December 22, 2025
Home » ସ୍କୁଲ ଘରେ ପାଣି ଗଳୁଛି ପିଲେ ବାରଣ୍ଡାରେ ପାଠ ପଢୁଛନ୍ତି

ସ୍କୁଲ ଘରେ ପାଣି ଗଳୁଛି ପିଲେ ବାରଣ୍ଡାରେ ପାଠ ପଢୁଛନ୍ତି

0
WhatsApp Image 2025-09-13 at 10.50.24 PM

କେନ୍ଦୁଝର,: ସାହାରପଡା ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡା ପଞ୍ଚାୟତର ଚାତରପାଣି – ବରବେଡାରେ ଥିବା ସରକାରୀ ସ୍କୁଲର ଅବସ୍ଥା ଅତି ଶୋଚନୀୟ। ଏହି ବିଦ୍ୟାଳୟରେ ପିଲାଙ୍କ ଲାଗି ଆବଶ୍ୟକ ଶ୍ରେଣୀ ଗୃହର ଅଭାବ ରହିଛି। ପିଲେ ବାଧ୍ୟ ହୋଇ ତେଣୁ ସ୍କୁଲ ବାରାଣ୍ଡରେ ପାଠ ପଢୁଛନ୍ତି।

ବର୍ଷା ହେଲେ ସ୍କୁଲ ଶ୍ରେଣୀ ଗୃହରେ ପାଣି ଗଳୁଥିବାରୁ ଅବସ୍ଥା ଆହୁରି ଶୋଚନୀୟ ହେଉଛି। ଏହିକଥା ଲାଗି ପିଲାଙ୍କ କଥା ବୁଝି ନୂଆ ଶ୍ରେଣୀଗୃହ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କୁ କହିଥିଲେ ମଧ୍ୟ ସେ ଏଯାଏ କିଛି ପଦକ୍ଷେପ ନେଇପାରିନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିଛି କରନ୍ତୁ ବୋଲି ସମସ୍ତେ ନିବେଦନ କରିଛନ୍ତି।

କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟି (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *