December 30, 2025
Home » ସେବା ସମବାୟ ସମିତି କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର କୁ ବିରୋଧ

ସେବା ସମବାୟ ସମିତି କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର କୁ ବିରୋଧ

0
WhatsApp Image 2025-02-04 at 1.07.39 PM

ସୁବର୍ଣ୍ଣପୁର — ଆଜି ସକାଳ 11 ଘଣ୍ଟା ସମୟ ରେ ଉଲୁଣ୍ଡା କଲେଜ ପଡିଆ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉଲୁଣ୍ଡା ପଞ୍ଚାୟତ ପରିସୀମା ମଧ୍ୟରେ ହେବାକୁ ଥିବା ସେବା ସମବାୟ ସମିତି କାର୍ଯ୍ୟାଳୟ କୁ ଚକ୍ରାନ୍ତ କରି ଅନ୍ୟତ୍ର ଲସ୍ତଲା ପଞ୍ଚାୟତ ପରିସୀମା ରେ କରିବାକୁ ବିରୋଧ କରି ଉଲୁଣ୍ଡା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଲୋଚନା କରାଯାଇଛି। ସଭା ରେ ଗୋବିନ୍ଦ ଦାସ ତରାଇ ସଭାପତିତ୍ବ କରିଥିବାବେଳେ ନବନିର୍ମାଣ କୃଷକ ସଙ୍ଗଠନ ର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ପାଢ଼ୀ ଯୋଗ ଦେଇଥିଲେ। ବିଶ୍ୱଜିତ୍ ପାତ୍ର, ଡାଇରେକ୍ଟର କୃତିବାସ ବାଘ, ସୁଦାମ ମହାକୁର, କୀର୍ତ୍ତନ ମୁନା, ତଥାଗତ ମହାକୁର, କାହ୍ନୁ ଚରଣ ଖେତି, ଧର୍ମପଦ ମହାକୁର, ଅରୁଣ କୁଲିହା, ଅଲେଖ ହାତୀ ଙ୍କ ସମେତ ଅନେକ ଚାଷୀ ସଭା ରେ ଉପସ୍ଥିତ ଥିଲେ। ଉଲୁଣ୍ଡା ପଞ୍ଚାୟତ୍ ପରିସୀମା ମଧ୍ୟରେ ହିଁ ଉଲୁଣ୍ଡା ସେବା ସମବାୟ ସମିତି ର କୋଠା ଓ ଗୋଦାମ ଗୃହ ନିର୍ମାଣ କରାଯିବା ନେଇ ଦାବି କରାଯାଇଛି। ଏହାର ବ୍ୟତିକ୍ରମ ହେଲେ ଆଗାମୀ ଦିନରେ ଆନ୍ଦୋଳନ ସହ ଡି ଆର୍ ସି ଏସ୍ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚାଷୀ ମାନେ କହିଛନ୍ତି।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *