November 19, 2025
Home » ସୋନପୁର ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ପୋଷଣ ପକ୍ଷ ସଚେତନତା ସଭା ଓ ଶୋଭାଯାତ୍ରା ଅନୁଷ୍ଟିତ

ସୋନପୁର ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ପୋଷଣ ପକ୍ଷ ସଚେତନତା ସଭା ଓ ଶୋଭାଯାତ୍ରା ଅନୁଷ୍ଟିତ

0
WhatsApp Image 2025-04-21 at 5.57.53 PM

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ପୋଷଣ ପଖୱାଡା ପାଳନ ଅବସର ରେ ସୋମବାର ଦିନ ମିଶନ ଶକ୍ତି ସଭା ଗୃହ ଠାରେ ଏକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ଯ କ୍ରମ କୁ ସୋନପୁର ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରତୀକ କର ଶୁଭ ଉଦଘାଟନ କରି ପ୍ରଥମ ୧୦୦୦ ଦିନ ଗୋଟାଏ ଶିଶୁ ପାଇଁ କେତେ ଗୁରୁତ୍ଵ ପୂର୍ଣ୍ଣ ଅଟେ ଏବଂ ଗୋଟାଏ ଶିଶୁ ର ଶାରୀରିକ ମାନସିକ ବିକାଶ ଓ ଏହାର ସଚେତନ ପାଇଁ ଏହି ପକ୍ଷ ପାଳନ ଆହୁରି ଗୁରୁତ୍ବ ପୂର୍ଣ୍ଣ ଅଟେ ବୋଲି କହିଥିଲେ ଏବଂ କେତେ ଦିନ ରେ ମାସ ରେ ବର୍ଷ ରେ ଶିଶୁ ର ଓଜନ ଉଚ୍ଚତା କେତେ ହେବା ଉଚିତ ଏ ବିଷୟରେ ଓ ଶିଶୁ ର ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ଉପରେ କିଭଳି ଯତ୍ନ ବାନ ହେବା ଗାଁ ଗାଁ ରେ ଘରେ ଘରେ ଗର୍ଭବତୀ ମହିଳା ଙ୍କୁ ସଚେତନ କରିବାକୁ ଅଙ୍ଗନୱାଡି କର୍ମୀ ଙ୍କ ଉଲ୍ଲେଖନୀୟ ଭୂମିକା ରହିଛି ବୋଲି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସାଗରିକା ସ୍ବାଇଁ ସମସ୍ତ ଅଙ୍ଗନୱାଡି କର୍ମୀ ଙ୍କୁ ପରାମର୍ଶ ଦେଇଥିଲେ l


ଗତ ୮ ତାରିଖ ରୁ ୨୨ ତାରିଖ ଯାଏ ଏହି ପୋଷଣ ପକ୍ଷ ପାଳନ କରାଯାଇ ବ୍ଲକ ର ପ୍ରତି ଅଙ୍ଗନୱାଡି କେନ୍ଦ୍ରରେ ରେ ପ୍ରସୂତୀ ମହିଳା ମାନଙ୍କୁ ସଚେତନ କରାଯାଇଥିଲା l ପ୍ରସୂତୀ ମହିଳା ଓ ମା ମାନଙ୍କୁ ମିଲେଟ ଜାତୀୟ ଓ ପୁଷ୍ଟିକର ଖାଦ୍ୟ ବ୍ୟବହାର କରିବାକୁ କର୍ମୀ ମାନେ ସଚେତନ କରିଥିଲେ l ଯେମିତି ଶିଶୁ ମାନଙ୍କ ସ୍ବାସ୍ଥ୍ୟ ସୁସ୍ଥ ଓ ସୁନ୍ଦର ହୋଇ ଏକ ସୁସ୍ଥ ପରିବେଶ ସୁସ୍ଥ ସମାଜ ଗଠନ ରେ ସହାୟକ ହୋଇ ପାରିବ ସେ ଦିଗରେ ମା ମାନେ ଯତ୍ନବାନ ହେବାକୁ କର୍ମୀ ମାନେ ପରାମର୍ଶ ଦେଇଥିଲେ l ଏହି ଅବସର ରେ ସୋନପୁର ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ଯlଳୟ ରୁ ଆଜି ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ସୋନପୁର ବ୍ଲକ୍ ର ଶତାଧିକ ଅଙ୍ଗନୱାଡି କର୍ମୀ ଯୋଗ ଦେଇଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *