July 6, 2025
Home » ସେଣ୍ଟ ଜାଭିୟର୍ସ ପବ୍ଲିକ୍ ସ୍କୁଲ୍ ର ୧୧ତମ ବାର୍ଷିକ ଉତ୍ସବ ସମ୍ପନ୍ନ

ସେଣ୍ଟ ଜାଭିୟର୍ସ ପବ୍ଲିକ୍ ସ୍କୁଲ୍ ର ୧୧ତମ ବାର୍ଷିକ ଉତ୍ସବ ସମ୍ପନ୍ନ

0
WhatsApp Image 2025-02-01 at 3.33.24 PM

ଛତ୍ରପୁର ର ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ ଜାଭିୟର୍ସ ପବ୍ଲିକ୍ ସ୍କୁଲ୍ ର ୧୧ତମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ଏହି ଆନୁଷ୍ଠାନିକ ସମ୍ଭାରରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁରସ୍ଥ ଖଲିକୋଟ ଏକକ ବିଶ୍ବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ ଯୋଗଦେଇ କୃତୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ଛତିଶଗଡ଼ ରାଜ୍ୟର ଆତ୍ମାନନ୍ଦ କଲେଜ୍ ର ଇଂରାଜୀ ବିଭାଗ ର ସହକାରୀ ପ୍ରଫେସର୍ ସ୍ମିତା ଦାସ୍ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ତାଙ୍କରି ଉଚ୍ଚକୋଟୀର ଶିକ୍ଷାଦାନ ଓ ଅନୁଶାସନ ପ୍ରଣାଳୀ ଅନୁସରଣତାକୁ ନେଇ ସାଧୁବାଦ ଜଣାଇଥିଲେ ।

ସମ୍ମାନୀତ ଅତିଥି ଭାବେ ଗୁଜରାଟ ର ଯାମନଗର ବିଶିଷ୍ଟ ଶିଳ୍ପପତି (ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିଃ.) ହିମାଂଶୁ ସିହ୍ନା ଯୋଗଦେଇ ବିଦ୍ୟାଳୟର ମୁଖ୍ୟ କର୍ତ୍ତୃପକ୍ଷ ତଥା କର୍ମକର୍ତ୍ତା ଙ୍କୁ ସାଧୁବାଦ ଜଣାଇଥିଲେ । ଅନ୍ୟତମ ଅତିଥି ଭାବେ ଛତ୍ରପୁର ଏସ.ଡି.ଜେ.ଏମ୍. କୋର୍ଟ ର ପବ୍ଲିକ ପ୍ରସିକ୍ୟୁଡର୍ ରାଜେଶ୍ ମିଶ୍ର ଯୋଗଦେଇ ଉକ୍ତ ଶିକ୍ଷାନୁଷ୍ଠାନ ର ଭୂୟସୀ ପ୍ରଶଂସା କରିଥିଲେ । ବିଦ୍ୟାଳୟର ଷ୍ଟାଫ୍ ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ବର୍ଣ୍ଣାଢ଼୍ୟ ଉତ୍ସବରେ ଅଗଣିତ ଛାତ୍ରଛାତ୍ରୀ ବିବିଧ ସାଂସ୍କୃତିକ ପ୍ରତିଭା ପରିବେଷଣ କରି ଉଚ୍ଚପ୍ରଶଂସା ଲାଭ କରିଥିଲେ । ବିଦ୍ୟାଳୟର ପ୍ରିନ୍ସିପାଲ୍ ସୁଦେଷ୍ନା ମୁଖାର୍ଜୀ ଚିତ୍ତାକର୍ଷକ ଶିଶୁ ସଂସାର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଅନୁଷ୍ଠାନ ର ମୁଖ୍ୟ ତଥା ଚେୟାରମ୍ୟାନ୍ ବୀରସେନ୍ ବେହେରା ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ ।।

Leave a Reply

Your email address will not be published. Required fields are marked *