August 27, 2025
Home » ସୋନପୁର ଠାରେ ବ୍ରଜ ଭୂମି ଦନ୍ତ ଚିକିତ୍ସାଳୟ ର ଶୁଭ ଉଦଘାଟନ

ସୋନପୁର ଠାରେ ବ୍ରଜ ଭୂମି ଦନ୍ତ ଚିକିତ୍ସାଳୟ ର ଶୁଭ ଉଦଘାଟନ

0
WhatsApp Image 2025-03-30 at 3.41.20 PM

ସୋନପୁର ଠାରେ ବ୍ରଜ ଭୂମି ଦନ୍ତ ଚିକିତ୍ସାଳୟ ର ଶୁଭ ଉଦଘାଟନ ଯୋଗଦେଲେ ପୁରୀ ରାମଜୀ ମଠ ର ମହନ୍ତ ଓ ଅତିରିକ୍ତ ଶାସନ ସଚିବ l
ସୁବର୍ଣ୍ଣପୁର — ରବିବାର ଦିନ ସୋନପୁର ବାଇଗନ୍ ଜୁରି ଭବାନୀ ମେଡିକାଲ୍ ଓ ହାଇଟେକ୍ ପଲି କ୍ଲିନିକ୍ କ୍ୟାମ୍ପସ ଠାରେ ବ୍ରଜ ଭୂମି ଦନ୍ତ ଚିକିତ୍ସାଳୟ ର ଶୁଭାରମ୍ଭ ହୋଇ ଯାଇଛି l ଡ଼କ୍ଟର ଆର୍ତ୍ତତ୍ରାଣ ବାବୁ ଙ୍କ ପରିବାର ର ମୁଖ୍ୟ ଶ୍ରୀ ବ୍ରଜ ମୋହନ ବାବୁ ଓ ପୁରୀ ଶ୍ରୀ ରାମଜୀ ମଠ ର ମହନ୍ତ ଶ୍ରୀ ବଂଶୀ ଧର ଦାଶ ଜୀ ମହାରାଜ ଏହାକୁ ଶୁଭ ଉଦଘାଟନ କରି ଥିବା ବେଳେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ପଞ୍ଚାୟତିରାଜ ବିଭାଗ ର ଅତିରିକ୍ତ ଶାସନ ସଚିବ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ ଏହାର ସଫଳତା କାମନା କରିଥିଲେ l ଡ଼ା. ଆଭାସ ରଞ୍ଜନ ବାବୁ ଙ୍କ ତତ୍ୱାବଧାନ ରେ ଅନୁଷ୍ଟିତ ଭବାନୀ ମେଡିକାଲ୍ ପ୍ରୋପାଇଟର ସୌମ୍ୟ ରଂଜନ ଦେହୁରୀ ଓ ହାଇଟେକ୍ ପଲି କ୍ଲିନିକ୍ ପ୍ରୋପାଇଟର ସୋମ ପ୍ରକାଶ ରୋସନ୍ କେଶରୀ ପଣ୍ଡା ଙ୍କ ମିଳିତ ସହଯୋଗ ରେ ଏକ ଉଦଘାଟନୀ ସଭା ଅନୁଷ୍ଟିତ ହୋଇଥିଲା l ଆଇନ୍ ଜୀବୀ ପ୍ରଦୀପ ପୁରୋହିତ ଏହାକୁ ସଂଯୋଜନା କରି ଯଶସ୍ଵି ସମାଜସେବୀ ଡ଼ା. ଆଭାସ ରଞ୍ଜନ ବାବୁ ଲୋକ ଙ୍କ ଉତ୍ତମ ଚିକିତ୍ସା ମାଧ୍ୟମ ରେ ବାବୁ ପରିବାର ର ଆହୁରି ଯଶ କୀର୍ତ୍ତି ବୃଦ୍ଧି କରିବାକୁ ପରାମର୍ଶ କରିଥିଲେ ଓ ଏ ଅନୁଷ୍ଠାନ ର ଶୁଭ କାମନା କରିଥିଲେ l ଏହି ଅବସରରେ ସହର ର ବହୁ ବୁଦ୍ଧିଜୀବୀ, ସମାଜସେବୀ , ସାଧୁ ସନ୍ଥ ଯୋଗାଳୟ ର କର୍ମକର୍ତ୍ତା ଯୋଗ ଦେଇଥିଲେ l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *