷିତ ଜୀବିକା ଓ ଗ୍ରାମାଞ୍ଚଳରେ ସୁରକ୍ଷିତ ପରିବେଶ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

0
WhatsApp Image 2026-01-23 at 2.27.38 PM (1)

 

ରାୟଗଡ଼ ବ୍ଳକ ସଦଭାବନା ଗୃହରେ ଗୁରୁବାର ସୁରକ୍ଷିତ ପରିବେଶ ସହ ସୁରକ୍ଷିତ ଜୀବିକା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏବିଡିଓ କାଳୁ ଚରଣ ନାୟକ ଜାତୀୟ ସମ୍ବଳ ବ୍ୟକ୍ତି ନରେଶ ଶର୍ମା ଓ ସଙ୍ଗୀତା, ବୈଷୟିକ ସଂଯୋଜକ ଯୋଗେନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ।ଗ୍ରାମାଞ୍ଚଳରେ ଯେପରି ସମସ୍ତ ବ୍ୟକ୍ତି ସୁରକ୍ଷିତ ରୋଜଗାର କ୍ଷମ ହେବେ, ରୋଜଗାର ନିମନ୍ତେ ଉତ୍ତମ ପନ୍ଥା ଅବଲମ୍ବନ କରିବେ, ଗ୍ରାମାଞ୍ଚଳର ଅନୁଷ୍ଠାନ ଗୁଡିକ ପର୍ଯ୍ୟାବରଣର ସୁରକ୍ଷା ଦିଗରେ ଦାୟିତ୍ୱବାନ ହେବା ନିମନ୍ତେ ବିଭିନ୍ନ ପନ୍ଥା ଓ କୌଶଳ ବିଷୟରେ ଆଲୋଚନା କରାଯାଇଥିଲା। ଏଥିରେ ପଚାଶ ଜଣ ଗ୍ରାମ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା, ଏମବିକେ, ସିଆରପି ଅଙ୍ଗନୱାଡି କର୍ମୀ ଯୋଗ ଦେଇଥିଲେ।ଲୋକଙ୍କ ଜୀବନ ଧାରଣର ମାନ ବୃଦ୍ଧି ନିମନ୍ତେ ସରକାରଙ୍କ ଏଭଳି ଅଭିନବ ପଦକ୍ଷେପମାନ ନିଆଯାଉଥିବା ବିଡିଓ ସୁଜିତ କୁମାର ମିଶ୍ର କହିଛନ୍ତି।

ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *