October 23, 2025
Home » ସୋନପୁର କାଳୀ ପୂଜା ମହୋତ୍ସବ ଅବସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ସୋନପୁର କାଳୀ ପୂଜା ମହୋତ୍ସବ ଅବସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

0
WhatsApp Image 2025-10-22 at 5.38.20 PM

ସୁବର୍ଣ୍ଣପୁର – ୫୭ତମ କାଳୀ ପୂଜା ଅବସରରେ ସହୀଦ ପ୍ରତାପ ନାଏକ ଓ ଯବାନ ସଚିନ କୁମାର ସାହୁ ଙ୍କ ସ୍ମୃତି ଅବସରରେ ଆଜି ସୋନପୁର ମଝିପଡା ନାମ ମଣ୍ଡପ ଠାରେ ରାମଧୁନ୍ କ୍ଳବ ପକ୍ଷରୁ ଏକ ରକ୍ତଦାନ ଶିବିର ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଟିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞଳିନା ପଧାନ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ସୋନପୁର ଏସ ଡି ପି ଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ପୌର ପରିଷଦ ନିର୍ବାହୀ ଅଧିକାରୀ ୠଷି ମାଝୀ, ଏ ଡି ଏମ ଓ ଡା. ଦୁର୍ଗା ଦତ୍ତ ଦାଶ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ପୁର୍ବତନ କାଉନସିଲର କଇରୁ ସ୍ବାଇଁ , ବରିଷ୍ଠ ନାଗରିକ ସଂଘ ଉପଦେଷ୍ଟା ଆର୍ତ୍ତ ତ୍ରାଣ ବାବୁ, ସଂପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ , ଏ ଡି ପି ଏଚ୍ ଓ ରମେଶ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରି ଆୟୋଜକ ଙ୍କ ଏ କାର୍ଯ୍ଯ କୁ ପ୍ରଶଂସା କରି ଥିଲେ। ସମୁଦାୟ ୨୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ଆଜି ୪୪ ରୁ ଉର୍ଦ୍ଧ୍ବ ଲୋକ ଙ୍କ ଚକ୍ଷୁ ପରୀକ୍ଷା କରା ଯାଇଛି। ସେଥି ମଧ୍ୟରୁ ୮ ଜଣ ରୋଗୀ ଙ୍କ ଅସ୍ତ୍ରୋ ପ୍ରଚାର ପାଇଁ ପଠାଯାଇଛି। କ୍ଳବର ସଦସ୍ୟ ଲଡ଼ୁ କିଶୋର ମଲ୍ଲିକ, ସନ୍ତୋଷ ପାଢ଼ୀ, ମଞ୍ଚରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଆୟୋଜକ କମିଟି ପରାମର୍ଶ ଦାତା ପୀୟୂଷ ପଣ୍ଡା ଓ ବିକାଶ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ମନୋରଞ୍ଜନ ତ୍ରୀପାଠୀ ଅତିଥିଙ୍କୁ ସ୍ଵାଗତ କରି ସଭା ସଂଯୋଜନା କରିଥିଲେ। ପୂଜା କମିଟି ସଭାପତି ପୁରେନ୍ଦ୍ର ନାଏକ, ସମ୍ପାଦକ ସୁରଜ୍ ସାହୁ, କୋଷାଧ୍ୟକ୍ଷ ବୁବୁନ ନାୟକ ସହଯୋଗ କରିଥିଲେ। ରିପୁନ ନାଏକ, ଦିଲ୍ଲୀପ ସାହୁ, ବାଳ ଗୋପାଳ ମିଶ୍ର, ରାଜ କୁମାର୍ ନାଏକ, ଶ୍ରୀକାନ୍ତ ନାଏକ, ଚନ୍ଦନ ସାହୁ, ହୃଷୀକେଶ ପଣ୍ଡା, ଲଡ଼ୁ କିଶୋର ମଲ୍ଲିକ ପ୍ରମୂଖ ସହଯୋଗ କରିଥିଲେ l ଡ଼ା. ସରୋଜ ପଟେଲ, ବ୍ଲଡ ବ୍ୟାଙ୍କ ଟେକ୍ନି ସିଆନ ଜଗତ ଦରୁୱାନ, ସୁଦାମ ବିଶ୍ଵାଳ, ଯୁଧିଷ୍ଠିର ନାଏକ , ଟଙ୍କଧର କର୍ଣ୍ଣ ପ୍ରମୁଖ ରକ୍ତ ଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିବା ବେଳେ କ୍ଳବ୍ ଓ ପୂଜା କମିଟି ର ସମସ୍ତ ସଭ୍ୟ ସହଯୋଗ କରିଥିଲେ। ରକ୍ତ ଦାତା ଆୟୋଜକ ତଥା ସମାଜ ସେବୀ ମନୋଜ ପଣ୍ଡା, ସହୀଦ ସଚିନ ଙ୍କ ବାପା ଶ୍ରୀ ପ୍ରଦୀପ ସାହୁ, ଓ ସହୀଦ ପ୍ରତାପ ଙ୍କ ଭାଇ ପ୍ରଦୀପ ନାଏକ ଙ୍କୁ ଅତିଥି ଙ୍କ ଦ୍ୱାରା ସମ୍ୱର୍ଦ୍ଧିତ କରାଯାଇଥିଲା l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *