December 28, 2025
Home » ସ୍କାଉଟ ଏବଂ ଗାଇଡ଼ ରାଜ୍ୟସ୍ତରୀୟ ପୁରସ୍କାର ବିତରଣୀ ଉତ୍ସବରେ ପ୍ରଥମ ସ୍ଥାନରେ ପୁରସ୍କୃତ ହେଲା ନବରଙ୍ଗପୁର ଜିଲ୍ଲା

ସ୍କାଉଟ ଏବଂ ଗାଇଡ଼ ରାଜ୍ୟସ୍ତରୀୟ ପୁରସ୍କାର ବିତରଣୀ ଉତ୍ସବରେ ପ୍ରଥମ ସ୍ଥାନରେ ପୁରସ୍କୃତ ହେଲା ନବରଙ୍ଗପୁର ଜିଲ୍ଲା

0
WhatsApp Image 2025-05-11 at 12.31.02 PM

ଭାରତ ସ୍କାଉଟ୍ସ ଏବଂ ଗାଇଡ଼ସ୍, ଓଡ଼ିଶା ତରଫରୁ ଆୟୋଜିତ ରାଜ୍ୟ ପୁରସ୍କାର ବିତରଣୀ ଉତ୍ସବରେ ନବରଙ୍ଗପୁର ଜିଲ୍ଲାଶିକ୍ଷା ବିଭାଗ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି।  ଓଡ଼ିଶାରେ ଭାରତ ସ୍କାଉଟ୍ସ ଏବଂ ଗାଇଡଙ୍କ ଉତ୍ସର୍ଗ ଏବଂ ସଫଳତାକୁ ନେଇ ରାଜଭବନର ନୂତନ ଅଭିଷେକ ହଲରେ ସମ୍ମାନଜନକ ରାଜ୍ୟ ପୁରସ୍କାର ବିତରଣ ସମାରୋହର ଏକ ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରି ବାବୁ କାମ୍ବମ୍ପତୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଉକ୍ତ ରାଜ୍ୟ ପୁରସ୍କାର ବିତରଣୀ ଉତ୍ସବ ନବରଙ୍ଗପୁର ଜିଲ୍ଲାଶିକ୍ଷା ବିଭାଗ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ରାଜ୍ୟ ପୁରସ୍କାର ବିତରଣୀ ଉତ୍ସବ ଅବସରରେ ରାଜ୍ୟପାଳ ତାଙ୍କ ସମ୍ଭାଷଣରେ କହିଥିଲେ ଯେ ଆଧୁନିକ ଯୁଗରେ ପ୍ରତିବଦ୍ଧତା, ଶୃଙ୍ଖଳା ଏବଂ ନୈତିକ ମୂଲ୍ୟବୋଧର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଦାୟିତ୍ଵବାନ ନାଗରିକ ଗଠନରେ ସଂଗଠନର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ରାଜ୍ୟପାଳ ପ୍ରଶଂସା କରି ଯୁବ ସଦସ୍ୟମାନଙ୍କୁ ସେମାନଙ୍କର ଉଦ୍ୟମ ଜାରି ରଖିବାକୁ ଏବଂ ଭବିଷ୍ୟତ ପିଢିକୁ ସେବା, ନେତୃତ୍ୱ ଏବଂ ନୈତିକ ଦାୟିତ୍ୱ ଗ୍ରହଣ କରିବାକୁ ପ୍ରେରଣା ଯୋଗାଇବାକୁ ସେ ଅନୁରୋଧ କରିଥିଲେ। ସେ ଯୁବ ସ୍କାଉଟ୍ସ ଏବଂ ଗାଇଡ୍ମନଙ୍କୁ ଦୟା, ସଚ୍ଚୋଟତା ଏବଂ ନେତୃତ୍ୱ ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ । ରାଜ୍ୟ ପୁରସ୍କାର ଚୂଡାନ୍ତ ମାଇଲଖୁଣ୍ଟ ନୁହେଁ ବରଂ ସେବା ତଥା ବ୍ୟକ୍ତିଗତ ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ଚିହ୍ନ ବୋଲି ରାଜ୍ୟପାଳ କାମ୍ବମ୍ପାତି ଗୁରୁତ୍ୱାରୋପ କରିଛନ୍ତି।
ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପତି, ସମ୍ମାନିତ ଅତିଥି ଭାବେ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଯୋଗ ଦେଇ ତାଙ୍କ ଦ୍ଵାରା ନବରଙ୍ଗପୁର ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଆଇପିଇ ପ୍ରଭାତ ପଟ୍ଟନାୟକ, ସ୍କାଉଟ କମିସନର ପବିତ୍ର ହାଳଦର, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଝରୀଗାଁର ପ୍ରଧାନ ଶିକ୍ଷୟତ୍ରୀ ରୋହିଣୀ ତପସ୍ୱିନୀ ହଜ଼ାରି ଏବଂ ବାପୁଜୀ ଉଚ୍ଚ ବିଦ୍ୟାଳୟ ତେନ୍ତୁଳୀଖୁଣ୍ଟିର ଗାଇଡ଼ କ୍ୟାପଟନ ଜ୍ଞାନଜତି ମହାନ୍ତିଙ୍କୁ ପୁରସ୍କୃତ କରିଥିଲେ। 

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *