July 27, 2025
Home » ସ୍ୱାମୀ ର ଟାଙ୍ଗିଆ ଚୋଟ ରେ ସ୍ତ୍ରୀ ର ମୃତ୍ୟୁ, ସ୍ୱାମୀ ଥାନା ରେ କଲା ଆତ୍ମସମର୍ପଣ

ସ୍ୱାମୀ ର ଟାଙ୍ଗିଆ ଚୋଟ ରେ ସ୍ତ୍ରୀ ର ମୃତ୍ୟୁ, ସ୍ୱାମୀ ଥାନା ରେ କଲା ଆତ୍ମସମର୍ପଣ

0
WhatsApp Image 2025-07-26 at 4.06.03 PM

ସୁବର୍ଣ୍ଣପୁର— ଘରୋଇ କଳହର କରୁଣ ପରିଣତି । ସ୍ୱାମୀ ର ଟାଙ୍ଗିଆ ଚୋଟ ରେ ସ୍ତ୍ରୀ ମୃତ । ସ୍ତ୍ରୀ କୁ ହାଣି ଥାନା ରେ ଆତ୍ମ ସମର୍ପଣ କଲା ସ୍ୱାମୀ । ଏଭଳି ଘଟଣା ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପଛପଟେ ଥିବା ବସ୍ତି ରେ ଘଟିଛି । ମୃତ ସ୍ତ୍ରୀ ହେଲେ କୁନି ପ୍ରଧାନ । ପତ୍ନୀ ହନ୍ତା ସ୍ୱାମୀ ହେଲେ ସାର୍ଜନ ପ୍ରଧାନ । ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନାମୁତାବକ ଗତକାଲି ରାତିରେ ପୁରୁଣାକଟକ ଥାନା ପଛ ପାଖ ବସ୍ତି ରେ ବସବାସ କରୁଥିବା ସାର୍ଜନ ପ୍ରଧାନ ଓ ତାଙ୍କ ପତ୍ନୀ କୁନି ପ୍ରଧାନ ଙ୍କ ମଧ୍ୟରେ ଘରୋଇ କଳହ ସୃଷ୍ଟି ହୋଇଥିଲା ।ଧୀରେ ଧୀରେ କଳହ ଉଗ୍ର ରୂପ ନେଇଥିଲା l ଏଥିରେ ରାଗିଯାଇ ସ୍ୱାମୀ ସାର୍ଜନ ପତ୍ନୀ ଙ୍କୁ ପାଖରେ ଥିବା ଟାଙ୍ଗିଆ ରେ ଆକ୍ରମଣ କରିଥିଲା । ଫଳରେ ପତ୍ନୀ କୁନି ଗୁରୁତର ଆହତ ହୋଇ ତଳେ ପଡି ଯାଇ ଚିତ୍କାର କରିଥିଲେ । ଏହା ଦେଖି ସାର୍ଜନ ସଂଗେ ସଂଗେ ଘର କୁ ତାଲା ପକାଇ ନିକଟରେ ଥିବା ପୋଲିସ ଷ୍ଟେସନ କୁ ଯାଇ ସମସ୍ତ ଘଟଣା କହିବା ସହ ନିଜକୁ ଆତ୍ମ ସମର୍ପଣ କରିଦେଇଥିଲା । ପରେ ପୋଲିସ କର୍ମଚାରୀ ମାନେ ଆସି କୁନି ଙ୍କୁ ତାଲା ଭାଙ୍ଗି ଘରୁ ଉଦ୍ଧାର କରିବା ସହ ପୋଲିସ ଭ୍ୟାନ ରେ ପୁରୁଣାକଟକ ହସ୍ପିଟାଲକୁ ନେଇଥିଲେ । ସେଠାରୁ କୁନିଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଅଧିକ ରକ୍ତ ସ୍ରାବ ପାଇଁ କୁନି ଅଧା ରାସ୍ତାରେ ମୃତ୍ୟୁ ବରଣ କରିଥିଲେ । ବର୍ତ୍ତମାନ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବ ବୋଲି ସୂଚନା ମିଳିଛି । ସୂଚନାଥାଉକି ଉଭୟ ପ୍ରେମ ବିବାହ କରିଥିବା ବେଳେ ପୁରୁଣାକଟକ ଥାନା ପଛ ପଟେ ଥିବା ବସ୍ତି ରେ ରହୁଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *