ସୁରେଶ୍ଵରୀ ମନ୍ଦିର ପରିସରରେ ଖୋଳାହେଲା ବୋରୱେଲ୍ l

ସୁବର୍ଣ୍ଣପୁର—ସୁବର୍ଣ୍ଣପୁର ର ଇଷ୍ଟଦେବୀ ମା ସୁରେଶ୍ଵରୀ ମନ୍ଦିର ପରିସରରେ ଶୋଭା ବର୍ଦ୍ଧନ କରୁଥିବା ପୋଖରୀ ର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ସେଠାରେ ମନୋରଞ୍ଜନ ବୃଦ୍ଧି କରୁଥିବା ହଜାର ହଜାର ମାଛ ବଂଶ ବର୍ତ୍ତମାନ ବିପଦପୂର୍ଣ୍ଣ ଅବସ୍ଥାରେ ପଡିଛନ୍ତି। ଏ ନେଇ ଗତ ମଙ୍ଗଳବାର ଦିନ “ଅବହେଳିତ ଅବସ୍ଥାରେ ସୁରେଶ୍ଵରୀ ମନ୍ଦିର ପଖୋରୀ; ଭକ୍ତଙ୍କ ମହଲରେ ଅସନ୍ତୋଷ” ଶୀର୍ଷକ ଖବର କେତେକ ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ତତ୍ପର ହୋଇ ଉଠିଛି ପ୍ରଶାସନ। ତୁରନ୍ତ ଏକ ବୋରୱେଲ ଗତକାଲି ( ଶୁକ୍ରବାର ଦିନ) ଓଟିଡିସି ପକ୍ଷରୁ ଖୋଲାଯାଇଛି। କିନ୍ତୁ ଦୁଃଖର ବିଷୟ ନିକଟରେ ପୂର୍ତ୍ତ ବିଭାଗ ପକ୍ଷରୁ ମନ୍ଦିର ରେ ନିର୍ମାଣ କରାଯାଇଥିବା ମୁଖ୍ୟ ଦ୍ଵାରର ଉଚ୍ଚତା କମ ହୋଇଥିବାରୁ ବୋରୱେଲ ଗାଡି ଭିତରକୁ ଯାଇପାରି ନଥିଲା। ଫଳରେ ବାଧ୍ୟ ହୋଇ ଗେଟ୍ ବାହାରେ ବୋରୱେଲ ଖୋଲାଯାଇଥିବା ଦେଖାଯାଇଛି। କେତେକ ଗଣମାଧ୍ୟମ ପ୍ରତିନିଧି ସମ୍ପୃକ୍ତ ଠିକାଦାର ଙ୍କୁ ବାହାରେ ଖୋଲାଯିବା କାରଣ ପଚାରିବାରୁ ଗାଡି ୧୯ ଫୁଟ ଉଚ୍ଚତା ଥିବା ବେଳେ ମୁଖ୍ୟ ଗେଟ ଟି ୧୮ ଫୁଟ୍ ଅଛି ଏଵଂ କମିଟି ର ବୈକୁଣ୍ଠ ଶତପଥୀ ଆଜ୍ଞା କହିବାରୁ ଆମେ ବାହାରେ ଖୋଳିଲୁ ବୋଲି ଉତ୍ତର ଦେଇଥିଲେ। ସେପଟେ ଭିତରେ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଥିବା ବେଳେ ଭିତରକୁ ସିମେଣ୍ଟ ବୋଝେଇ ଟ୍ରକ୍, ହାଇୱା ମଧ୍ଯ ଯାଇପାରୁନାହିଁ। ଏ ନେଇ ପୂର୍ତ୍ତ ବିଭାଗ କାର୍ଯ୍ୟର ଡିଜାଇନ କୁ ନେଇ ପ୍ରଶ୍ନ କରିଛନ୍ତି ବୁଦ୍ଧିଜିବୀ। ନୂତନ ଖୋଳାଯାଇଥିବା ବୋରୱେଲ ରେ ତଳେ ପଥର ପଡିବାରୁ ଅଧିକ ଖୋଳାଯାଇ ପାରି ନ ଥିବା ବେଳେ ମାତ୍ର ୧ ଇଞ୍ଚ ପାଣି ଦେଉଥିବା ଜଣାପଡ଼ିଛି। ଯାହାକି ପର୍ଯ୍ୟାପ୍ତ ନୁହେଁ ବୋଲି ଭକ୍ତ ମାନେ ଅଭିଯୋଗ କରିବା ସହ ନୂତନ ପ୍ରକାରେ କଂପ୍ରେସର୍ ପାଇପ ଭିତରକୁ ଲମ୍ବାଇ ଭିତରେ ଖୋଳାଯାଇ ପାରିଥାନ୍ତା। ତୁରନ୍ତ ମନ୍ଦିରରେ ପାଣି ସମସ୍ୟାର ସ୍ଥାୟୀ ବ୍ୟବସ୍ଥା ସହ ପୋଖରୀ ରେ ପାଣି ସମସ୍ୟାର ସମାଧାନ ପ୍ରଶାସନ କରିବାକୁ ଭକ୍ତ ମହଲରେ ଦାବି ହେଉଛି l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର