August 21, 2026
Home » ସେପ୍ଟେମ୍ବର ୧ ରୁ ସ୍ୱାଧୀ ଋତୁମ୍ବରା ଙ୍କ ପୁରୀରେ ଭାଗବତ କଥା,

ସେପ୍ଟେମ୍ବର ୧ ରୁ ସ୍ୱାଧୀ ଋତୁମ୍ବରା ଙ୍କ ପୁରୀରେ ଭାଗବତ କଥା,

0
WhatsApp Image 2026-05-03 at 9.36.23 PM

ପୁରୀ,ଉତ୍ତରପ୍ରଦେଶ ବୃନ୍ଦାବନ ସ୍ଥିତ ଵାତ୍ସଲ୍ୟ ଗ୍ରାମ ପରମ ଶକ୍ତିପୀଠ ତରଫରୁ ବଳିଆ ପଣ୍ଡା ସ୍ଥିତ  ସେଭେନ ହିଲ ହୋଟେଲ ପରିସରରେ ଚାଳିତ ବର୍ଷ ୧ ସେପ୍ଟେମ୍ବର  ରୁ ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ସାପ୍ତାହିକ ଶ୍ରୀମଦ ଭାଗବତ କଥା ଆୟୋଜିତ ହେବାକୁ ଯାଉଛି | କଥା ବ୍ୟାସ ରୂପେ ଭାରତ ବର୍ଷର ଚର୍ଚିତ ଚେହେରା ଉତ୍ତରପ୍ରଦେଶ ବୃନ୍ଦାବନ ସ୍ଥିତ ଵାତ୍ସଲ୍ୟ ଗ୍ରାମ ପରମ ଶକ୍ତିପୀଠ ର ମୁଖ୍ୟ ଦିଦିମା ତଥା ଶ୍ରୀରାମ ମନ୍ଦିର ଆନ୍ଦୋଳନ ର ମୁଖ୍ୟ ନାୟିକା ପଦ୍ମ ଭୂଷଣ ସ୍ୱାଧୀ ଋତୁମ୍ବରା ଜୀ ନିଜର ଔଜସ୍ୱିନୀ ଶବ୍ଧ ସଂଯୋଜନା ମାଧ୍ୟମରେ ଭାଗବତ କଥା ବାଚନ କରିବେ | ଏହି ପରିପ୍ରେକ୍ଷୀରେ ପୁରୀ ସର୍କିଟ ହାଉସ ଠାରେ  ପୁରୀ ଲୋକସଭା ସାଂସଦ ଡଃ ସମ୍ବିତ ପାତ୍ର ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ଶକ୍ତିପୀଠ ର ସ୍ୱାଧୀ ଶିରୋମଣୀ ଜୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜୟ ଭଗବାନ ଅଗ୍ରୱାଲ,ଓଡିଶା ର ବରିଷ୍ଠ ବିଜେପି ନେତା ତଥା ସମାଜସେବୀ ଉମେଶ ଖଣ୍ଡେଲୱାଲ, ରାକେଶ ଦାସ, ପ୍ରଶାନ୍ତ ସାହୁ,ବେଲ୍ଳା ଗାନ୍ଧୀ,ଗଣମାଧ୍ୟମ ସଂଯୋଜକ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ |ଏହି ସପ୍ତ ଦିବସିୟ କାର୍ଯ୍ୟକ୍ରମ ରେ ଦେଶ ବିଦେଶ ରୁ ୧ ହଜାର ଶ୍ରଦ୍ଧାଳୁ ଙ୍କ ସମେତ ସାଧୁ, ସନ୍ଥ, ଜଗତଗୁରୁ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡିଶା ର ମନ୍ତ୍ରୀ ମଣ୍ଡଳ ସଦସ୍ୟ, ବିଭିନ୍ନ ରାଜ୍ୟର ସାଂସଦ ଶ୍ରଦ୍ଧାଳୁ ରୂପେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି |ପୁରୀ ଧାମରେ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ର ମୁଖ୍ୟ ଉଦେଶ୍ୟ ହେଉଛି ପୁରୀରେ ପଚାଶ ଏକର ଜମିରେ ବୃନ୍ଦାବନ ର ଵାତ୍ସଲ୍ୟ ଗ୍ରାମ ଭଳି କନ୍ୟା ସନ୍ତାନ ବାଳିକା ମାନଙ୍କ ସାମରିକ ଶିକ୍ଷା ମହାବିଦ୍ୟାଳୟ ମାଧ୍ୟମରେ ପ୍ରଶିକ୍ଷିତ କରାଯାଇ ଦେଶର ସେନା ବାହିନୀରେ ନିୟୋଜିତ କରିବାର ଲକ୍ଷ ରଖାଯାଇଛି ବୋଲି ବୈଠକ ରେ ଆଲୋଚନା କରାଯାଇଥିଲା |ବୈଠକ ପରେ ପ୍ରତିନିଧି ମଣ୍ଡଳୀ ପୁରୀ ଏସପି ପ୍ରତୀକ ସିଂ ଙ୍କ ସହିତ ସୁରକ୍ଷା ପାଇଁ ଆଲୋଚନା କରିଥିଲେ |

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed