August 19, 2026
Home » ସୋସିଆଲ୍ ମିଡିଆରେ ଟ୍ରୋଲ୍ କଷ୍ଟ ଦେଇଛି- ସୁବର୍ଣ୍ଣପୁର ଜିଲ୍ଲାପାଳ

ସୋସିଆଲ୍ ମିଡିଆରେ ଟ୍ରୋଲ୍ କଷ୍ଟ ଦେଇଛି- ସୁବର୍ଣ୍ଣପୁର ଜିଲ୍ଲାପାଳ

0
WhatsApp Image 2026-08-19 at 12.26.51 PM (1)

 

ସୁବର୍ଣ୍ଣପୁର —ଟ୍ରୋଲର ଶିକାର ପରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁଙ୍କ ପ୍ରତିକ୍ରିୟା ରଖିଛନ୍ତି l ସୋସିଆଲ୍ ମିଡିଆରେ ନିଜ ଝିଅ ସହ ଫଟୋକୁ ନେଇ ଟ୍ରୋଲ୍‌ ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି lଏହା ଆଦୌ ଠିକ୍‌ ନୁହେଁ, ସମ୍ବେଦନଶୀଳ ବ୍ୟକ୍ତି ହିସାବରେ ଅତ୍ୟନ୍ତ ମର୍ମାହତ’ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି l ସ୍ୱାଧୀନତା ଦିବସ ଦିନ ମୋ ଜନ୍ମଦିନ ଥିଲା, ଅଫିସରୁ ଫେରିବାରେ ବିଳମ୍ବ ହୋଇଥିଲା l ମୋ ଝିଅ ଅଫିସ ଚାମ୍ବରକୁ ଆସି ମୋତେ ଶୁଭେଚ୍ଛା ଜଣାଇଥିଲା’ l ମୋ କାନ୍ଧ ଉପରେ ହାତ ରଖି ଫଟୋ ନେଇ ନିଜ ଫେସବୁକରେ ଛାଡ଼ିଥିଲା’ l
ଏହାକୁ ନେଇ ଜଣେ ମିଡିଆ ବନ୍ଧୁ ବିକୃତ କରି ମତ ଦେଇଥିଲେ’l ଏହା ଆଦୌ ଠିକ୍‌ ନୁହେଁ, ପରୀକ୍ଷା ନିରୀକ୍ଷା କରି କହିବା ଉଚିତ୍‌’ ବୋଲି ଜିଲ୍ଲାପାଳ ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି l  ମୁଁ ଜଣେ ସମ୍ବେଦନଶୀଳ ବ୍ୟକ୍ତି, ପାରିବାରିକ ଓ ମାନବିକ ସଂପର୍କକୁ ଗୁରୁତ୍ୱ ଦିଏ’ l
ଏଭଳି ଘଟଣା କଷ୍ଟ ଦେଇଛି ପସନ୍ଦଯୋଗ୍ୟ ନୁହେଁ ବୋଲି ସୁବର୍ଣ୍ଣପୁର ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *