July 6, 2025
Home » ସ୍ଥାୟୀ ନିଯୁକ୍ତି ସହ ୧୨୦୦୦/ପ୍ରୋତ୍ସାହନ ରାଶି ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଗାଁ ସାଥୀ

ସ୍ଥାୟୀ ନିଯୁକ୍ତି ସହ ୧୨୦୦୦/ପ୍ରୋତ୍ସାହନ ରାଶି ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଗାଁ ସାଥୀ

0
WhatsApp Image 2025-03-13 at 1.15.59 PM

l

ସୁବର୍ଣ୍ଣପୁର —ଗାଁ ସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶ ର ସଭାପତି ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳ ଙ୍କ ଆହ୍ବାନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ଆବାହକ ଶ୍ରୁତି କୁମାର ଝାଙ୍କର ଓ ଜିଲ୍ଲା ସଂଯୋଜକ ଉମେଶ ପ୍ରସାଦ ସାହୁ ଙ୍କ ସମେତ ଶହ ଶହ ଗାଁ ସାଥୀ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଛନ୍ତି। ତାଙ୍କ ପ୍ରମୁଖ ଦାବୀ ୨୦୦୮ ରୁ ଏଯାବତ୍ ନ୍ୟାୟ ଅପେକ୍ଷା ର ଥିବା ଗାଁ ସାଥି ମାନଙ୍କୁ ସରକାର ଙ୍କ ବିଭିନ୍ନ କାର୍ଯ୍ୟାଳୟ ରେ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ଓ ଯେଉଁ ମେଟ୍ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ରୁ କମ୍ ତାଙ୍କୁ ମାସିକ ୧୨୦୦୦/- ପ୍ରୋତ୍ସାହନ ରାଶି ମୋହନ ସରକାର ଦିଅନ୍ତୁ କହି ଧାରଣା ରେ ବସିଥିବା ଦେଖିବାକୁ ମିଳିଥିଲା। ପୂର୍ବ ବିଜେଡି ସରକାର ସମୟ ରେ ମୋହନ ମାଝୀ ବିରୋଧୀ ଦଳ ର ମୁଖ୍ୟ ସଚେତକ ଥିବା ସମୟ ରେ ବିଧାନସଭା ଭିତରେ ଓ ଗଣ ମାଧ୍ୟମ ସମ୍ମୁଖ ରେ ଗାଁ ସାଥୀ ଙ୍କ ମାସିକ ପ୍ରୋତ୍ସାହନ ରାଶି ୧୦୦୦୦/- ରୁ ଉର୍ଦ୍ଧ୍ବ ପ୍ରଦାନ ପାଇଁ ଦୃଢ଼ ଦାବି ଉପସ୍ଥାପନ କରିଥିଲେ l ସେହିପରି ୨୦୧୬ ବିଜେପି ଇସ୍ତାହାର ରେ ଗାଁ ସାଥୀ ଙ୍କ ମାସିକ ପ୍ରାପ୍ୟ ଏମ୍ ଓ ଆର ଡି ତରଫରୁ ମିଳିବା ନେଇ ବର୍ତ୍ତମାନ ର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଥିବା କଥା ଗାଁ ସାଥୀ ଧାରଣା ସ୍ଥଳ ରୁ ଗଣମାଧ୍ୟମ ଜରିଆରେ ମନେ ପକେଇ ଦେଇଛନ୍ତି। ଉକ୍ତ ଦାବୀ ପତ୍ର ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମାନନୀୟ ମୋହନ ମାଝୀ, ଭାରତ ର ପ୍ରଧାନମନ୍ତ୍ରୀ ମୋଦି ଜୀ , ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ସହ କେନ୍ଦ୍ର ସରକାର ଙ୍କ ୧୧ ଜଣ ସାମ୍ୱିଧାନିକ ମୁଖ୍ୟ ଙ୍କୁ ସାକ୍ଷାତ କରି ଦେଇଥିବା ଦାବୀ ପତ୍ର ରେ ଉଲ୍ଲେଖ ଅଛି। ୨୦୦୮ ରୁ ୨୦୨୫ ଦୀର୍ଘ ୧୭ ବର୍ଷ ପୂର୍ବ ସରକାର ବିଭିନ୍ନ ମିଛ ପ୍ରତିଶ୍ରୁତି ଦେଇ ଗାଁ ସାଥି ରୁ ଗ୍ରାମ ସଂଯୋଜକ ଓ ପରେ ମେଟ୍ ପଦବୀ ନାମ ଦେଇ ଅନେକ ସମୟ ରେ ବିଭିନ୍ନ କାମ ହାସଲ କରି ପାରିଶ୍ରମିକ ବାବଦ ରେ ପ୍ରତି ଲେବର ପିଛା ୪ଟଙ୍କା ହିସାବ ରେ ମାସିକ ୫୦୬/- ଟଙ୍କା ପ୍ରାପ୍ୟ ଥିଲା। ମାତ୍ର ତାହା ମଧ୍ୟ ଏବେ ମିଳୁ ନ ଥିବା ଓ ବର୍ତ୍ତମାନ ର ମୋହନ ସରକାର ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରାପ୍ୟ ସର୍ବ ନିମ୍ନ ୧୨୦୦୦/- ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି ଗାଁ ସାଥି। ଏହି ଧାରଣା ରେ ଆଲୋକ ବଡପଣ୍ଡା, ରତ୍ନାକର ପାତ୍ର, ପ୍ରଶାନ୍ତ ବାଘ, ସୁରେଶ ମିଶ୍ର, ଇନ୍ଦ୍ରଜିତ ବଗର୍ତ୍ତି, ମନୋଜ ବଗର୍ତ୍ତି ଙ୍କ ସହ ହଜାର ସଂଖ୍ୟା ରେ ଗାଁ ସାଥୀ (ମେଟ୍) ସାମିଲ ଥିଲେ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *