October 22, 2026
Home » ସୋନପୁର କଲେଜ କୁ ସରକାରୀ ମାନ୍ୟତା ପାଇଁ ଆନ୍ଦୋଳନ କରିବ ବି ସି ଜେ ଡ଼ି.

ସୋନପୁର କଲେଜ କୁ ସରକାରୀ ମାନ୍ୟତା ପାଇଁ ଆନ୍ଦୋଳନ କରିବ ବି ସି ଜେ ଡ଼ି.

0
WhatsApp Image 2026-10-22 at 11.56.23 AM

 

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲାର ସର୍ବପୁରାତନ କଲେଜ ସୋନପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବିରେ ବିଜୁ ଛାତ୍ର ଜନତା ଦଳ( BCJD )ଆନ୍ଦୋଳନ କରିବ । ପୂଜା ଛୁଟି ପରେ ଜୋରଦାର ଆନ୍ଦୋଳନ ହୋଇପାରେ ବୋଲି ଚର୍ଚ୍ଚା ଏବେ ସୋନପୁର ସହରରେ ଜୋର୍ ଧରିଛି। ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ କଲେଜକୁ ସରକାରୀ ମାନ୍ୟତା ବିଜୁ ଛାତ୍ର ଜନତା ଦଳର ପ୍ରାଥମିକତାରେ ରହିଥିଲା। ବିଜୟ ଲାଭ କରିବା ପରେ ବିସିଜେଡି ସଭାପତି ରୋଶନ ଶର୍ମା ପ୍ରତିଶ୍ରୁତିକୁ ଦୋହରାଇଛନ୍ତି। ସେ କହିଛନ୍ତି, ଆମେ କଲେଜ କରକାରୀ କରିବୁ ବୋଲି ମୁଖ୍ୟ ପ୍ରତିଶ୍ରୁତି ଦେଇଥିଲୁଁ। ସବୁ ଭାଇ ଭଉଣୀ ଲାଗିଲେ ଦାବି ପୂରଣ ହେବ l
ସୋନପୁର ମହାବିଦ୍ୟାଳୟ ୧୯୬୪ ମସିହାରୁ ସ୍ଥାପିତ ହୋଇଥିଲେ ସୁଦ୍ଧା ସରକାରୀ ମାନ୍ୟତା ପାଇ ପାରିନାହିଁ। ସୁବର୍ଣ୍ଣପୁର ଜିଲ୍ଲାର ସର୍ବପୁରାତନ ସୋନପୁର ମହାବିଦ୍ୟାଳୟ ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ବର୍ତ୍ତମାନ ଏହି ଯଥାର୍ଥ ଦାବି ହାସଲ ପ୍ରତି ଆଲୁମନି ଏସୋସିଏସନ୍ ବା ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ସଂଘ ଏକ ଆହ୍ଵାନ ଭାବେ ଗ୍ରହଣ କରିଛି। ଦାବି ପୂରଣ ହେବା ପର୍ଯ୍ୟନ୍ତ ସଂଘ ଗଣତାନ୍ତ୍ରିକ ପଦ୍ଧତିରେ ସଂଘର୍ଷ ଜାରି ରଖିବାକୁ ବଦ୍ଧପରିକର ଅଟେ। ଏଣୁ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ସଂଘ ଏବଂ ବିଜୁ ଛାତ୍ର ଜନତା ଦଳ ଉଭୟଙ୍କ ଆଭିମୁଖ୍ୟ ଏକ ରହିଛି କଲେଜ ସରକାରୀ ମାନ୍ୟତା ଦାବି ପ୍ରତି। ଜିଲ୍ଲାବାସୀଙ୍କ ମଧ୍ୟ ଆବେଗ ରହିଥିବା ସରକାରୀ ମାନ୍ୟତା ଦାବି ପ୍ରତି। ଏହି ଉଭୟ ସଂଗଠନର ମିଳିତ ପ୍ରୟାସରେ ସଫଳତା ମିଳିପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏହି ଉଭୟ ସଙ୍ଗଠନର ଆଭିମୁଖ୍ୟ ଏକ ରହିଥିଲେ ହେଁ ରଣନୀତି ସ୍ପଷ୍ଟ ହୋଇପାରିନାହିଁ। ପୂଜା ଛୁଟି ପରେ ବିସିଜେଡିର କଣ କାର୍ଯ୍ୟପନ୍ଥା ରହିବ, ତାକୁ ନେଇ ରହିଛି ସମସ୍ତଙ୍କ ନଜର l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *