October 23, 2025
Home » ସ୍ଵର୍ଗତ ମନୋରମା ଙ୍କ ୪ ର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳିତ

ସ୍ଵର୍ଗତ ମନୋରମା ଙ୍କ ୪ ର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳିତ

0
WhatsApp Image 2025-09-19 at 9.51.00 PM

ଆଠଗଡ: ଡକ୍ଟର ରାଧାନାଥ ରଥ ସ୍ମୃତି କମିଟି ପକ୍ଷରୁ ଶିକ୍ଷାବିତ୍, ସାହିତ୍ୟିକା , ଦୈନିକ ସମ୍ବାଦପତ୍ର ସମାଜ ର ସମ୍ପାଦିକା ଓ ସମାଜସେବୀ ସ୍ଵର୍ଗତ ଡକ୍ଟର ମନୋରମା ମହାପାତ୍ର ଙ୍କ ଚତୁର୍ଥ ବାର୍ଷିକୀ ଶ୍ରାଦ୍ଧ ବାର୍ଷିକୀ ଜନ୍ମମାଟି ଆଠଗଡ ରେ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଡକ୍ଟର ରାଧାନାଥ ରଥ ସ୍ମୃତି କମିଟି ପକ୍ଷରୁ ଗୋପବନ୍ଧୁ ମହିଳା ମହାବିଦ୍ୟାଳୟ ସଭାଗୃହରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।ସ୍ମୃତି କମିଟି ର ସଭାପତି ଆଇନୀଜିବି ଅଶୋକ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଆଠଗଡ ର ପୂର୍ବତନ ଉପଜିଲ୍ଲାପାଳ ତ୍ରିଲୋଚନ ପ୍ରଧାନ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ପୂର୍ବତନ ଆଠ ଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ,ଗୋପବନ୍ଧୁ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ସଂଗୀତା ମହାପାତ୍ର,ଗୋପବନ୍ଧୁ ମହିଳା କନିଷ୍ଠ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ମହାପାତ୍ର ଓ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ନାରାୟଣ ପଣ୍ଡା ଯୋଗଦେଇଥିଲେ।ପ୍ରଥମେ ଅତିଥିମାନେ ମହାବିଦ୍ୟାଳୟ ପରିସରରେ ଥିବା ସ୍ଵର୍ଗତ ମନୋରମା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।ସଭା ଆରମ୍ଭ ରେ ସ୍ଵର୍ଗତ ମନୋରମାଙ୍କ ଉପରେ କବି ରାଧାନାଥ ଦାସଙ୍କ ରଚିତ ଆବହ ସଙ୍ଗୀତ ଗାନ କରାଯାଇଥିଲା।ଅତିଥିମାନେ ସ୍ଵର୍ଗତ ମନୋରମା ଙ୍କ ତୈଳ ଚିତ୍ର ରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ସାମ୍ବାଦିକ ଶ୍ୱେତକାନ୍ତ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ।ଅତିଥି ମାନେ ସ୍ଵର୍ଗତ ମନୋରମା ଙ୍କ ଗୁଣାବଳି ବର୍ଣ୍ଣନା କରି ଆଠଗଡ ମାଟିର ସୁଯୋଗ୍ୟ ସନ୍ତାନ ସ୍ଵର୍ଗତ ରାଧାନାଥ ଙ୍କ ସେ ଜଣେ ସୁଯୋଗ୍ୟ ଦାୟାଦ ବୋଲି ମତବ୍ୟକ୍ତ କରୁଥିଲେ।ସାମ୍ବାଦିକ ସୁଧିରଞ୍ଜନ ଦାସ ଧନ୍ୟବାଦ୍ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *