ସୋନପୁର ସ୍ମାର୍ଟ ପାର୍କ ଠାରେ ଗୁରୁପୂର୍ଣ୍ଣିମା ଉତ୍ସଵ ପାଳିତ
ସୁବର୍ଣ୍ଣପୁର : ଆଷାଢ଼ ମାସ ରେ ଗୁରୁ ପୂର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା ଭାବରେ ଓଡ଼ିଶା ର ପୁର ପଲ୍ଲୀରେ ସବୁଠି ପାଳିତ ହୋଇଥାଏ। ଏହା ବିଶେଷତଃ ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମାବଲମ୍ବୀ ମାନେ ବହୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିଥାନ୍ତି। ଆଧ୍ୟାତ୍ମିକ ଶିକ୍ଷା କୁ ଓ ଗୁରୁ ମାନଙ୍କୁ ସମ୍ମାନ ଉଦ୍ଧେଶ୍ୟରେ ଏଇ ପରମ୍ପରା ଉତ୍ସର୍ଗୀକୃତ l ଏହାକୁ ପାଦ ପୂଜା ଉତ୍ସବ ବି କୁହାଯାଏ l ଏହି ପବିତ୍ର ଗୁରୁ ପୂର୍ଣ୍ଣିମା ଅବସର ରେ ସୁବର୍ଣ୍ଣପୁର ଜିଲ୍ଲାର ମୂଖ୍ୟ ଆଧ୍ୟାତ୍ମିକ ସାମାଜିକ ସଂଗଠନ ଦିବ୍ୟ ଊର୍ଜ୍ଜ। ଯୋଗ ସେବା ସମିତି ପକ୍ଷରୁ ସ୍ଥାନୀୟ ସ୍ମାର୍ଟ ପାର୍କ ରେ ଏକ ବୈଦିକ ପରମ୍ପରା ରେ ହବନ୍ ଓ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ ଯଜ୍ଞ ପୁରୋହିତ ଭାବରେ ବେଦ ପ୍ରଚାର ସମିତି ସଂଯୋଜକ ପଙ୍କଜ ମେହେର ଓ ମହାଜନ ଆର୍ଯ୍ୟ ଯଜ୍ଞ କାର୍ଯ୍ୟ କୁ ଗୀତ ମନ୍ତ୍ର ସହ ପରିଚାଳନା କରି ଗୁରୁ ଦ୍ରୋଣାଚାର୍ଯ୍ୟ ଓ ଶିଷ୍ୟ ଏକଲବ୍ୟ ମଧ୍ୟରେ ଥିବା ଗୁରୁ ଶିଷ୍ୟ ସମ୍ପର୍କ ଉତ୍ସର୍ଗ ବିଷୟ ର ଉଦାହରଣ ଦେଇ ଥିଲେ । କୁମୁଦିନୀ ଦାଶ ଓ ବରିଷ୍ଟ ଯୋଗୀ ପୂର୍ଣ୍ଣଚନ୍ଦ୍ର ଦାସ ଯଜ୍ଞ କର୍ତ୍ତା ଭାବ ରେ କାର୍ଯ୍ୟ ତୁଲାଇ ଥିଲେ । ସେହିପରି ସଂଗଠନ ର ସଭାପତି ଗୋପାଳ ନେଗୀ ଓ ସଂପାଦକ ଶ୍ରୀବନ୍ତ ମିଶ୍ର , କୋଷାଧ୍ୟକ୍ଷ ଦେବ ରଞ୍ଜନ ତ୍ରିପାଠୀ ପ୍ରମୁଖ ଅତିଥି ଙ୍କୁ ସମ୍ମାନ ସତ୍କାର କରିଥିଲେ । ଆଜି ସକାଳେ ସମସ୍ତ ଯୋଗ ସାଧକ ଯୋଗ ମାଧ୍ୟମ ରେ ନିଜର ବହୁମୂଲ୍ୟ ଶରୀର ଯତ୍ନ ଓ ସୁରକ୍ଷା ଓ ଆତ୍ମା ର ସୁଦ୍ଧତା ସକାଶେ ଯୋଗ ଆଜିର ବ୍ୟସ୍ତ ବହୁଳ ସମୟ ରେ ନିତାନ୍ତ ଜରୁରୀ ଅଟେ ବୋଲି ଯୋଗୀ ମାନେ ମତ ଦେଇଛନ୍ତି । ଜିଲ୍ଲାର ପ୍ରତି ଳୋକଙ୍କୁ ଯୋଗ ଶିକ୍ଷା ଦେବା ଜରୁରୀ ଅଟେ ବୋଲି ଯୋଗ ପ୍ରଶିକ୍ଷକ ମନୋଜ ପଣ୍ଡା ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସମସ୍ତ ଯୋଗୀ ମାନେ ଉପସ୍ଥିତ ଥିଲେ । ଯୋଗ ସାଧକ ପୁରନ୍ଦର ଠେଲା ହେ ଗୁରୁ ତୁମେ ଆନନ୍ଦ ମୟ ଗୀତ ଗାନ କରି ଥିଲେ ଓ ସାଧକ ରବୀନ୍ଦ୍ର ସଭା ସଂଯୋଜନା କରିଥିଲେ। । ଶେଷ ରେ ସମସ୍ତ ଯୋଗୀ ଯୋଗ ଗୁରୁ ମନୋଜ୍ ପଣ୍ଡା ଙ୍କ ପାଦ ପୂଜା ସହ ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
