ସ୍ବର୍ଗତ ବାସୁଦେବ ସାହୁ ମେମୋରିଆଲ ଫୁଟବଲ୍ ପ୍ରତିଯୋଗୀତା ଉଦଘାଟିତ
ଧର୍ମଗଡ ବ୍ଲକ ଅନ୍ତର୍ଗତ ତରାପୁର ଗ୍ରାମ ଠାରେ ପୂର୍ବତନ ସରପଞ୍ଚ ତଥା ଅଞ୍ଚଳର ବିଶିଷ୍ଟ ସମାଜସେବୀ ସ୍ଵର୍ଗତ ବାସୁଦେବ ସାହୁ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଅଷ୍ଟ ଦିବସୀୟ ବାସୁଦେବ ଫୁଟବଲ୍ ପ୍ରତିଯୋଗୀତା ଉଦଘାଟିତ ହୋଇ ଯାଇଛି। ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ ମୁଖ୍ୟ ଅତିଥି ଓ ବରିଷ୍ଠ ଆଇନଜୀବି ଥବିର ପ୍ରସାଦ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାର ଶୁଭ ଉଦଘାଟନ କରିଥିଲେ। ସର୍ବଶ୍ରୀ ମର୍ଦ ସରାଫ, ଗୋବିନ୍ଦ ଲହଜଲ, ପୁର୍ବତନ ସରପଞ୍ଚ କମଲ ଚଲାନ, ଶତ୍ରୁଘ୍ନ ଲହଜଲ, ଲକ୍ଷ୍ମୀ ବିଶି, ବିଦ୍ୟା ଶବର, ଦଶରଥ ପଣ୍ଡା,ଇନ୍ଦ୍ରମଣି ସାହୁ, ଅଶ୍ଵିନ ସାହୁ, ପୁଳସ୍ତ ମାଝୀ, ରୁଦ୍ର ଚଲାନ, ବୀଣା ପଟେଲ, ବାବୁ ଲାଲ ଶବର ପ୍ରମୁଖ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ। ଯୁବ ସମାଜସେବୀ ତଥା ସରପଞ୍ଚ ପ୍ରତିନିଧି ସଂଜୀବ କୁମାର ସାହୁ ସମଗ୍ର କାର୍ଯକ୍ରମ ପରିଚାଳନା କରିଥଲେ।

ଉଦଘାଟନୀ ର ପ୍ରଥମ ମ୍ୟାଚ୍ ରେ ସରଗୀଗୁଡା ଏକାଦଶ ରାଉରା ହଳଦୀ ଏକାଦଶ କୁ ହରାଇ ଥିବା ବେଳେ ଦ୍ବିତୀୟ ମ୍ୟାଚ୍ ରେ ଇଚ୍ଛାପୁର ଏକାଦଶ ଖଲିଆଭଟ୍ଟା ଏକାଦଶକୁ ପରାସ୍ତ କରିଥିଲା। ତାପସ ଦାସ ଓ ସଂଜୀବ ଦୁର୍ଗା ଖେଳ ପରି ଚାଳନା କରିଥିବା ବେଳେ ଆୟୋଜନ କମିଟି ର ସଭାପତି ସୁନୀଲ ନାଏକ,ସଂପାଦକ ନରେନ୍ଦ୍ର ପଟେଲ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ୧୬ ଗୋଟି ଦଳ ଭାଗ ନେଇଛନ୍ତି। ଆସନ୍ତା ୨୪ ତାରିଖ ଦିନ ଫାଇନାଲ ପ୍ରତିଯୋଗୀତା ଅନୁଷ୍ଠିତ ହେବ।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
