November 13, 2025
Home » ସୋନାଲିକା ସାହୁ ତିର୍ତ୍ତୋଲ ରେ ମ୍ୟାଟ୍ରିକ ଟପର୍। ଭବିଷ୍ୟତରେ ଡ଼ାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି।

ସୋନାଲିକା ସାହୁ ତିର୍ତ୍ତୋଲ ରେ ମ୍ୟାଟ୍ରିକ ଟପର୍। ଭବିଷ୍ୟତରେ ଡ଼ାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି।

0
WhatsApp Image 2025-05-04 at 12.48.39 PM

ପ୍ରକାଶ ପାଇଛି ମେଟ୍ରିକ୍ ରେଜଲ୍ଟ ରେ ଏଥିରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ରେ ୫୫୪ନମ୍ୱର୍ ରଖି ବ୍ଲକ ରେ ଟପର୍ ହେଇଛନ୍ତି ସୋନାଲିକା ସାହୁ। ସେ ସରକାରୀ ଉଚ୍ଚ ବିଦ୍ୟାଳୟ ସାମନ୍ତରା ପୁରରେ ପାଠ ପଢୁଥିଲେ। ସେ ସ୍କୁଲ ଏବଂ କୋଚିଙ୍ଗ ବ୍ୟତୀତ ଅନ୍ୟ ସମୟରେ ଛଅରୁ ସାତ ଘଣ୍ଟା ପାଠ ପଢୁଥିଲେ। ତାଙ୍କ ପିତାଙ୍କ ନାମ ସତ୍ୟବାଦୀ ସାହୁ ଓ ମାତାଙ୍କ ନାମ ମନୋରମା ସାହୁ।ପିତା ମାର୍ଶାଘାଇ ର ହଳଦିଆ ବ୍ଲକ ଗ୍ରାଣ୍ଡ ହାଇସ୍କଲ ର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ମା ଜଣେ ଗୃହୀଣୀ ଅଟନ୍ତି।

ସୋନାଲିକା ଙ୍କ ଏହି ସଫଳତା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି।ସୋନାଲିକା ଙ୍କ ପିତା ଏ ସମସ୍ତ ଶ୍ରେୟ ସେ ତାଙ୍କ ସ୍ତ୍ରୀ ମନୋରମା ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଦେଇଛନ୍ତି।ସୋନାଲିକା ପିତା ମାତା ଓ ସାମନ୍ତରାପୁର ସ୍କୁଲ୍ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଏହି ଶ୍ରେୟ ଦେଇଛନ୍ତି।ଏଥି ସହିତ ସେ କହିଛନ୍ତି ବର୍ତ୍ତମାନ ଡାକ୍ତର ଙ୍କ ସଂଖ୍ୟା କମ୍ ଓ ରୋଗୀଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ଆଗାମୀ ଭବିଷ୍ୟତରେ ସେ ଜଣେ ଡ଼ାକ୍ତରୀ ହୋଇ ରୋଗୀସେବା କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି।ସାମନ୍ତରାପୁର ର ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୪୫ଜଣ ଛାତ୍ର ଛାତ୍ରୀ ୨୦୨୫ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେଇଥିଲେ l ସମସ୍ତ ଛାତ୍ର ଛାତ୍ରୀ କୃତିତ୍ଵର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି l ବିଦ୍ୟାଳୟର ଛାତ୍ରୀ ସୋନାଲିକା ସାହୁ ମୋଟ ୫୫୪ ନମ୍ୱର୍ ରଖି A1 ଗ୍ରେଡ ପାଇଛନ୍ତି । ସେହିପରି ପ୍ରତୀକ୍ଷା ପ୍ରିୟଦର୍ଶିନୀ , ବର୍ଷା ପ୍ରିୟଦର୍ଶିନୀ ଦାସ,ବର୍ଷା ପ୍ରୀୟଦର୍ଶିନି ସାହୁ,ଶୁଭଶ୍ରୀ ସାହୁ, ଏବଂ ତେଜସ୍ୱୀନୀ ସାହୁ A2 ଗ୍ରେଡ ରେ ପାସ କରିଛନ୍ତି।ଛାତ୍ର ଛାତ୍ରୀଙ୍କ ଶତ ପ୍ରତିଶତ ସଫଳତା ରେ ଅଭିଭାବକ ତଥା ସ୍ଥାନୀୟ ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *