ସୋନପୁର ଗୋପାଳଜୀ ମନ୍ଦିରର ଅଷ୍ଟଧାତୁ ନିର୍ମିତ ବାରଟି ବିରଳ ମୂର୍ତ୍ତି ସିବିଆଇ ମାଲଖାନାରେ ଖତ ଖାଉଛି
ସୁବର୍ଣ୍ଣପୁର ବଡ ଗୋପାଳଜୀ ମନ୍ଦିରର ଅଷ୍ଟଧାତୁ ନିର୍ମିତ ବାରଟି ମୂର୍ତ୍ତି 1983 ମସିହାରେ ଚୋରି ହୋଇ ଯାଇଥିଲା l ଉକ୍ତ ବାରଟି ମୂର୍ତ୍ତି କଣ୍ଟାବାଞ୍ଜିର ବ୍ୟବସାୟୀ ପରମାନନ୍ଦ ଅଗ୍ରଓ୍ବାଲ ଓ ତାଙ୍କ ପୁଅ ରମେଶ କୁମାର ଅଗ୍ରଓ୍ବାଲଙ୍କ ଠାରୁ ଦିଲ୍ଲୀର ଫତେପୁର ଚାନ୍ଦନୀ ଚୌକରେ ସିବିଆଇ କର୍ତ୍ତୁପକ୍ଷ ଜବତ କରିଥିଲେ I ଅନୁସନ୍ଧାନରୁ ଜଣାପଡିଲାଯେ ଉକ୍ତ ମୂର୍ତ୍ତି ଗୁଡିକ ବିନିକାର ରତନ ଜାନି ନାମରେ ଜଣେ ଚୋର ମନ୍ଦିର ତାଲା ଭାଙ୍ଗି ଚୋରି କରିଥିଲା I ରତନ ଜାନି ଉକ୍ତ ମୂର୍ତ୍ତିକୁ ତରଭାର ଶିବ କୁମାର ଅଗ୍ରଓ୍ବାଲକୁ ମାତ୍ର ଟ.1700 ଟଙ୍କା ମୂଲ୍ୟ ରେ 75 କେଜି ପିତ୍ତଳ ବିକ୍ରି କରି ଦେଇଥିଲା I ଶିବ କୁମାର ଅଗ୍ରଓ୍ବାଲ ଉକ୍ତ ମୂର୍ତ୍ତିକୁ ପରମାନନ୍ଦ ଅଗ୍ରଓ୍ବାଲ ଓ ପୁଅ ରମେଶ କୁମାର ଅଗ୍ରଓ୍ବାଲଙ୍କୁ ବିକ୍ରି କରିଥିଲେ I ରାଜ କର୍ମଚାରୀ ଦୁର୍ଗାଶଙ୍କର ପଣ୍ଡା ଓ ମନ୍ଦିର ପୁଜାରୀ ରାମ ଶଙ୍କର ପଣ୍ଡା ତା. 12.05.1983 ସୋନପୁର ଥାନାରେ ରିପୋର୍ଟ କରିଥିଲେ ଯାହାକୁ ଆଧାର କରି ସୋନପୁର ଏସ.ଡି.ଜେ.ଏମ ଅଦାଲତରେ ଏକ ମୋକଦ୍ଦମା ରୁଜୁ ହୋଇଥିଲା I ପୁଲିସ ଅନୁସନ୍ଧାନ ବଳରେ ତା. 16.02.1994 ମସିହାରେ ରତନ ଜାନି ଗିରଫ ହୋଇଥିଲା ଏବଂ ପୁଲିସ ନିକଟରେ ଦୋଷ ସ୍ବୀକାର କରିଥିଲା I ମୂର୍ତ୍ତିଗୁଡିକ ପ୍ରାଚୀନ କାଳର ହୋଇଥିବାରୁ ସି.ବି.ଆଇ. ଅଦାଲତ ଭାରତୀୟ ପିଙ୍ଗଳ କୋର୍ଡ 457 ଓ 380 ଦଫା ସହ 25(2) ଆର/ଡବ୍ଲୁ ଏଏଟି ଆକ୍ଟ ଏବଂ 411 ଦଫାରେ ମୋକଦ୍ଦମା ରୁଜୁ କଲେ I ଏହି ମୋକଦ୍ଦମାରେ ରତନ ଜାନିକୁ 3 ବର୍ଷ ଜେଲ ଓ ଟ.1000 ଟଙ୍କା ଅର୍ଥ ଦଣ୍ଡ ଓ ଅନାଦେୟ 3 ମାସ ଜେଲ ଦଣ୍ଡ ହୋଇଥିଲା I ଉକ୍ତ ଆଦେଶ ବିରୁଦ୍ଧରେ ରତନ ଜାନି ଅପିଲ ନ. 46/65/2009 ଫାଇଲ କରିଥିଲା ଯାହା ଭୁବନେଶ୍ବର ଭିଜିଲାନ୍ସ ଜଜ୍ 3 ଙ୍କ ଅଦାଲତରେ ବିଚାରାଧୀନ ଥିଲା I ଉକ୍ତ ମୋକଦ୍ଦମାରେ ରାଜ ବଂଶର ପୃଥ୍ବୀବୀର ସିଂଙ୍କ ସମେତ ରାଜ ପ୍ରାସାଦର ତତକାଳୀନ ମେନେଜର ନାକଫୁଡି ପଣ୍ଡା ପ୍ରମୁଖ ମୋଟ 17 ଜଣ ସାକ୍ଷୀ ସାକ୍ଷ୍ୟ ଦେଇଛନ୍ତି ଯେଉଁମାନେ ଚୋରି ହୋଇଥିବା ମୂର୍ତ୍ତିଗୁଡିକ ସୁବର୍ଣ୍ଣପୁର ବଡ ଗୋପାଳଜୀ ମନ୍ଦିରର ବୋଲି ଚିହ୍ନଟ କରିଛନ୍ତି I ପ୍ରକାଶ ଥାଉକି ବଡ ଗୋପାଳଜୀ ମନ୍ଦିରଟି ପ୍ରଥମେ ରାଜାଙ୍କ ଘରୋଇ ସଂପତ୍ତି ଥିଲା Iମାତ୍ର ଗୋପାଳଜୀ ଯୋଗାଳୟର କାର୍ଯ୍ୟକାରୀ ସଭାପତି ଗୋରେଖନାଥ ସାହୁ ତଥା ଅନ୍ୟ ସଭ୍ୟମାନଙ୍କ ଉଦ୍ୟମକ୍ରମେ ତାହାକୁ ସମ୍ବଲପୁର ଦେବୋତ୍ତର ବିଭାଗ ସର୍ବସାଧାରଣ ମନ୍ଦିର ଘୋଷଣା କରିଥିଲେ ଏବଂ ମନ୍ଦିର ପରିଚାଳନା ପାଇଁ ଏକ ଟ୍ରଷ୍ଟ ବୋର୍ଡ ଗଠନ କରିଥିଲେ I ଏବେ ଖବର ମିଳୁଛିଯେ ସିବିଆଇ ଅଦାଲତ ଉକ୍ତ ମୂର୍ତ୍ତିଗୁଡିକର ଚିହ୍ନଟ ପାଇଁ ଆଦେଶ ଦେଇଛନ୍ତି I ପ୍ରକାଶ ଥାଉକି ତା. 07.08.2009 ରେ ଶ୍ରୀଯୁକ୍ତ ଲଳିତ ମୋହନ ମିଶ୍ର, ସି.ଜେ.ଏମ (ସିବିଆଇ) ଯେଉଁ ଆଦେଶ ଦେଇଛନ୍ତି ସେଥିରେ ସେ ସ୍ପଷ୍ଟଭାବେ ଉଲ୍ଲେଖ କରିଛନ୍ତି ଯେ ମୂର୍ତ୍ତିଗୁଡିକ ମନ୍ଦିର ଟ୍ରଷ୍ଟକୁ ସଠିକ୍ ଜିମାନାମା ସହ ଫେରସ୍ତ ଦିଆଯାଇ ତାହାର ପୁନଃ ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦିଆଯାଉ I ମନ୍ଦିର ଟ୍ରଷ୍ଟ ବୋର୍ଡର ଅନ୍ୟତମ ସଭ୍ୟ ଗୋରେଖନାଥ ସାହୁଙ୍କୁ ପଚାରିବାରୁ ସେ କହିଲେ ଯେ ମୂର୍ତ୍ତି ଫେରସ୍ତ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଭୁବନେଶ୍ବର ଓକିଲ ସଂଘର ଜଣେ ଓକିଲ ସଂଗୀତା ମହାନ୍ତିଙ୍କୁ ନିଯୁକ୍ତ କରିଛନ୍ତି I ଆଜି ତା. 30.06.25 ସିବିଆଇ ଅଦାଲତର ଆଦେଶନାମାର ଏକ ଫଟୋ କପି ସେ ସୋନପୁର ଉପଜିଲ୍ଲାପାଳ ଡ. ସୌମ୍ୟାରୂପା ରଥଙ୍କୁ ପ୍ରଦାନ କରି ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
