February 6, 2026
Home » ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ

ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ

0
WhatsApp Image 2026-01-18 at 7.48.39 PM

 

ବରଗଡ଼:ପୂଜ୍ୟ ସ୍ୱାଧୀନତା ସଂଗ୍ରାମୀ ବହ୍ନିକନ୍ୟା ପାର୍ବତୀଗିରିଙ୍କ ଜନ୍ମଶତବାର୍ଷିକୀ ଅବସରରେ ବିଜେପୁରର ସ୍ୱୟଂ ସହାୟକ ଗୋଷ୍ଠୀ ଭବନରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ତାଙ୍କର ତ୍ୟାଗ, କରୁଣା ଏବଂ ମାନବତା ପ୍ରତି ସେବାର ଐତିହ୍ୟକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଶିବିରରେ ସ୍ଥାନୀୟ ସ୍ୱେଚ୍ଛାସେବୀ, ଯୁବକ ଏବଂ ଜନସାଧାରଣଙ୍କ ଉତ୍ସାହ ଉଦିପନାର ସହ ଅଂଶଗ୍ରହଣ କରିଥିଲେ।

ପାର୍ବତୀଗିରିଙ୍କ ଜୀବନ ଏବଂ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ସାମାଜିକ ଦାୟିତ୍ୱବୋଧର ଭାବନାକୁ ପ୍ରତିଫଳିତ କରି ମୋଟ ୨୬ ଜଣ ରକ୍ତଦାତା ନିଜ ରକ୍ତ ଦାନ କରିଥିଲେ।ମାନ୍ୟବର ବିଜେପୁର ବିଧାୟକ ସନତ ଗଡତିଆ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମସ୍ତ ରକ୍ତ ଦାତାଙ୍କୁ ସେମାନଙ୍କ ମହାନ ଅବଦାନ ପାଇଁ ପ୍ରଶଂସା କରିବା ସହ ଉକ୍ତ ରକ୍ତଦାନ ଶିବିର ପାର୍ବତୀଗିରିଙ୍କ ପ୍ରତି ଏକ ଅର୍ଥପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି, ଯାହାଙ୍କ ଜୀବନି ଭବିଷ୍ୟତ ପିଢ଼ିକୁ ସମାଜ ଏବଂ ରାଷ୍ଟ୍ରର କଲ୍ୟାଣ ପାଇଁ କାମ କରିବାକୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ।

 

ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍ସୀ)

Leave a Reply

Your email address will not be published. Required fields are marked *