ସୋନପୁର କଲେଜକୁ ସରକାରୀ ମାନ୍ୟତା ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା
ସୁବର୍ଣ୍ଣପୁର—ସୋନପୁରର ସର୍ବ ପୂରାତନ ମହାବିଦ୍ୟାଳୟ ସୋନପୁର କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଜି ୨ ଘଣ୍ଟିଆ ଧାରଣା ଦେଇଛି ପୂରାତନ ଛାତ୍ର ସଂଘ ତଥା ଆଲୁମିନୀ ଆସୋସିଏସନ ଏବଂ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି l ସଂଘ ପକ୍ଷରୁ କୁହାଯାଇଛି ଯେ ୧୯୬୪ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ପୂରାତନ ମହାବିଦ୍ୟାଳୟକୁ ବ୍ୟାପକ ଅବହେଳା ତଥା ସରକାରୀ ମାନ୍ୟତା ପ୍ରଦାନ କରାଯାଇ ନଥିବାରୁ ଆଲୁମିନୀ ସଂଘ ପକ୍ଷରୁ ସରକାରଙ୍କ ପାଖରେ ବାରମ୍ବାର ବିଭିନ୍ନ ଉପାୟରେ ଦାବୀ କରାଯାଇଛି । ବିଭିନ୍ନ ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି l ଏପରିକି ମୂଖ୍ୟମନ୍ତ୍ରୀ ଙ୍କ ସୋନପୁର ଗସ୍ତ ସମୟରେ ମଧ୍ୟ ସାକ୍ଷାତ ଆଲୋଚନା ହୋଇଛି । ସଂଘ ପକ୍ଷରୁ କଲେଜରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ତଥା କଲେଜ କୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ଙ୍କ ନେତୃତ୍ବରେ ଉପ ମୂଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଙ୍କ ସହ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି l ସଂଘ ପକ୍ଷରୁ କଲେଜରେ ପିଜି ପାଠ୍ୟକ୍ରମ ଆରମ୍ଭ, ଏକ ଅଡିଟରିୟମ ନିର୍ମାଣ, ଛାତ୍ରୀ ନିବାସ, ଛାତ୍ର ନିବାସ ନିର୍ମାଣ ସହ କଲେଜ କୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ଦାବୀ ପତ୍ର ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସଚିବାଳୟ ଠାରେ ପ୍ରଦାନ କରାଯାଇଥିଲା l ଉଚ୍ଚ ଶିକ୍ଷାମନ୍ତ୍ରୀ ଏବଂ ଗଣଶିକ୍ଷା ମନ୍ତ୍ରୀ କଲେଜ ର ଭିତ୍ତିଭୂମିର ବିକାଶ ପାଇଁ ପିଜି ପାଠ୍ୟକ୍ରମ ଆରମ୍ଭ ସହ ଛାତ୍ରଛାତ୍ରୀ ହଷ୍ଟେଲ ଏବଂ ଅଡିଟରିୟମ ନିର୍ମାଣ ପାଇଁ ପୂର୍ଣ୍ଣ ସହମତି ପ୍ରଦାନ କରିଥିବା ବେଳେ ସରକାରୀ ମାନ୍ୟତା ପାଇଁ ଯୋଗ୍ୟତା ଭିତ୍ତିରେ ସରକାର ସହୃଦୟତା ର ସହ ବିଚାର କରିବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । ସଂଘ ପକ୍ଷରୁ ଡିସେମ୍ବର ମାସରେ ଦସ୍ତଖତ ଅଭିଯାନ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ସ୍ଵଇଚ୍ଛା ରେ ଦସ୍ତଖତ କରିଥିଲେ । ସଂଘ ପକ୍ଷରୁ କୁହାଯାଇଛି ଯେ ନୂତନ ଭାବରେ ପ୍ରତିଷ୍ଠିତ କଲେଜ ସରକାରୀ ମାନ୍ୟତା ପାଇ ସାରିଥିବା ବେଳେ ପୂରାତନ ସୋନପୁର କଲେଜକୁ ଅଣଦେଖା କରାଯାଇଛି । କଲେଜକୁ ସରକାରୀ ମାନ୍ୟତା ପାଇଁ ଯାହା ପଦକ୍ଷେପ ନେବାକୁ ପଡେ ଆଗକୁ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ମଧ୍ୟ ଗ୍ରହଣ କରାଯିବା ପାଇଁ ବିଭିନ୍ନ ଛାତ୍ର ନେତା ପ୍ରକାଶ କରିଛନ୍ତି ।

କାର୍ଯକ୍ରମରେ ପୂରାତନ ଛାତ୍ର ସଂଘର ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ, ଉପ ସଭାପତି ଗତିକୃଷ୍ଣ ମିଶ୍ର, ସମ୍ପାଦକ ଭାରତ ଭୂଷଣ ଦାଶ, ସହ ସମ୍ପାଦକ ସରୋଜ ପ୍ରଧାନ, ବିଶ୍ୱବୀର ମିଶ୍ର, ବିଶ୍ବ ରଞ୍ଜନ ପୂଜାହାରୀ, ସୁଧିର ପଣ୍ଡା, ସୁଦାମ ମିଶ୍ର, ସିତାଂଶୁ ମିଶ୍ର, ପର୍ଶୁରାମ ମିଶ୍ର, ସନ୍ତୋଷ ପାଢ଼ୀ, କଲ୍ୟାଣ ପାଢ଼ୀ, ଘନଶ୍ୟାମ ପାଣିଗ୍ରାହୀ, ଶ୍ରୀଧର ବାଗ, ଶ୍ୟାମାଓଁ ପ୍ରସାଦ ମିଶ୍ର, ଵିନୋଦ ପାତ୍ର, ଗଦାଧର ବାରିକ, ମାଧବ କୁମ୍ଭାର, ଦିଲିପ ରଥ, ମଦନ ଗୋପାଳ ମିଶ୍ର, ଗୋପାଳ ବରାଇ, ଧର୍ମେନ୍ଦ୍ର ଥନାପତି, ଶାଶ୍ଵତ ମିଶ୍ର, ରାଜ କିଶୋର ତ୍ରିପାଠୀ, ଦୀପକ ମହାପାତ୍ର, ସ୍ୱରୂପ ପାତ୍ର, ପ୍ଲାବନ ମହାପାତ୍ର, ଅଭିଷେକ ଶର୍ମା, ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରତାପ ପୁରୋହିତ, ଶ୍ରମିକ ସଙ୍ଗଠନ ର ଗୋବିନ୍ଦ ମହାରଣା, ଓଡ଼ିଶା ସାମ୍ୱାଦିକ ସଂଘ ଜିଲ୍ଲା ଶାଖା ସଭାପତି ମନୋରଂଜନ ତ୍ରୀପାଠୀ, ବରିଷ୍ଠ ନାଗରିକ ସଂଘ ସଭାପତି ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଜିଲ୍ଲା କୃଷକ ସଂଗଠନ ସଭାପତି ପଦ୍ମ ଲୋଚନ ମିଶ୍ର, ବାପୁଜୀ କ୍ଲବ୍ ଜିତେନ୍ଦ୍ର ପଟ୍ଟନାୟକ, ଠିକାଦାର ସଙ୍ଘ ରାମକୃଷ୍ଣ ଦାସ, ଟ୍ରାକ୍ଟର ସଂଘ ର ଶିବ ନାରାୟଣ ବହିଦାର, ବୁଢୀମା କ୍ଲବ୍ ର ସହଦେବ ପାତ୍ର, ଜିଲ୍ଲା ସାମ୍ୱାଦିକ ସଂଘ ଗୋରେଖ ନାଥ ସାହୁ, ବୁଢ଼ାରଜା ସଂଘ ର ତାପସ ବେଉରା, ଗୋପଲଜୀ ଯୋଗାଳୟ ରାଧା କିଷନ ଅଗ୍ରୱାଲ, ପଏଁରୀ ଗୌରୀଶଙ୍କର ରଥ ଙ୍କ ସହ ଅନେକ ପୂରାତନ ଛାତ୍ର ସଙ୍ଘ୍ କର୍ମକର୍ତ୍ତା ତଥା ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
